ଜୀଵନ ବିନ୍ଦୁ ରକ୍ତଦାନ ଶିବିର ଅନୁଷ୍ଠିତ: ଜଗତସିଂହପୁର

ଜଗତସିଂହପୁର: ଜଗତସିଂହପୁର ଜିଲାରେ ରକ୍ତ ର ଅଭାବ ଦୂର କରିବା ପାଇଁ ଜଗତସିଂହପୁର ବ୍ଳକର ଅଳସୁଧା ପଂଚାୟତ ସ୍ଥ ପାର୍ବତୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ରେ ସ୍ୱେଚ୍ଛାକୃତ ରକ୍ତ ଦାନ ଶିବିର  ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।ଏହି ରକ୍ତଦାନ ଶିବିର କୁ ଜଗତସିଂହପୁର ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧକ୍ଷ ପ୍ରଶାନ୍ତ କୁମାର ମୁଦୁଲି ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବା ସହିତ କହିଥିଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶ ରେ ରାଜ୍ୟ ତଥା ଜିଲ୍ଲାବାସୀ  ରକ୍ତ ପାଇଁ କୌଣସି ରୋଗୀର ଯେପରି ଅସୁବିଧା ନ ହେଉ ସେଥି ପ୍ରତି ମାନ୍ୟବର ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେବା ସହ ପ୍ରତେକ ମାସରେ ବିଭିନ୍ନ ସ୍ଥାନରେ ଜୀବନବିନ୍ଦୁ ମୋପରିବାର ରକ୍ତଦାନ ଶିବିର ଆୟୋଜନ କରାଯାଉଛି।ତେବେ କୌଣସି ଲୋକଙ୍କର ରକ୍ତର ଅଭାବ ରହିବ ନାହିଁ।ତେଣୁ ବିଜୁଜନତା ଦଳ ଗୁରୁତ୍ୱ ବହନ କରି ଆଜି  ଅଳସୁଧା ଗ୍ରାମପଞ୍ଚାୟତ ର ବିଜୁଜନତା ଦଳର କର୍ମୀ ତଥା  ଯୁବକ ଭାଇ ଭଉଣୀ ମାନଙ୍କ ପ୍ରୟାସରେ ରକ୍ତଦାନ ଶିବିର ଆୟୋଜନ କରାଯାଇ ଥିଲା।ଏହି ରକ୍ତଦାନ ଶିବିରରେ ବ୍ଲକ ଅଧ୍ୟକ୍ଷା ବିଜୟଲକ୍ଷ୍ମୀ ବେହେରା, ଜୀବନବିନ୍ଦୁ ସଂଯୋଜକ ମଧୁସୂଦନ ସାହୁ, ଜିଲ୍ଲା ବିଜେଡ଼ି ନଗର ସଭାପତି ପ୍ରିୟବ୍ରତ ମହାପାତ୍ର,ଅଳସୁଧା ପଞ୍ଚାୟତ ର ସରପଞ୍ଚ ଇତିଶ୍ରୀ ଭୋଇ,ଜୁବ ନେତା ରତିରଂଜନ  ବେହେରା,ପ୍ରଶାନ୍ତ ବେହେରା,ସରୋଜ ବିଶ୍ଵାଳ,ବିଜେଡ଼ି ବ୍ଳକ ସଭାପତି ମନୋଜ ଭୋଇ,ଛାତ୍ର ବିଜେଡି ସଭାପତି ସମ୍ବିତ କୁମାର ଲେଙ୍କା, ଗଗନ ଦାସ,ଶୁଭ୍ରାଂଶୁ ଶେଖର ଜେନା,ଦୀପକ ନାୟକ,ବସନ୍ତ ଦାସ,ଶିଶିର ବାରିକ,ସୁବ୍ରତ ଜେନା,ତ୍ରିଲୋଚନ ସ୍ବାଇଁ,ପ୍ରମୂଖ ପରିଚାଳନା ରେ ସହାୟତା କରିଥିଲେ।ଏହି ରକ୍ତଦାନ ଶିବିରରେ ମୋଟ 52ୟୁନିଟ ରୁ ଉର୍ଦ୍ଧ ରକ୍ତ ସଂଗ୍ରହ କରାଯାଇଥିଲା।

ଜଗତସିଂହପୁରୁ  ପଫୁଲ କୁମାର ସାହୁ କ ରିପୋଟ

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here