ଗ୍ୟାସ ଓ ତୈଳ ଦରବୃଦ୍ଧିକୁ ନେଇ ରାଜ ରାସ୍ତାକୁ ଓହ୍ଲାଇଲା ଯୁବ କଂଗ୍ରେସ : ସୁନ୍ଦରଗଡ଼

ସୁନ୍ଦରଗଡ଼ : ମୋଦୀ ସରକାରଙ୍କ ବିରୋଧରେ ତେଜିଲା ଯୁବ କଂଗ୍ରେସ ଦଳର ଜନ ଆନ୍ଦୋଳନ । ବେକାର ଯୁବକ ଯୁବତୀଙ୍କ ନିଯୁକ୍ତି ସହିତ ହୁ ହୁ ହୋଇ ବଢୁଥିବା ଗ୍ୟାସ ଓ ତୈଳଦର ସାଙ୍ଗକୁ ଅନ୍ୟାନ୍ୟ ସାମଗ୍ରୀ ବୃଦ୍ଧିକୁ ନେଇ ଆଜି ପ୍ରଦେଶ ଯୁବ କଂଗ୍ରେସ ସଭାପତି ଡଃ ସ୍ମୁତି ରଞ୍ଜନ ଲେଙ୍କାଙ୍କ ଆହ୍ବାନକ୍ରମେ ରାଜ ରାସ୍ତାକୁ ଓହ୍ଲାଇଛି ଯୁବ କଂଗ୍ରେସ । କରୋନା ମହାମାରୀ ସମୟରେ ଲୋକେ ଚାକିରୀ ହରାଇବା ସହ ବ୍ୟବସାୟରେ ମାନ୍ଦା ପଡିଥିବା ବେଳେ ବାରମ୍ବାର ତୈଳ ଦରବୃଦ୍ଧି ସାଙ୍ଗକୁ ଗ୍ୟାସର ଦର ବୃଦ୍ଧି ଯୋଗୁଁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଆଜିର ଯୁବ କଂଗ୍ରେସର ଏହି ଆନ୍ଦୋଳନ ଜାରି ରହିବ ବୋଲି ବରିଷ୍ଠ ଯୁବ କଂଗ୍ରେସ ନେତାଗଣ ମତବ୍ୟକ୍ତ କରିଥିଲେ । ମୋଦୀ ସରକାରଙ୍କର ଜନ ବିରୋଧି ଓ ଯୁବ ବିରୋଧୀ ନିତିକୁ ଦୃଢ ବିରୋଧ କରି ଆଜିର ଏ ଆନ୍ଦୋଳନ । ଯଦି ଏହି ଦେଶବ୍ୟାପୀ ଆନ୍ଦୋଳନ ପରେ ବି କେନ୍ଦ୍ର ସରକାରଙ୍କ ଚେତା ନ ପଷେ ତେବେ ଆଗାମୀ ଦିନରେ ଋହି ଆନ୍ଦୋଳନ ଆହୁରି ତୀବ୍ରତର ହେବ ବୋଲି ଯୁବ କଂଗ୍ରସ ପକ୍ଷରୁ ଚେତାବନୀ ଦିଆଯାଇଥିଲା ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here