ବନ ଅଧିକାରୀ ମାନଙ୍କ ତାଲିମ ଶିବିର : ନବରଙ୍ଗପୁର

ଡାବୁଗାଁ – ନବରଙ୍ଗପୁର ବନଖଣ୍ଡ ଅଧିକାରୀ ମଗର ଧନାଜୀ ରାଓସୋ ଙ୍କ ନିର୍ଦ୍ଦେଶ କ୍ରମେ ଡାବୁଗାଁ ବନାଞ୍ଚଳ କାର୍ଯ୍ୟ|ଳୟ ପରିସରରେ ଜିଲାର ବିଭିନ୍ନ ବନ ଅଧିକାରୀ ମାନଙ୍କୁ ନେଇ ଆମ ଜଙ୍ଗଲ ଯୋଜନା ଉପରେ ୨ ଦିନିଆ ତାଲିମ ଶିବିର ବୁଧବାର ଉଦଯାପିତ ହୋଇଯାଇଛି | ଏଥିରେ ଭିଡିଓ କନଫେରନ୍ସି ମାଧ୍ୟମରେ ଜିଲାର ୬ ଗୋଟି ବନାଞ୍ଚଳର ଡିଷ୍ଟିକ ମ୍ୟାନେଜମେଣ୍ଟ ୟୁନିଟ (ଡିଏମୟୁ) ଓ ଫିଲ୍ଡ ମ୍ୟାନେଜମେଣ୍ଟ ୟୁନିଟ (ଏଫଏମୟୁ) ସ୍ତରୀୟ ବନ ଅଧିକାରୀ ମାନଙ୍କୁ ଆମ ଜଙ୍ଗଲ ଯୋଜନାର ଲକ୍ଷ୍ୟ, ଉଦ୍ଦେଶ୍ୟ ଓ କାର୍ଯ୍ୟ କାରିତା, ଗୋଷ୍ଠୀ ସଚେତନତା, କାର୍ଯ୍ୟର ଅନଲାଇନ ଅପଲୋଡ, ଅଣୁ ଯୋଜନା ପ୍ରସ୍ତୁତି ଓ କାର୍ଯ୍ୟ କାରିତା ଉପରେ ତାଲିମ ଦିଆଯାଇଥିଲା | ଏହି ତାଲିମ ଶିବିରରେ ଡାବୁଗାଁ ବନାଞ୍ଚଳ ଅଧିକାରୀ ସେତୁ ରଞ୍ଜନୀ ଗମାଙ୍ଗୋ, ନବରଙ୍ଗପୁର ବନାଞ୍ଚଳ ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ନନ୍ଦ, କୋଡିଙ୍ଗା ବନାଞ୍ଚଳ ଅଧିକାରୀ ଆଶିଷ କୁମାର କଅର, ଉମରକୋଟ ବନାଞ୍ଚଳ ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ନାୟକ, ଝରିଗାଁ ବନାଞ୍ଚଳ ଅଧିକାରୀ ମୁକୁନ୍ଦ ଦିସାରୀ, ରାଇଘର ବନାଞ୍ଚଳ ଅଧିକାରୀ ସୁକୁମାର ଦୁକୁ ଏବଂ ସମସ୍ତ ବନପାଳ, ଆମ ଜଙ୍ଗଲ ଯୋଜନାର ଜିଲା ସଂଯୋଜକ, ଦଳପତି ଓ ଉନ୍ନୟନ ଅଧିକାରୀ ମାନେ ଉପସ୍ଥିତ ଥିଲେ |

ନବରଙ୍ଗପୁର ଜିଲା ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡା, Odisha1.TV

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here