ଚାଲିଛି ଚିଲିକାରେ ପକ୍ଷୀ ଗଣନା : ଖୋର୍ଦ୍ଧା

 ବିଦେଶାଗତ ପକ୍ଷୀଙ୍କ ଗଣନା କରାଯାଉଛି ,ମିଳିଥିବା ସୂଚନା ଅନୁସାରେ, ସକାଳ ୬ଟା ରୁ ଆରମ୍ଭ ହୋଇଛି ଏହି ପକ୍ଷୀ ଗଣନା କାର୍ଯ୍ୟ। ଏଥିପାଇଁ ଚିଲିକା ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ଚିଲିକା ଓ୍ୱାଇଲ୍ଡଲାଇଫ୍ ଅଧିନସ୍ଥ ଟାଙ୍ଗୀ, ବାଲୁଗାଁ, ରମ୍ଭା, ସାତପଡ଼ା ସହ ଚିଲିକାରେ ପକ୍ଷୀଙ୍କ ଗଣତି ଲାଗି ୨୧ଟି ଟିମ ଗଠନ କରାଯାଇଛି। ଏହି ଟିମରେ ପାଖାପାଖି ୧୧୧ ଜଣ ସଦସ୍ୟ ରହିଛନ୍ତି। ଏହାସହ ଏଥିରେ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନର ସଦସ୍ୟ ମଧ୍ୟ ସାମିଲ ଅଛନ୍ତି।

ସେହିଭଳି ପୁରୀ ବନ୍ୟପ୍ରାଣୀ ବନଖଣ୍ଡ ଅନ୍ତର୍ଗତ କୋଣାର୍କ, ଅସ୍ତରଙ୍ଗ, ବାଲୁଖଣ୍ଡ, ଗୋପ ଏବଂ ବ୍ରହ୍ମଗିରି ରେଞ୍ଜରେ ଥିବା ସମସ୍ତ ଆଦ୍ରଭୂମି ଗୁଡିକରେ ଦେଶୀ ଓ ବିଦେଶୀ ପକ୍ଷୀଙ୍କ ଗଣନା ଆରମ୍ଭ ହୋଇଛି । ପୁରୀ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ୨୫ଟି ଟିମ୍ ଗଣନା କାର୍ଯ୍ୟରେ ନିୟୋଜିତ କରାଯାଇଛି । ବିଶେଷଜ୍ଞ, ସ୍ୱେଚ୍ଛାସେବୀ ଏବଂ ବନବିଭାଗ ଦ୍ୱାରା ପକ୍ଷୀ ଗଣନା ଚାଲିଛି ଜିପିଏସ୍, କ୍ୟାମେରାରେ ଚାଲିଛି ପକ୍ଷୀ ଗଣନା । ବ୍ରହ୍ମଗିରିରେ ବି ପକ୍ଷୀ ଗଣନା ଆରମ୍ଭ ହୋଇଛି । ଏଥିଲାଗି ରେଞ୍ଜକୁ ୪ଟି ଜୋନରେ ଭାଗ କରାଯାଇଛି । ଏଥିରେ ସୁନାମୁହିଁରୁ ବିରିକୁଦ, ବ୍ରହ୍ମଗିରି , କାଠୁଆରେଡ଼ି ଛକରୁ ଖଜୁରିଆ, ଜଗନ୍ନାଥ ସଡ଼କରୁ ପଥରପଦ ଯାଏଁ ଗଣନା ଚାଲିଛି । ଗତବର୍ଷ ଏହି ରେଞ୍ଜରେ ୧୦୧ ପ୍ରଜାତିର ପ୍ରାୟ ୯୦ ହଜାର ୭୬୩ଟି ବଦେଶାଗତ ପକ୍ଷୀ ଦେଖିବାକୁ ମିଳିଥିଲେ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here