ଅସହାୟ ଓ ଦୁଃସ୍ଥ ଲୋକ ମାନଙ୍କୁ ତ୍ବରିତ ସେବା ପ୍ରଦାନ :ପୁରୀ

ପୁରୀ ଜିଲ୍ଲାରେ ଅସହାୟ ଓ ଦୁଃସ୍ଥ ଲୋକ ମାନଙ୍କୁ ତ୍ବରିତ ସେବା ପ୍ରଦାନ କରାଯାଉଛି । ସାମାଜିକ ଗଣମାଧ୍ୟମ ଠାରୁ ଆରମ୍ଭ କରି ପ୍ରତ୍ୟକ୍ଷ ଭାବେ ଆସୁଥିବା ବିଭିନ୍ନ ଅଭିଯୋଗ ଗୁଡିକର ତୁରନ୍ତ ସମାଧାନ ନିମନ୍ତେ ଜିଲ୍ଲାପାଳ ବିଭାଗୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଛନ୍ତି । ଆଜି ଏସଂକ୍ରାନ୍ତୀୟ ଏକ ସମୀକ୍ଷା ବୈଠକରେ ଜିଲ୍ଲାପାଳ ଶ୍ରୀ ବଲୱନ୍ତ ସିଂ ଯୋଗ୍ୟ ହିତାଧିକାରୀ ବିଶେଷକରି ଚିକିତ୍ସା କ୍ଷେତ୍ରରେ ତୁରନ୍ତ ଚିକିତ୍ସା ଆବଶ୍ୟକତା କରୁଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରି ଆନୁଷଙ୍ଗିକ ସହଯୋଗର ବ୍ୟବସ୍ଥା କରିବାକୁ ପରାମର୍ଶ ଦେଇଛନ୍ତି । ଗତ ୩ ମାସ ମଧ୍ୟରେ ଜିଲ୍ଲାର ୩୮ ଜଣଙ୍କୁ ଚିକିତ୍ସା ନିମନ୍ତେ ୬ ଲକ୍ଷ ୯୫ ହଜାର ଟଙ୍କା ପ୍ରଦାନ କରାଯାଇଛି । ଏତଦବ୍ୟତୀତ ଯୋଗ୍ୟ ହିତାଧିକାରୀଙ୍କୁ ତୁରନ୍ତ ବିଭିନ୍ନ ଯୋଜନାରେ ସାମିଲ କରାଯାଇଛି । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ସୁଜାତା ମିଶ୍ର, ଜରୁରୀକାଳୀନ ଅଧିକାରୀ ଶ୍ରୀମତୀ ଇତିଶ୍ରୀ ନାୟକ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ପୁଷ୍ପାଞ୍ଜଳି ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here