ଚାଲିଛି କୁକୁଡା ଖେଳ , ପ୍ରଶାସନ ସାଜିଛି ନୀରବ ଦ୍ରଷ୍ଟା : ସୁନ୍ଦରଗଡ

କରୋନା ସମୟରେ କୋଭିଡ ନୀୟମକୁ ସଂପୂର୍ଣ୍ଣ ବେଖାତିର କରି ଅନେକ ଭିଡ ଭିତରେ ଚାଲିଛି କୁକୁଡା ପାଡା । ବିଭିନ୍ନ ଲୋକଙ୍କ ସମାଗମରେ ଧୁମଧାମରେ ଚାଲିଛି ସପ୍ତାହକୁ ୩ ଦିନ କୁକୁଡା ଲଢେଇ ବନାମ ଜୁଆ । ସୁନ୍ଦରଗଡ ଜିଲ୍ଲା କୋଇଡା ଥାନା ଠାରୁ ମାତ୍ର ୩ ରୁ ୪ କିମି ଦୂରରେ ଥିବା କନ୍ତର କୋଇଡା ଅଞ୍ଚଳରେ ଚାଲିଛି କୁକୁଡା ଲଢେଇ ନାମରେ ଜୁଆ ଖେଳ । ପ୍ରଶାସନ ପକ୍ଷରୁ ଏଥି ସକାସେ କୌଣସି ପଦକ୍ଷେପ ନେବାର କେହି କେବେ ଦେଖି ନ ଥିବାବେଳେ ଏହି ଖେଳ ସକାସେ ଖେଳ ଖେଳାଉ ଥିବା ମାଲିକର ମୁଣ୍ଡ ଉପରେ ବଡ ବଡ ରାଜ ନେତାଙ୍କର ହାତ ଥିବା ନେଇ ନିଜର ନାମକୁ ଲୁଚାଇ ପରିପ୍ରକାଶ କରିଛନ୍ତି ଅଞ୍ଚଳବାସୀ । ତେବେ କଥା ହେଉଛି ସରକାର ଏତେ ଗୁଡିଏ ନୀୟମ ତିଆରି କରି ମାକ୍ସ ପିନ୍ଦିବା ସହ ସାମାଜିକ ଦୂରତା ବଜାୟ ରଖିବା ଭୂଲିଯାଇ ଭିଡ ଉପରେ ଭିଡ ଜମାଇ ଚାଲିଛି କୁକୁଡା ପାଡା ନାମରେ ଲକ୍ଷ ଲକ୍ଷ ଟଙ୍କାର ଜୁଆ ଖେଳ । ପ୍ରଶାସନ ଯଦି ସବୁ ଜାଣିଶୁଣି ନୀରବ ରୁହେ ତେବେ ଲୋକେ ଗୁହାରୀ କରିବେ କାହାକୁ । କନ୍ତର କୋଇଡା ଅଞ୍ଚଳରେ ଚାଲିଥିବା ଜୁଆ ଖେଳ ଦ୍ବାରା ଉକ୍ତ ଅଞ୍ଚଳରେ ଦିନକୁ ଅସାମାଜିକ କାର୍ଯ୍ୟ ସବୁ ବୃଦ୍ଧି ପାଇବା ସହିତ ଅଞ୍ଚଳ ବାସୀ ନାନାଦି ଅସୁବିଧାର ସମ୍ମୁଖୀନ ହେଉଥିବା ମଧ୍ୟ ଜଣାପଡିଛି । ଏଭଳି ଜୁଆ ଖେଳକୁ ପୂର୍ଣ୍ଣ ଭାବରେ ପ୍ରଶାସନ ପ୍ରଶ୍ରୟ ଦେଉଥିବା ନେଇ ଷ୍ପଷ୍ଟ ବାରି ହୋଇପଡୁଛି । ଯଦି ପ୍ରଶାସନ ସଚେତନ ହେବ ତେବେ କାହାରି ସାହସ ହେବନାହିଁ ଏଭଳି କଦର୍ଯ୍ୟ କାର୍ଯ୍ୟ କରିବା ପାଇଁ । ଯେଉଁଠି ସ୍ଥାନୀୟ ପ୍ରଶାସନ ନୀରବ ଦ୍ରଷ୍ଟା ସାଜିଛି ସେଠି ଅନ୍ୟ ମାନେ ବା କାହିଁକି ମୁଣ୍ଡ ପୂରାଇବେ । ଯାଣି ଶୁଣି ନିଜର କେତେକ ସୁବିଧା ପାଇଁ ପ୍ରଶାସନ ଏହି କୁକୁଡା ପାଡା ନାମକ ଜୁଆ ଖେଳକୁ ପ୍ରଶ୍ରୟ ଦେଉଥିବା ବେଳେ ନିର୍ଭିକତାର ସହିତ ଖେଳ କରାଉଛି ମାଲିକ । ତାର କାହାରିକୁ ହେଲେ ଭୟଭ୍ରାନ୍ତି ନାହିଁ । ଏଥିପ୍ରତି ଜିଲ୍ଲା ପ୍ରଶାସନ ଯଦି ବିଶେଷ ଦୃଷ୍ଟି ଦେଇ ବେଳହୁଁ ସାବଧାନ ନ ହୁଏ ତେବେ ଲେଡି ଗୁଡ କହୁଣିକୁ ବୋହିଗଲେ ପରେ ଚାଟିବା ଘୋର ଅସମ୍ଭବ ହୋଇ ପଡିବ ।

ସୁନ୍ଦରଗଡ଼ କୋଇଡା ରୁ ସନ୍ତୋଷ କୁମାର ପାତ୍ର ଙ୍କ ରିପୋର୍ଟ

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here