ସୁନ୍ଦରଗଡ଼ ଜିଲ୍ଲା ଟାଙ୍ଗରପାଲି ବ୍ଲକ ଅନ୍ତର୍ଗତ ତସଲାଡିହି ପଞ୍ଚାୟତରେ ପାଞ୍ଚ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି

ତସଲାଡିହି ଭି ଏସ୍ ଏସ୍ କ୍ଲବ ଆନୁକୂଲ୍ଯରେ ୨୭ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ପାଞ୍ଚ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଚାଲିଥିଲା l ଉଦଯାପନୀ ଦିବସର ପ୍ରଥମ ସେମିଫାଇନାଲ୍ ମ୍ଯାଚରେ କାଲୋ ବାହାଲ ଦଳକୁ ତସଲାଡିହି ଦଳ ହରାଇ ବିଜୟୀ ହୋଇଥିବା ବେଳେ ଦ୍ୱିତୀୟ ସେମିଫାଇନାଲରେ ମହୁଲପାଲି ଦଳକୁ ହରାଇ ରଙ୍ଗାଢିପl ଦଳ ବିଜୟୀ ହୋଇଥିଲେ l ସମ୍ମାନିତ ଅତିଥି ଭାବେ ତଳସରା ବିଧାନସଭା ନିର୍ବାଚନମଣ୍ଡଳୀର ବିଧାୟକ ଶ୍ରୀଯୁକ୍ତ ଭବାନୀ ଶଙ୍କର ଭୋଇ ଯୋଗ ଦେଇ ଖେଳାଳି ମାନଙ୍କର ଉତ୍ତୋରାତ୍ତର ଉନ୍ନତି କାମନା କରିଥିଲେ l ତାପରେ ଫାଇନାଲ୍ ମ୍ଯାଚ ତସଲାଡିହି ଓ ରଙ୍ଗାଢିପl ମଧ୍ୟରେ ସଂଘର୍ଷମୟ ଚିତ୍ତାକର୍ଷକ ମ୍ଯାଚ ଚାଲିଥିଲା l ଗୋଟିଏ ଗୋଲ୍ ଦେଇ ତସଲାଡିହି ଦଳ ଚାମ୍ପିଅନ ହୋଇଥିଲେ l ଅର୍ଜୁନ ମହାକୁଡ଼ ମଞ୍ଚ ପରିଚାଳନା କରିଥିଲେ l ଉଦଯାପିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଧାୟିକାଙ୍କ ପ୍ରତିନିଧି ସୁନୀଲ ପଣ୍ଡା, ସମ୍ମାନିତ ଅତିଥି ଭାବରେ ଟାଙ୍ଗରପାଲି ବ୍ଲକ (ଖ) ଜିଲ୍ଲାପରିଷଦ ସଭ୍ୟ ଶ୍ରୀଯୁକ୍ତ ଯୋଗେଶ୍ଵର ଭୋଇ, ଓ ବିଶ୍ୱଜିତ୍ ପଟେଲ ଯୋଗଦେଇଥିଲେ l ପିନୁ ବେରିହା, ଟିଙ୍କୁ ରାଉତ, ପିଙ୍କୁ ପଟେଲ ଓ ଚନ୍ଦନ ସେଠ୍ ରେଫରୀ କାର୍ଯ୍ୟ ତୁଲାଇଥିଲେ l ଅଞ୍ଚଳର ୧୬ ଟି ଦଳ ଅଂଶ ଗ୍ରହଣ କରିଥିଲେ l ବିଜେତା ଦଳକୁ ସାତ ହଜାର ଟଙ୍କା ସହିତ ଏକ ଟ୍ରଫି ଏବଂ ଉପବିଜେତା ଦଳକୁ ପାଞ୍ଚ ହଜାର ଟଙ୍କା ସହିତ ଏକ ଟ୍ରଫି ଅତିଥି ମାନଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା l ଭି ଏସ୍ ଏସ୍ କ୍ଲବର ସଭାପତି ଦେବାଶିଷ ଦାସଙ୍କ ସହିତ ଶୁଭମ୍ ନାଏକ, ବେଦବ୍ୟାସ ତନ୍ତୀ, ପିଙ୍କୁ ପଟେଲ, ଶ୍ରୀଧର ମାଝୀ, ତପନ ରାଉତ, କ୍ରିଷ୍ଣl ନାଏକ, ପ୍ରମୁଖ ସହଯୋଗ କରିଥିଲେ l ଜିଲ୍ଲାପରିଷଦ ସଭ୍ୟ ଯୋଗେଶ୍ଵର ଭୋଇ ତସଲାଡିହି ଠାରେ ଆସନ୍ତା ବର୍ଷ ସାହାଣୀ କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ହେବ ବୋଲି ସବୁଜ ସଙ୍କେତ ଦେଇ ଥିଲେ l

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here