ଗାୟତ୍ରୀ ଶକ୍ତିପୀଠ, ରାଉରକେଲା ର ୪୦ ତମ ପ୍ରାଣ ପ୍ରତିଷ୍ଠା ଦିବସ: ସୁନ୍ଦରଗଡ଼

ଅଖିଳ ବିଶ୍ବ ଗାୟତ୍ରୀ ପରିବାର, ରାଉରକେଲା ଶାଖା ତରଫରୁ ଆଜି ସେକ୍ଟର ୨ ସ୍ଥିତ ଗାୟତ୍ରୀ ଶକ୍ତିପୀଠର ପ୍ରାଣ ପ୍ରତିଷ୍ଠା ଦିବସ ଆଡମ୍ବରର ସହ ପାଳନ କରାଯାଇଛି। କରୋନା ମହାମାରୀ କୁ ଦୃଷ୍ଟିରେ ରଖି ସାମାଜିକ ଦୂରତା ରକ୍ଷା କରିବା ସହିତ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଥିଲା। ଆଜିର ଦିନରେ ଗାୟତ୍ରୀ ପରିବାର ର ପ୍ରତିଷ୍ଠତା ବେଦମୂର୍ତ୍ତି ତପୋନିଷ୍ଠା ପଣ୍ଡିତ ଶ୍ରୀରାମ ଶର୍ମା ଆଚାର୍ଯ୍ୟ ଙ୍କ କରମ କମଳରେ ଏହି ଶକ୍ତିପୀଠ ରେ ପ୍ରାଣପ୍ରତିଷ୍ଠା କରାଯାଇଥିଲା ।ଏହି ଅବସର ରେ ଗାୟତ୍ରୀ ଶକ୍ତିପୀଠ ର ଟ୍ରଷ୍ଟି ଶ୍ରୀ ନିତ୍ୟାନନ୍ଦ ଦାସ ଧର୍ମ ପତାକା ଉତ୍ତୋଳନ କରିବା ସହ ଏହି ମହାମାରୀ କରୋନା କିପରି ଲୋକଙ୍କ ବିଚାରଧାରା ଓ ଜୀବନ ଶୈଳୀ ରେ ପରିବର୍ତ୍ତନ ଆଣିଛି ତାହା ଉପରେ ଆଲୋକପାତ କରିଥିଲେ ।ଏହି ଅବସର ରେ ଗାୟତ୍ରୀ ପରିବାରର ବରିଷ୍ଠ କାର୍ଯ୍ୟକର୍ତ୍ତା ନିଜର ଅନୁଭୂତି ବର୍ଣ୍ଣନା କରିଥିଲେ ।ପରେ ଯୁଗସଙ୍ଗୀତ ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ହେବା ସହ ପରିବାର ର ସଦସ୍ୟ ଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ କୁ ଶ୍ରୀ ବିଜୟ କୁମାର କର, ଜୟପ୍ରକାଶ ଜୋଶିଲା, ଜୟପ୍ରକାଶ ଜିନ୍ଦଲ , ଲମ୍ବୋଦର ମହାଳିକ  ସଂଯୋଜନା କରିବା ସହିତ ଶ୍ରୀ ଶିବ ଚନ୍ଦ୍ର ସାହୁ , ଶ୍ରୀମତୀ ସୁଷମା ପାତ୍ର ପ୍ରମୂଖ ସହଯୋଗ କରିଥିଲେ। ସମସ୍ତ ବିଜୟୀ ପ୍ରତିଯୋଗୀ ମାନଙ୍କୁ ପୃରସ୍କାର ପ୍ରଦାନ କରାଯିବା ସହ ଶେଷରେ ଶ୍ରୀ ବିଜୟ କର  କାର୍ଯ୍ୟକ୍ରମ ର ସଫଳତା ପାଇଁ  ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ।

ସୁନ୍ଦରଗଡ଼ ଜିଲ୍ଲା ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here