ବୁଢ଼ା ବୟସରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ଉତ୍ତମ ମଧ୍ୟମ ଦେଲେ ଲୋକେ : କଣିହାଁ

କଣିହାଁ: ଆଜି ରେଙ୍ଗାଳୀ ଥାନା ଅଞ୍ଚଳର ଜନୈକା ୯ ବର୍ଷର ନାବାଳିକାକୁ ପ୍ରଲୋଭନ ଦେଖାଇ ସେହି ଗାଁର ଦିଲେଶ୍ୱର ବେହେରା ନାମକ ଜଣେ ୫୪ ବର୍ଷୀୟ ବୃଦ୍ଧ ତାଙ୍କ ଘରକୁ ଡାକି  ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ନାବାଳିକା ଜଣକ ଏ ଘଟଣା ସମ୍ପର୍କରେ ତାଙ୍କ ଘରେ ଜଣାଇବାପରେ ତାର ପରିବାର ଲୋକ ଅଭିଯୁକ୍ତ ବୃଦ୍ଧଙ୍କୁ ଗାଁ ଦାଣ୍ଡ ରେ ଏକ ଖୁଣ୍ଟରେ ବାନ୍ଧି ଉତ୍ତମ ମଧ୍ୟମ ଦେଇଥିଲେ। ଏ ସମ୍ପର୍କରେ ପୀଡିତା ପକ୍ଷରୁ ସ୍ଥାନୀୟ ରେଙ୍ଗାଳୀ ଥାନାକୁ ଖବର ଦେଇଥିଲେ ମଧ୍ୟ ପୋଲିସ ବର୍ତ୍ତମାନସୁଦ୍ଧା ଘଟଣାସ୍ଥଳରେ ପହଞ୍ଚିପାରିନାହିଁ। ନାବାଳିକା ଜଣକୁ ଚିକିତ୍ସାପାଇଁ ଡାକ୍ତରଖାନାକୁ ନେବାପାଇଁ ଆମ୍ବୁଲାନ୍ସକୁ ଖବର ଦେଇଥିବା ଜଣାପଡିଛି।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here