ଜିଲ୍ଲାପାଳଙ୍କ ଏମସିସି ଓ ଏମଆରଏଫ କେନ୍ଦ୍ର ପରିଦର୍ଶନ, ଭିତ୍ତିଭୂମି ଓ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା : ପୁରୀ

ପୁରୀ– : ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ପୁରୀରେ ଜାରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସ୍ଥାନ ପରିଦର୍ଶନ କରିବା ସହ ଭିତ୍ତିଭୂମି ଯାଞ୍ଚ ଓ କାର୍ଯ୍ୟ ଅଗ୍ରଗତିର ସମୀକ୍ଷା କରିଛନ୍ତି । ବିଦାୟୀ ଜିଲ୍ଲାପାଳ ଶ୍ରୀ ବଲୱନ୍ତ ସିଂ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସଂପର୍କରେ ଜିଲ୍ଲାପାଳ ଶ୍ରୀ ବର୍ମାଙ୍କୁ ଅବଗତ କରାଇଛନ୍ତି । ପୁରୀ ସହରରେ ଆବର୍ଜନା ସଂଗ୍ରହ ଓ ପୃଥକୀକରଣ ବ୍ୟବସ୍ଥା ଏବଂ ଅଳିଆରୁ ଅର୍ଥ ସୃଷ୍ଟି ପାଇଁ କାର୍ଯ୍ୟକ୍ଷମ ମ୍ୟାଟେରିଆଲ ରିକଭରି ଫାସିଲିଟି ଓ ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟରକୁ ଉଭୟ ଶ୍ରୀ ସିଂ ଓ ଶ୍ରୀ ବର୍ମା ବୁଲି ଦେଖିବା ସହ ନିର୍ମାଣଧିନ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଉଭୟ ପେଣ୍ଠକଟା, ତାଳବଣିଆ, ମଶାଣିଚଣ୍ଡି, ବଳିଆପଣ୍ଡା,ଧୋବାଖାଲ ସ୍ଥିତ ଏମସିସି ଓ ଏମଆରଏଫ୍ ପରିଦର୍ଶନ କରିଛନ୍ତି । ସ୍ବଚ୍ଛ ସାଥୀ ଓ ସୁପରଭାଇଜର ମାନଙ୍କ ସହ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ । ପୌରସଂସ୍ଥା ଅଧିନରେ ୧୧ଟି ଏମସିସି ମଧ୍ୟରୁ ୬ଟି କାର୍ଯ୍ୟକ୍ଷମ ଥିବାବେଳେ ୪ଟି ଆସନ୍ତା କିଛି ସପ୍ତାହ ମଧ୍ୟରେ କାର୍ଯ୍ୟକ୍ଷମ ହେବ । ମଶାଣିଚଣ୍ଡି ଏମସିସି ପରିସରରେ କୈବଲ୍ୟ ଗାଡି ଦ୍ବାରା ସଂଗ୍ରହ କରାଯାଉଥିବା ସାମଗ୍ରୀ ରଖାଯିବା ବ୍ୟବସ୍ଥାର ଜିଲ୍ଲାପାଳ ବୁଲି ଦେଖିଛନ୍ତି । ଏମସିସିରୁ ବାହାରୁଥିବା ଖତକୁ ବର୍ତ୍ତମାନ ବିଭିନ୍ନ ଚାଷୀ ଓ ବେପାରୀଙ୍କୁ କିଲୋଗ୍ରାମ ପ୍ରତି ୨୦ ଟଙ୍କା ହିସାବରେ ବିକ୍ରୟ କରାଯାଉଛି । ଏମସିସି ଗୁଡିକରୁ ସୃଷ୍ଟି ଖତକୁ ପ୍ୟାକେଜିଂ ଓ ବିକ୍ରୟ କରିବାକୁ ଜିଲ୍ଲାର ପ୍ରଗତିଶୀଳ ଚାଷୀ ଏବଂ କୃଷି ଅଧିକାରୀ ମାନଙ୍କ ସହ ଆଲୋଚନା କରାଯିବ । ଏଥିସହ ୟୁଥ ହଷ୍ଟେଲ, ଅର୍ବାନ ହାଟ, ତାଳବଣିଆ ଠାରେ ନିର୍ମାଣଧିନ ମାଛ ଓ ପରିବା ମାର୍କେଟ, ସ୍ବରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ, ବଳିଆପଣ୍ଡାରେ ନିର୍ମାଣଧିନ ପାର୍କ ବୁଲି ଦେଖିବା ସହ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଏହି ଅବସରରେ ଅନ୍ୟ ମାନଙ୍କ ମଧ୍ୟରେ ପୌରସଂସ୍ଥା ନିର୍ବାହୀ ଅଧିକାରୀ ଶ୍ରୀ ବିଜୟ କୁମାର ଦାଶ, ଫିଡବ୍ୟାକ ଫାଉଣ୍ଡେସନର ଶ୍ରୀ ଜ୍ୟୋତିପ୍ରକାଶ ପ୍ରମୁଖ ଉପସ୍ଥିତ ଥିଲେ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here