ଆଗାମୀ ଓଡିଶା ପକ୍ଷରୁ ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି ଙ୍କୁ କରୋନା ସମ୍ମାନ : ଜଗତସିଂହପୁର

ଜାତୀୟ ଭାଷା ସାହିତ୍ୟ ଅନୁଷ୍ଠାନ ଆଗାମୀ ଓଡିଶା ପକ୍ଷରୁ ଜଗତସିଂହପୁର ବିଧାୟକ ତଥା ଜିଲା ଯୋଜନା କମିଟି ଅଧ୍ୟକ୍ଷ ପ୍ରଶାନ୍ତ କୁମାର ମୁଦୁଲି ଙ୍କୁ କରୋନା ଯୋଦ୍ଧା ସମ୍ମାନ ରେ ସମ୍ମାନିତ କରାଯାଇଛି।ଏଥିରେ ବିଶିଷ୍ଟ ଅତିଥିଭାବେ ବରିଷ୍ଠ ଆଇନଜୀବୀ ରାଜକିଶୋର ଖଟୁଆ ଯୋଗଦେଇ କହିଥିଲେ ବିଧାୟକ ଶ୍ରୀ ମୁଦୁଲି ନିଜ ଜୀବନକୁ ବାଜି ଲଗାଇ ଜିଲ୍ଲା ବାସୀଙ୍କୁ କରୋନା ମହାମାରୀ ରୁ ରକ୍ଷା କରିବା ନିମନ୍ତେ ଯଥା ସମ୍ଭବ ପ୍ରୟାସ ଜାରୀ ରଖିଛନ୍ତି। ଏହି ଅବସରରେ ବିଧାୟକ ଶ୍ରୀ ମୁଦୁଲିଙ୍କୁ ପୁଷ୍ପଗୁଚ୍ଛ,ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ସମ୍ବର୍ଦ୍ଧିତ ପ୍ରତିଭା ତଥା ମୁଖ୍ୟଅତିଥି ବିଧାୟକ ଶ୍ରୀ ମୁଦୁଲି କହିଥିଲେ ଜିଲାରେ ଭାଷା ସାହିତ୍ୟ, ସଂସ୍କୃତି ପରମ୍ପରା ଓ ପୂଜ୍ୟ ପୂଜା କାର୍ଯ୍ୟକ୍ରମ ଓ ପ୍ରତିଭା ସମ୍ମାନ କାର୍ଯ୍ୟକ୍ରମ ପାଇଁ ବେଶ ପ୍ରଂସସନୀୟ ।ଆଗାମୀ ଓଡିଶା ସଭାପତି ବିଜୟ କୁମାର ସ୍ବାଇଁ ସଭାପତିତ୍ୱରେ ସମ୍ମାନିତ ଅତିଥିଭାବେ ଶିକ୍ଷାବିତ ପ୍ୟାରୀମୋହନ ପଟ୍ଟନାୟକ, ପୁର୍ବତନ ଅଧକ୍ଷ ଅଜୟ କୁମାର ଦାସ,ସମ୍ପାଦକ ଆଶିଷ ଚକ୍ରବର୍ତ୍ତୀ, ବିଜେଡ଼ି ନଗର ସଭାପତି ପ୍ରିୟବ୍ରତ ମହାପାତ୍ର, ପୂର୍ବତନ ପୌରାଧକ୍ଷ ମଧୁସୂଦନ ସାହୂ,ଯୁବନେଟ ରାତିରଞ୍ଜନ ବେହେରା,ସରୋଜକୁମାର ବିଶ୍ଵାଳ,ଶିକ୍ଷାବିତ ସଦାଶିବ ବିଶ୍ଵାଳ,ଆଇନଜୀବୀ ଏମ୍.ଏନ.ହର୍ଷବର୍ଦ୍ଧନ, ସାମ୍ବାଦିକ କଲ୍ୟାଣ ସେନ,ଶିକ୍ଷକ ନେତା ରବିନାରାୟଣ, ସମାଜସେବୀ ଅଭୟ ସାମନ୍ତରାୟ ପ୍ରମୂଖ ଯୋଗଦେଇ ଥିଲେ।ଶେଷରେ ସମାଜସେବୀ ବିଜନ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

ଜଗତସିଂହପୁର ରୁ ଜିଲା ପ୍ରତିନିଧି ପ୍ରଫୁଲ କୁମାର ସାହୁ

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here