ଗୋବିନ୍ଦାଜୀଉ ଠାକୁରଙ୍କର ୪ଏକର ରୁ ଅଧିକ ଜମିହଡପକୁ ନେଇ ତେଜିଲା ବିବାଦ

କେନ୍ଦ୍ରାପଡା ଜିଲ୍ଲାପାଳ ଶ୍ରୀଯୁକ୍ତ ସମର୍ଥ ବର୍ମାଙ୍କୁ ତାଙ୍କ ମୂଖ୍ୟ କାର୍ଯ୍ୟାଳୟରେ ଚାଟରା ପାଟ୍ଟଣା ଗ୍ରାମର ପ୍ରାୟ ଶତାଧିକ ଗ୍ରାମବାସୀ ଭେଟି ଏକ ଲିଖିତ ଅଭିଯୋଗ ପତ୍ର ପ୍ରଦାନ କରିବା ସହିତ ଦାବି କରିଛନ୍ତି ଯେ-ଉକ୍ତ ଗ୍ରାମରେଥିବା ହଜାରେ ବର୍ଷ ପୂର୍ବର ଗୋବିନ୍ଦଜୀଉ ଠାକୁରଙ୍କ ମନ୍ଦିର ନାମରେ ତାଙ୍କ ଚାପଖେଳା ଯାଉଥିବା ପୋଖରୀ ଏବଂ କେନାଲକୁ ଲାଗି ରହିଥିବା ପ୍ରାୟ ୪ଏକର ରୁ ୫ ଏକର ଜମିକୁ ତତ୍କାଳୀନ ତହସିଲଦାର ଓ ଆରାଇଙ୍କୁ ମୋଟା ଅଙ୍କର ବା ଲକ୍ଷ ଲକ୍ଷ ଟଙ୍କା ଲାଞ୍ଚଦେଇ ଫର୍ଜରୀ କରି ଜମି ମାଫିଆ ବା ଦଲାଲ ମାନେ ଠାକୁରଙ୍କ ଜମିକୁ ପ୍ରଥମେ ଦୀର୍ଘ ୧୦ବର୍ଷ ପୂର୍ବରୁ ହାତେଇ ନେବା ପରେ ଗତ ଫ୍ରେବୁଆରୀ ମାସ ୨୦୨୦ଠାରୁ ଉକ୍ତ ଠାକୁରଙ୍କ ଜମି ଉପରେ ଜେସିବି ଲଗାଇ ମାଟି ପକାଇ ହଜାର ହଜାର ହେକ୍ଟର ଚାଷଜମୀକୁ ଯାତାୟତ୍ କରୁଥିବା ପାଣିବାଟ ବା ଜଳାଶୟ ବା ପଥକୁ ବନ୍ଦ୍ କରିବା ଏବଂ ଉକ୍ତଜମି ଉପରକୁ ଏକ ରାସ୍ତା ନିର୍ମାଣ କରି ଉକ୍ତ ଜମିକୁ ପ୍ଲଟିଂଗ୍ କରି ବିକ୍ରି କରିବାକୁ ଯୋଜନା ବା ମସୁଧା ଚଳାଇଥିବା ଏକ ପ୍ରାଇଭେଟ୍ କନଷ୍ଟ୍ରକ୍ସନ୍ ଲିମିଟେଡ୍ ଉକ୍ତ କାର୍ଯ୍ୟ କରୁଥିବାରୁ ଗ୍ରାମବାସୀ ମାନେ ଖବର ପାଇ ଉକ୍ତ ବେଆଇନ୍ କାର୍ଯ୍ୟାବଳୀକୁ ସିଧାସଳଖ ବିରୋଧ କରିଥିଲେ ଏବଂ ଉଭୟ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଉପୁଜିବାରୁ । ଉକ୍ତ ଘଟ୍ଟଣା ସିଧାସଳଖ ପହଞ୍ଚିଥିଲା ନିକଟସ୍ଥ ଟାଉନ୍ ଥାନାରେ କିନ୍ତୁ ବଡ ଦୁଃଖ ଆଉ ପରିତାପର ବିଷୟ ଏହିକି ଯେ-ପୋଲିସ ଘଟ୍ଟଣାକୁ ବୁଝିବ କଣ ଓଲଟି ଗ୍ରାମବାସୀ ମାନଙ୍କ ନାମରେ ମିଥ୍ୟା କେସ୍ ମଧ୍ୟ ଦାୟର କରି ଫସାଇଥିବା ଗ୍ରାମବାସୀ ମାନେ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି । ଏପରିକି ଏହି ମାମଲା ମଧ୍ୟ କେନ୍ଦ୍ରାପଡା ସିଭିଲ୍ କୋର୍ଟରୁ ଶେଷରେ ହାଇ କୋର୍ଟ ପର୍ଯ୍ୟନ୍ତ ପହଞ୍ଚିଥିଲା । ମାନ୍ୟବର ହାଇକୋର୍ଟ ମଧ୍ୟ ଏହି ବିଷୟକୁ ଗମ୍ଭୀରତାର ସହିତ ନେଇ ବା ବିଚାର କରି ଏକ ରିଟ୍ ପିଟିସନ୍ ମାଧ୍ୟମରେ ଉପଜିଲ୍ଲାପାଳ କେନ୍ଦ୍ରାପଡାଙ୍କୁ ମଧ୍ୟ ତୁରନ୍ତ ଇନକ୍ୱାରୀ କରୀ ରିପୋର୍ଟ ପ୍ରଦାନ କରିବା ପାଇଁ ଏକ ସ୍ପେସାଲ୍ ଚିଠି ଜରୀଆରେ ଆଦେଶ ଦେଇଛନ୍ତି । ଏ ସମସ୍ତ କପି ମଧ୍ୟ ଗଣମାଧ୍ୟମ ହାତରେ ଲାଗି ସାରିଛି । ହେଲେ ଏଠି ଆଜ୍ଞା ପ୍ରଶ୍ନ ଉଠୁଛି ଯେ-ଠାକୁରଙ୍କ ଜମିକୁ ପ୍ରଥମେ କିଏ ଏବଂ କାହିଁକି ଅନ୍ୟକୁ ଜଣକଙ ମାର୍ଫତ୍ ଦାର ହୋଇ କେମିତି ବିକ୍ରିକଲା ଓ କେଉଁ ତହସିଲଦାର, ଆରାଇ କେତେ ଟଙ୍କା ଲାଞ୍ଚନେଇ ଏପରି ବେଆନ୍ କାର୍ଯ୍ୟକଲେ, ପୁଣି ଠାକୁରଙ୍କ ନାମରେ ଥିବା ସମ୍ପର୍ତ୍ତି ବା ଜମିକୁ କିଭଳି ଭାବେ ଜମି ମାଫିଆ ମାନଙ୍କ କଥାରେ ପ୍ରଲୋଭିତ ହୋଇ ଉକ୍ତ ଠାକୁରଙ୍କ ମାର୍ଫତଦାର ଜମିକୁ ଅନ୍ୟମାନଙ୍କ ନାମରେ ବ୍ୟକ୍ତିଗତ କାଗଜ ପତ୍ରକଲେ । ଏହା ପଛଦ ପଟରେ କଣ ରହିଛି ଲୁଚି ଗୁଢ ରହସ୍ୟ । ଏଭଳି ଜମି କେଳଙ୍କାରୀ ପୁଣି ଠାକୁରଙ୍କ ଜମି ହଡପ୍ ପଛରେ କାହାର ଏବଂ କେଉଁ ଦଳର ରାଜନେତା, ନାସରକାରୀ ପଦାଧିକାରୀ ନାପୋଲିସ ଅଫିସର ବାବୁ ମାନଙ୍କର ରହିଛି ହାତ । କିଏସେ ମୂଖ୍ୟ ଖଳନାୟକ ଯେକି ଠାକୁରଙ୍କ ଜମିକୁ ମଧ୍ୟ ଚଞ୍ଚକତା କରି ପ୍ରାୟ ୨୦କୋଟି ଟଙ୍କା ମୂଲ୍ୟର ଜମି ହଡପ୍ କରିବାକୁ କରିଛି ଉଦ୍ୟମ । ଏପରିକି ଆରାଇ, ତହସିଲଦାର ଏବଂ ଉପ ଜିଲ୍ଲାପାଳଙ୍କଠୁ ଆରମ୍ଭ କରି ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଗ୍ରାମବାସୀ ଭେଟିବା ପରେ ମଧ୍ୟ କାହିଁକି ନୀରବ ଦ୍ରଷ୍ଟା ପାଲଟିଛନ୍ତି ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ । କେତେ ଲକ୍ଷ ଟଙ୍କାର ଡ୍ରିଲ୍ ହୋଇଛି ଉପରୋକ୍ତ କାର୍ଯ୍ୟପାଇଁ । ସେ ହୁଅନ୍ତୁ କେହି ଜମିମାଫିଆ କି ରାଜନେତା କି ସରକାରୀ ଅଫିସର ବାବୁ,ଏସମସ୍ତ ତଥ୍ୟର ପର୍ଦ୍ଦାଫାସ୍ କରିବୁ ଅମେ ଆମ ଚ୍ୟାନେଲ ମଧ୍ୟମରେ ଆଗାମୀ ଅଧ୍ୟାୟରେ ଖୁବ୍ ସିଘ୍ର । ତେବେ ଆସନ୍ତୁ ସିଧା ସଳଖ ଶୁଣିବା ସ୍ଥାନୀୟ ଗ୍ରାମବାସୀଙ୍କ ସହିତ ମାନନୀୟ ଜିଲ୍ଲାପାଳ ଶ୍ରୀଯୁକ୍ତ ସମର୍ଥ ବର୍ମା ଏବିଷୟକୁ ନେଇ ଗଣମାଧ୍ୟମ ଆଗରେ କଣ ଓ କିପ୍ରକାର ମନ୍ତବ୍ୟ ଓ ପ୍ରତିକ୍ରିୟା ରଖୁଛନ୍ତି ଦେଖିବା ଓଡିଶା 1ଟିଭିରେ ।

କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ଓଡିଶା 1ଟିଭି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here