ବନବିଭାଗ ଇଷ୍ଟ ଇଣ୍ଡିଆ କମ୍ପାନୀ ଠାରୁ କମ ନୁହେଁ : ସୁନ୍ଦରଗଡ଼

ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡା ବ୍ଲକ ଅନ୍ତର୍ଗତ ପ୍ରାକୃତିକ ପର୍ଯ୍ୟଟନ ସ୍ଥଳ ଖଣ୍ଡାଧାର ଆଜି ବନବିଭାଗର କବଜାରେ ।ଯେଉଁ ଖଣ୍ଡାଧାର ଏ ଅଞ୍ଚଳର ଆଧାର କହିଲେ ଅତ୍ୟୁକ୍ତି ହେବନି।ତାଲବହାଳି,କୁଳିପୋଷ ପଞ୍ଚାୟତର ସମସ୍ତ ବାସିନ୍ଦାର ଜୀବନଜୀବିକା ଥିବାବେଳେ ପାଉଡ଼ି ଭୂୟାଁଙ୍କ ଆତ୍ମା।ଏହିସବୁକୁ ଦୃଷ୍ଟି ରଖି ପାଉଡ଼ି ଭୂୟାଁ ଉର୍ଣ୍ଣୟନ ଏଜେନ୍ସିକୁ ବିକାଶର ଧାରାରେ ସାମିଲ କରେଇବା ପାଇଁ ଦାଇତ୍ୱ ପ୍ରଦାନ କରାଯାଇଥିବା ବେଳେ ମୃତ୍ତିକା ସଂରକ୍ଷଣ ବିଭାଗ ଦ୍ଵାରା ତିଆରି ହୋଇଥିବା ଆଇବିକୁ ଦିଆଯାଇଥିଲା।ସମାୟାନୁ କ୍ରମେ ଖଣ୍ଡାଧାର ଜଳପ୍ରପାତ ପ୍ରତି ଲୋକଙ୍କ ଆଗ୍ରହ ଓ ଭିଡକୁ ଦୃଷ୍ଟିରେ ରଖି ସ୍ଥାନୀୟ ପଞ୍ଚାୟତ ବାସୀ ସୁରକ୍ଷା ଓ ସ୍ୱଚ୍ଛତା ପ୍ରଦାନ କରିଥିଲେ।ଲୋକଙ୍କ ସହଭାଗିତାରେ ପରିଚାଳିତ ପର୍ଯଟନ ପ୍ରତି ବନବିଭାଗର ଦୃଷ୍ଟି ପଡିଲା ଓ ନିଜକୁ ସହଯୋଗର ମାଧ୍ୟମରେ ଆଗକୁ ନେବାର ପ୍ରତିଶୃତି ଦେଲା।ଆଜି ପ୍ରତିଶୃତି ପାଣିର ଗାର।ସରକାରଙ୍କ ସଂଶୋଧିତ ଗ୍ରାମପଞ୍ଚାୟତ ନିୟମକୁ ସମ୍ପୂର୍ଣ୍ଣ ଭାବେ ଉଲଘଂନ କରାଗଲା।ବର୍ତମାନ ଯେଉଁଠାରେ ଇକୋ କୋଟେଜ କରାଯାଇଛି ତାହା ଘଞ୍ଚ ସଗୁଆନ ଜଙ୍ଗଲଥିଲା।ରାତାରାତି ଜେସିପି ଲଗେଇ ସଫାକରି କୋଟେଜ କରାଗଲା।ଏହାପରେ ପଞ୍ଚାୟତ ବିଧିବଦ୍ଧ ଭାବେ ପଲ୍ଲିସଭା,ଗ୍ରାମସଭାରେ ଅନୁମୋଦିତ କରି ପଞ୍ଚାୟତର ରାଜସ୍ବ ଅଭିବୃଦ୍ଧି କରିବାନେଇ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।ଜିଲାପାଳଙ୍କ ପ୍ରତେକ ଜନଶୁଣାଣୀରେ ଦାବି ଉପସ୍ଥାପନ କରିଥିଲେ । ମାତ୍ର ଗ୍ରାମପଞ୍ଚାୟତ ସଂଶୋଧିତ ଆଇନକୁ ପ୍ରଶାସନ ଶୁଣିନଥିଲେ।ଟୋଲ ସଂଗ୍ରହକୁ ନେଇ ବହୁସମୟରେ ପାଟିତୁଣ୍ଡ ହୋଇଛି।ସର୍ବଶେଷରେ ପଞ୍ଚାୟତର ରାଜସ୍ୱ ଅଭିବୃଦ୍ଧି ପାଇଁ ଆୟର ଶତକଡ଼ା ୪୦ ଭାଗ ଦେବାର ପ୍ରତିଶୃତି ଦେଇ ଲଣ୍ଠନ ଦେଖେଇଦେଲେ।ଏ ବିଷୟରେ ଅଭିଯୋଗ କଲେ ମଧ୍ୟ ବିଚାର ଶୂନ୍ୟ।ସବୁଆଷା  ଛାଡିଲା ପରେ ପଞ୍ଚାୟତ ନିଜସ୍ୱ ଆଇବି ନିର୍ମାଣ ପାଇଁ ପାଣ୍ଠି ଅନୁମୋଦନ କରି ରାଜସ୍ବ ବିଭାଗ ଅଧୀନରେ ଥିବା ୬୦ ଡ଼ିସିମିଲ ପରିମିତ ସ୍ଥାନକୁ ଫର୍ମ କ ରେ ମାଗିବା ସହ ସଫାସୁତୁରା କରିବା ବେଳେ ବନବିଭାଗ ୯୦୦୦ଟଙ୍କା ଜରିମାନା କରିଥିଲେ ଯାହାକି ନିୟମ ବହିର୍ଭୁତ।ଉକ୍ତ ସ୍ଥାନରେ ନିର୍ମାଣ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହେବା ସମୟରେ ତତ୍କାଳୀନ ଫୋରେଷ୍ଟର ଏଠାରୁ ରେଞ୍ଜର ହୋଇ ବଦଳି ଯାଇ ପୁନର୍ବାର ଏଠାରେ ଆସି ପୁଣି ଉକ୍ତ ସ୍ଥାନକୁ ନିଜ ଅକ୍ତିଆରକୁ ନେଇ ଆସିଲେ।ପଞ୍ଚାୟତର ସମସ୍ତ ଦାବିକୁ ଆଗ୍ରାହ୍ୟ କରିଦେଲେ। ବହୁ ବାର ଉପଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ ପରେ ଯଦିବି ସ୍ଥାନ ଚିହ୍ନଟ କରିବା ପାଇଁ ସହମତିଦେଲେ କିନ୍ତୁ ପରିତାପର ବିଷୟ ନାମ ଫଳକ ଖୁମ୍ଭ ତିଆରି କରିବାର ଗୋଟିଏ ଦିନରେ ଭାଙ୍ଗିଦେଲେ।ଏଥିରେ ବନ  ବିଭାଗର ହାତଥିବା ସନ୍ଧେହ ହେଉଛି। କାରଣ ପଞ୍ଚାୟତ ଆଇବି ତିଆରିକଲେ କଟେଜ ପ୍ରତି ପର୍ଯଟକଙ୍କ ଆଗ୍ରହ କମିବ । ବନ ବିଭାଗ ରାତିକ ପାଇଁ ୩୯୦୦ ନେଉଥିବାବେଳେ ପଂଚାୟତର କମ ରହିବ।କେତୋଟି ମୌଳିକ ପ୍ରଶ୍ନ ଆସୁଛି ଖଣ୍ଡାଧାର କଣ ବନ ବିଭାଗର?ପାଉଡ଼ି ଭୂୟାଁଙ୍କୁ ନିଯୁକ୍ତି ସୁଯୋଗ ଦେବାର ପ୍ରତିଶ୍ରୁତିରେ ଆଜି ମାତ୍ର ୭ଜଣ କାହିଁକି?

କେବଳ ଦୁଇଟି ଗ୍ରାମର ମୁଷ୍ଟିମେୟ ଲୋକଙ୍କୁ ନିଯୁକ୍ତି?ଆଜି ସୁଧା କେତେ ଆୟ ବ୍ୟୟ ସର୍ବସାଧାରଣଙ୍କ ଦୃଷ୍ଟିରେ ରହିଛିକି?ବନବିଭାଗ ପ୍ରତି ଜିଲ୍ଲା ପ୍ରଶାସନ ଓ ପ୍ରଶାସନିକ ପ୍ରିୟପ୍ରୀତି ନୀତି କେଉଁ ସ୍ୱାର୍ଥରେ,ପଞ୍ଚାୟତ ପ୍ରତି ବୈମାତୃକ ମୋନଭାଵ କାହିଁକି?ବନବିଭାଗ ଦୋକାନ ଖୋଲିବ ତେବେ ପଂଚାୟତରେ ୨୦୦୦୦ ଟଙ୍କା ଅମାନତା ଜମାକାରୀ ଦୋକାନ ନେଇଥିବା ଲୋକ କଣ କରିବେ?

ବନବିଭାଗରେ ବଦଳି ନୀତି ନାହିଁ କି?କାରଣ ଏଠାରେ ଜଣେ ଜଣେ ଦୀର୍ଘ ବର୍ଷ ଧରି ରହିଲେଣି।ପୁଣି ଏଠାରୁ ପ୍ରମୋସନ ପାଇ ବଦଳି ପରେ ଏଠାକୁ ଆସିବା ରହସ୍ୟମୟ ନୁହଁକି?ପଞ୍ଚାୟତର ଯଦି ଅଧିକାର ନାହିଁ ତେବେ କେଉଁ ଅଧିକାର ବଳରେ ଓ କାହାର ବାହୁଛୟତଳେ ସକାରଙ୍କ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି।ପଂଚାୟତକୁ ଛାଡି ବନବିଭାଗ ମନମୁଖୀ କାମ କରିବା ଆଇନ ଶୃଙ୍ଖଳା ଭଙ୍ଗ ନୁହେଁ କି?ନା ଜଣେ ସରଳ ପାଉଡ଼ି ଭୂୟାଁ ସରପଞ୍ଚ ହୋଇଥିବାରୁ ଭୟ ଦେଖାଇ ଦବା ଯାଉଛି।ଏଥି ପ୍ରତି ଉଚ୍ଚକର୍ତୃପକ୍ଷଙ୍କ ଦୃଷ୍ଟି ପଡୁବୋଲି ସର୍ବସାଧାରଣରେ ଦାବି ହେଉଛି।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here