ଖବର ସଂକ୍ଷେପ ରେ…………..ତାରିଖ ୨୬/୧୨/୨୦,ଶନିବାର(NEWS IN BULLETS)

୧-ମୁଖ୍ୟ ଶାସନ ସଚିବ ନିଯୁକ୍ତି ପରେ ପୁରୀ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କଲେ ସୁରେଶ ମହାପାତ୍ର, ରାଜ୍ୟବାସୀଙ୍କ ପାଇଁ ଶୁଭମନାସିଲେ।

୨-୨୧ ବର୍ଷରେ ମେୟର: ଥିରୁବନନ୍ତପୁରମ୍ ମେୟର ପଦ ଲାଗି କଲେଜ ଛାତ୍ରୀ ଆର୍ଯ୍ୟା ରାଜେନ୍ଦ୍ରନଙ୍କ ନାମ ଚୂଡ଼ାନ୍ତ।

୩-ଆଜି ବିଜେଡିର ପ୍ରତିଷ୍ଠା ଦିବସ:ଯୁବ ନେତୃତ୍ବ ହେବେ ବାର୍ତ୍ତାବହ ।

୪-ଦକ୍ଷିଣ ଆଫ୍ରିକାରେ କରୋନାର ନୂଆ ଷ୍ଟ୍ରେନ୍ ଚିହ୍ନଟ: ବ୍ରିଟେନ ସରକାରଙ୍କ ଦାବିକୁ ଦକ୍ଷିଣ ଆଫ୍ରିକାର ଖଣ୍ଡନ।

୫-ଧଳ ସାମନ୍ତ ବ୍ରଦର୍ସ ଘରୁ ପୁଣି ମିଳିଲା ବନ୍ଧୁକ-ଗୁଳି, ଅଭିଯୁକ୍ତଙ୍କ ଉପସ୍ଥିତିରେ ଘରର କାନ୍ଥ ତାଡିଲା ପୋଲିସ।

୬-ରାଉରକେଲା:ମିଶନ ଡ୍ରିମସ୍ ଇଣ୍ଡିଆ ଫାଇନାଲ, ଓଡ଼ିଆ ଝିଅ ପ୍ରତୀକ୍ଷା ରନର୍ସ ଅପ୍।

୭-ଭୁବନେଶ୍ୱରରେ ହେବ ୬୨ ତମ ବରିଷ୍ଠ ପୋଲିସ ଅଧିକାରୀ ସମ୍ମିଳନୀ, ଯୋଗ ଦେବେ ସିଡିଏସ ବିପିନ ରାଓ୍ଵତ।

୮-ଜାତୀୟ ମୁଖପାତ୍ର ମନୋନୀତ ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଲେ ସାଂସଦ ଡ. ଅଚ୍ୟୁତ ସାମନ୍ତ।‌

୯-ଆଉ ୪୦୬ କରୋନା ଆକ୍ରାନ୍ତ ସୁସ୍ଥ : ମୋଟ୍ ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୨୩ ହଜାର ୩୭୮କୁ ବୃଦ୍ଧି।

୧୦-ଆସନ୍ତା ୨୯ ତାରିଖରୁ ଖୋଲିବ ଯାଜପୁର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ମନ୍ଦିର।‌

୧୧-କରୋନାର ନୂଆ ରୂପକୁ ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନର ତତ୍ପରତା, ଜାରି ହେଲା ନୂଆ ଗାଇଡ଼ ଲାଇନ।‌

୧୨-ଦେଶରେ ବଢୁଛି ବାଇକ୍ ଦୁର୍ଘଟଣା ଜନିତ ମୃତ୍ୟୁ, ପ୍ରତି ଘଣ୍ଟାରେ ଯାଉଛି ୬ ଜୀବନ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here