ଖବର ସଂକ୍ଷେପ ରେ…………..ତାରିଖ ୨୮/୧୨/୨୦, ସୋମବାର(NEWS IN BULLETS)

୧-ଚଳିତ ବର୍ଷର ଶେଷ କ୍ୟାବିନେଟ୍ ବୈଠକ ଆଜି ଅପରାହ୍ନ ୫ଟାରେ,ଆସିବ ୧୨ ପ୍ରସ୍ତାବ।

୨-ଆଜି ଖୋଲିବ ଆରଡିର ବାବା ଆଖଣ୍ଡଳମଣିଙ୍କ ମନ୍ଦିର,ପ୍ରଥମ ଦୁଇ ଦିନ ଅର୍ଥାତ ୨୮ ଏବଂ ୨୯ ତାରିଖରେ ବାବାଙ୍କୁ ଦର୍ଶନ କରପାରିବେ ସେବାୟତଙ୍କ ପରିବାର ।

୩-କିସ୍ ବିଶ୍ୱବିଦ୍ୟାଳୟରେ ମହା-ଅଭିଭାବକ ସମ୍ମିଳନୀ, କରୋନା ପାଇଁ ଭର୍ଚୁଆଲରେ ହେଲା କାର୍ଯ୍ୟକ୍ରମ।

୪-ରାଜଗାଙ୍ଗପୁର:ଉଲ୍ଲଙ୍ଘନକାରୀଙ୍କୁ ମୋଟା ତଣ୍ଡ, ବାଇକ ଆରୋହୀଙ୍କୁ ୨୨ ହଜାର ୫୦୦ ଟଙ୍କାର ଫାଇନ।

୫-ଭାରତରେ ଜରୁରୀକାଳୀନ ବ୍ୟବହାର ପାଇଁ ଅକ୍ସଫୋର୍ଡ କୋଭିଡ୍ ଭ୍ୟାକସିନ୍‌କୁ ପ୍ରଥମେ ମିଳିପାରେ ଅନୁମତି।ଅକ୍ସଫୋର୍ଡ ଟୀକା ୯୫% ପ୍ରଭାବୀ,୧୦୦%ସୁରକ୍ଷିତ

୬-ଡେରାବିଶ:ନାତି ସୁମନ ସୈ।ରଭର ୧୬ତମ ସ୍ଵନକ୍ଷତ୍ର ଉତ୍ସବରେ ଜେଜେ ବାପା ଦାମୋଦର ଖଟୁଆଙ୍କ ଦ୍ବିତୀୟ ପୁସ୍ତକ ‘ଭକ୍ତି ଅର୍ଘ୍ୟ’ ଉନ୍ମୋଚିତ।

୭-ପୁଣି ରାପ୍ ଗାଇଲେ ଜଟଣୀ ବିଧାୟକ ସୁର ରାଉତରାୟ, ଏଥର ରାପରେ ରହିଛି ନିଶା ନିବାରଣ ସଚେତନତା ବାର୍ତ୍ତା।

୮-ଭୁବନେଶ୍ୱର:ଥମୁନି ଜାଡ,ଆଉ ତିନି ଦିନ କୁହୁଡି ସମ୍ଭାବନା।

୯-କ୍ଯାଟ୍ ଓ ଜିପିଏଟି ପରୀକ୍ଷା ପାଇଁ ପଞ୍ଜିକରଣ ଆରମ୍ଭ:www.nta.ac.in

୧୦-ଆଜମେର:୮ମ ବିବାହ ବାର୍ଷିକୀରେ ଅଜବ ଉପହାର: ପତ୍ନୀ ସ୍ବପ୍ନାଙ୍କୁ ଜହ୍ନରେ ଜାଗା ଦେଲେ ପତି ଧର୍ମେନ୍ଦ୍ର ଆହୁଜା।

୧୧-ନୁଆ ଦିଲ୍ଲୀ: ଗାଡ଼ି କାଗଜପତ୍ରର ବୈଧତା ମାର୍ଚ୍ଚ ୩୧ ଯାଏଁ ବଢ଼ିଲା।

୧୨-ଚାଲିଲା ଦାର୍ଜିଲିଂ-ହିମାଲୟନ ଟୟଟ୍ରେନ୍, ଏବେ ପୂର୍ବୋତ୍ତର ବୁଲିବାର ଆସିବ ଅସଲି ମଜା।

୧୩-ମଧ୍ୟ ପ୍ରଦେଶ ବିଧାନସଭାର ୭ ବିଧାୟକ ଓ ୬୧ କର୍ମଚାରୀ କରୋନା ଆକ୍ରାନ୍ତ, ସ୍ଥଗିତ ରହିଲା ଶୀତକାଳୀନ ଅଧିବେଶନ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here