ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ, ଭବାନୀପୁର ୨୦୧୦ ମସିହା ଦଶମ ଶ୍ରେଣୀ ଛାତ୍ରଙ୍କ ବନ୍ଧୁ ମିଳନ : ସୁନ୍ଦରଗଡ଼

ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ, ଭବାନୀପୁର ୨୦୧୦ ମସିହା ଦଶମ ଶ୍ରେଣୀ ପୁରାତନ ଛାତ୍ରଙ୍କ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ସରପଗଡ଼ ଡେମ୍ ଠାରେ ଅନୁଷ୍ଠିତ ହୋଇଥିଲା ।ଏହି କାର୍ଯ୍ୟକ୍ରମରେ ପ୍ରାୟ ୪୦ ରୁ ଉର୍ଦ୍ଧ୍ବ ବନ୍ଧୁ ଯୋଗ ଦେଇ ନିଜ ନିଜ ବିଦ୍ୟାଳୟ ସମୟର ସ୍ମୃତି ଉଜ୍ଜୀବିତ କରିଥିଲେ ।ସମସ୍ତେ ନିଜ ନିଜ କର୍ମ ମୟ ଜୀବନରେ ବ୍ୟସ୍ତ ରହିଲେ ମଧ୍ୟ ଏହିପରି କାର୍ଯ୍ୟକ୍ରମ ଏକ ନୁତନ ଉନ୍ମାଦ ଯୋଗାଇଥାଏ ବୋଲି ମତପ୍ରକାଶ ହୋଇଥିଲା । ଏହି ପରି ଆଗରୁ ତାଙ୍କର ପୂର୍ବ ବ୍ୟାଚ୍ କି ପରବର୍ତ୍ତୀ ବ୍ୟାଚ୍ ମାନେ କରିନଥିଲେ। ଆଗାମୀ ଦିନରେ ଏହି ୨୦୧୦ ମସିହା ପୁରାତନ ସଂଘ ତରଫରୁ ସୁନ୍ଦରଗଡ଼ ରେ ବିଭିନ୍ନ ପ୍ରକାର ସାମାଜିକ କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା । ଆଉ ସ୍କୁଲର ବିକାଶ କାର୍ଯ୍ୟରେ ମଧ୍ୟ ସାହାଯ୍ୟ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଦଶମ ଶ୍ରେଣୀ ଉତ୍ତୀର୍ଣ୍ଣ ହେବାର ଦୀର୍ଘ ୧୦ ବର୍ଷ ବିତିଯାଇଥିଲେ ମଧ୍ୟ ଏହି ବନ୍ଧୁତ୍ୱ ତଥା ଭାତୃଭାବ ବଜାୟ ରହିବ ବୋଲି ସମସ୍ତେ ଆଶାପୋଷଣ କରିଥିଲେ ।ଏହି କାର୍ଯ୍ୟକ୍ରମରେ ଆଶିଷ ନାଏକ, ଶନିଚର ଓରାମ୍, ବିଜେଶ ଭୋଇ, ଜୁଗେଶ୍ବର ମୁଣ୍ଡା, ଲୁପ୍ତପ୍ରଭା ଅଢା, କିର୍ତ୍ତିମଈ ପ୍ରଧାନ, ମନିଶା ପଟେଲ, ରବିନ୍ଦ୍ର ଟିଗା, ମହେନ୍ଦ୍ର ନାଏକ, ଗଣେଶ କିଶାନ, ଦିବ୍ୟଜୋତି ଖାଲଖୋ ଓ ଅନ୍ୟ ମାନେ କାର୍ଯ୍ୟ ଟିକୁ ସୂଚାରୁ ରୂପେ ସଂଚାଳନ କରିବାରେ ପ୍ରମୁଖ ସହଯୋଗ କରିଥିଲେ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here