ଡାବୁଗାଁ ରେ ବଡଦିନ ପାଳିତ : ନବରଙ୍ଗପୁର

ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଞ୍ଚଳରେ ଥିବା ବିଭିନ୍ନ ଚର୍ଚ୍ଚରେ ଖ୍ରୀଷ୍ଟିୟାନ ସମ୍ପ୍ରଦାୟର ଲୋକ ମାନେ ପ୍ରଭୁ ଯୀଶୁ ଙ୍କ ଜନ୍ମ ଦିନ ବଡଦିନ ପାଳନ କରିଥିଲେ | ଏହି ଅବସରରେ ସ୍ଥାନୀୟ ଚର୍ଚ୍ଚରେ ଗୁରୁବାର ସନ୍ଧ୍ୟାରୁ ପ୍ରାର୍ଥନା ସଭା ଆୟୋଜନ ଚାଲିଥିଲା | ଚର୍ଚ୍ଚର ପ୍ରଦୀପ ଗରଡା ଯୀଶୁଖ୍ରୀଷ୍ଟଙ୍କ ବାଣୀ ଏବଂ ବାଇବେଲର ନୀତିବାଣୀ ପଠନ କରି ଆଲୋଚନା କରିଥିଲେ | ପ୍ରାଥନାକାରୀ ସାନ୍ତନ ମନ୍ଦାର ପ୍ରାର୍ଥନା ପରିଚାଳନା କରିଥିଲେ | ଏଥିରେ ଜୋଏସ, ଆନି, ଷ୍ଟାଲିନ ଏବଂ ସଣ୍ଡେସ୍କୁଲ ଛାତ୍ରୀ ଛାତ୍ର ମାନେ ସଂଗୀତ ଗାନ କରିଥିଲେ | ଏଥିରେ ସ୍ଥାନୀୟ ଚର୍ଚ୍ଚର ସଭାପତି ସଞ୍ଜୀବ କୁମାର ଜାନୀ, ସମ୍ପାଦକ ପ୍ରତାପ ନାୟକ, ବିଧିବଦ୍ଧ ଭାବେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ |ଏଥି ରେ କୋଭିଡ-୧୯ ନିୟମ ଅନୁଯାଇ ପ୍ରାର୍ଥନା କରଯାଇଥିଲା |

ନବରଙ୍ଗପୁର ଜିଲା ଡାବୁଗାଁ ରୁ ପ୍ରଜ୍ଞାରଞ୍ଜନ ପରିଡା, Odisha1.TV

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here