କୋଇଡା ଶବ ବ୍ୟବଛେଦ ଗୃହ ପାଲଟିଛି ଭୂତକୋଠି : ସୁନ୍ଦରଗଡ

ସୁନ୍ଦରଗଡ ଜିଲ୍ଲା କୋଇଡା ଅଞ୍ଚଳରେ ଏକ ଶବ ବ୍ୟବଛେଦ ଗୃହ ତିଆରି ହୋଇଛି ଦୀର୍ଘ ଚାରି ବର୍ଷ ହେଲା ହେଲେ ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ନ ହୋଇ ପଡିରହିଛି । ଏହି ଗୃହଟି ଏବେ ସାଜିଛି ଭୂତ କୋଠି । ତେବେ ଉକ୍ତ ଅଞ୍ଚଳର ସ୍ଥାୟୀ ବାସୀନ୍ଦା ବିଗତ ୨୦୧୭ ମସିହାରୁ ଏ ବାବଦରେ ସ୍ବାସ୍ଥ୍ୟ ବିଭାଗ ଓ ବିଡିଓଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳ ସମେତ ବିଧାୟକଙ୍କୁ ମଧ୍ୟ ଜଣାଇଥିଲେ । କୋଇଡା ପଞ୍ଚାୟେତ ସମିତି କାର୍ଯ୍ୟାଳୟ ସ୍ଥିତ ସଭା ଗୃହରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ସଭାରେ ପୂର୍ବତନ ଜଲ୍ଲାପରିଷଦଙ୍କ ନେତୃତ୍ବରେ ଗ୍ରାମବାସୀଗଣ ମିଶି ଖୋଦ ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ । ତେବେବି ଏହି ଶବ ବ୍ୟବଛେଦ ଗୃହକୁ କାର୍ଯ୍ୟକ୍ଷମ କରିବା ସକାସେ ସ୍ବାସ୍ଥ୍ୟ ବିଭାଗ କି ଜିଲ୍ଲାପାଳ କେହି ହେଲେ ଆଡ ଆଖିରେ ଚାହୁଁ ନାହାଁନ୍ତି । ବାରମ୍ବାର ଲିଖିତ ଅଭିଯୋଗ ହେବା ପରେ ମଧ୍ୟ ଶବ ବ୍ୟବଛେଦ ଗୃହର ଉଦଘାଟନ କରାଯାଉନାହିଁ କାହିଁକି ? କୋଇଡା ବ୍ଲକ ବାସୀନ୍ଦା ତଥା ଆଖ ପାଖ ଗ୍ରାମର ବାସୀନ୍ଦାଙ୍କର କେହି ଅପମୃତ୍ୟୁ ହେଲେ ବା ଦୁର୍ଘଟଣାରେ ମୃତ୍ୟୁ ବରଣ କଲେ ସେମାନେ ବାଧ୍ୟ ହୋଇ ୬୦ ରୁ ୭୦ କିମି ବାଟ ଲହୁଣୀପଡା ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ତିନିରୁ ଚାରିଦିନ ପରେ ଶବ ଧରି ଘରକୁ ଫେରନ୍ତି । କାରଣ ଜାତୀୟ ରାଜପଥ ୨୧୫ ରାସ୍ତା ମରାମତି ହେଉଥିବା ବେଳେ କୋଇଡା ବ୍ଲକବାସୀ ଘୋର ଅସୁବିଧାର ଶିକାର ହେବା ସହ ମାତ୍ରାଧିକ ଖର୍ଚ୍ଚାନ୍ତ ମଧ୍ୟ ହେଉଛନ୍ତି । ଏଥିରେ କୋଇଡା ପୋଲିଶ ପ୍ରଶାସନକୁ ମଧ୍ୟ ଘାଣ୍ଟି ହେବାକୁ ପଡୁଛି । ସ୍ଥାନୀୟ ବାସୀନ୍ଦାଙ୍କ କହିବା ଅନୁଯାଇ ଠିକାଦାର ଗୃହ ତିଆରି କରି ସ୍ବାସ୍ଥ୍ୟ ବିଭାଗକୁ ଦାୟିତ୍ବ ହସ୍ତାନ୍ତର କରିବା ପରେ ମଧ୍ୟ ଶବ ବ୍ୟବଛେଦ ଗୃହକୁ କାର୍ଯ୍ୟକ୍ଷମ କରିବାରେ ଅସୁବିଧା ରହୁଛି କେଉଁଠି ? କାହା ପ୍ରରୋଚନା ବାଧା ଦେଉଛି ? ଜିଲ୍ଲା ପ୍ରଶାଶନ ଓ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଯଥାଶୀଘ୍ର ଏହି ଶବ ବ୍ୟବଛେଦ ଗୃହକୁ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ନ ଦେଲେ ବାଧ୍ୟ ହୋଇ କୋଇଡା ବାସୀ ରାଜରାସ୍ତାକୁ ଓହ୍ଲାଇବା ସହ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ଚେତାବନୀ ଦେଇଛନ୍ତି । ଜିଲ୍ଲାପାଳ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ।


ସୁନ୍ଦରଗଡ଼ କୋଇଡା ରୁ ସନ୍ତୋଷ କୁମାର ପାତ୍ର ଙ୍କ ରିପୋର୍ଟ୍

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here