ଖବର ସଂକ୍ଷେପ ରେ …….. ତାରିଖ ୧୬/୧୨/୨୦, ବୁଧବାର(NEWS IN BULLETS)

୧-ଜଷ୍ଟିସ ଏସ୍‌. ମୁରଲୀଧର ହେବେ ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି।

୨-ସ୍କୁଲ୍ ଫି’ ହ୍ରାସ ପ୍ରସଙ୍ଗ : ୧୦ଦିନ ମଧ୍ୟରେ ଜବାବ ରଖିବାକୁ ସରକାରଙ୍କୁ ନିର୍ଦ୍ଦେଶ, ୭କୁ ଘୁଞ୍ଚିଲା ଶୁଣାଣି।

୩-MSME କ୍ଷେତ୍ର ପାଇଁ ମୁଖ୍ୟମନ୍ତ୍ରୀଙ୍କ ୨୮୯କୋଟି ୪୨ ଲକ୍ଷ ଟଙ୍କାର ସହାୟତା ଘୋଷଣା।

୪-ଭୁବନେଶ୍ୱର: ବଡ଼ ଦିନ ପାଇଁ ଚର୍ଚ୍ଚ ଖୋଲିବ କିନ୍ତୁ ଜିରୋ ନାଇଟ୍ celebration ହେବନି।

୫-ଟ୍ବିନ୍ ସିଟିରେ ମାତିଛନ୍ତି ଝାଡଖଣ୍ଡର ଜମତରା ଗ୍ୟାଙ୍ଗ, ଜନସାଧାରଣଙ୍କୁ ସତର୍କ କରାଇଲା କମିଶନରେଟ୍‌ ପୋଲିସ୍।

୬-ଭୁବନେଶ୍ୱର: ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ମହିଳା ଆୟୋଗଙ୍କ ଦ୍ବାରସ୍ଥ।

୭-ଓଡ଼ାପଡ଼ା: SBI ATM କାଟି ୨୬ଲକ୍ଷ ୫୬ହଜାର ଲୁଟ୍।

୮-ବରଗଡ:ଆଖିରେ ଆଙ୍ଗୁଠି ଗେଞ୍ଜି ବସିଛି ଜିଲ୍ଲା ପ୍ରଶାସନ, ଜମି କବ୍‌ଜା କରିବା ପରେ ସରକାରୀ ବାସଭବନ କବ୍‌ଜା କଲେ ଜବରଦଖଲକାରୀ, ମାମଲା ରୁଜୁ।

୯-୨୭ରେ ଖୋଲିବ ମନ୍ଦିର ଦ୍ଵାର, ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ମହାପ୍ରଭୁ ଲିଙ୍ଗରାଜ, କୋଭିଡ୍ ଗାଇଡ୍‌ଲାଇନ୍ସ ସହ ଦିନକୁ ୫୦୦ ଭକ୍ତଙ୍କୁ ଅନୁମତି।

୧୦-ନୁଆ ଦିଲ୍ଲୀ:ଏଥର ସଂସଦର ଶୀତ ଅଧିବେଶନ ବସିବ ନାହିଁ, ଜାନୁଆରୀ ରେ ସିଧାସଳଖ ବଜେଟ ଅଧିବେଶନ।

୧୧- ବିହାର ନିର୍ବାଚନୀ ପ୍ରତିଶ୍ରୁତି ରଖିଲା ଏନଡିଏ : ସମସ୍ତଙ୍କୁ ମାଗଣା କରୋନା ଭ୍ୟାକସିନ୍, ୨୦ ଲକ୍ଷଙ୍କୁ ମିଳିବ ରୋଜଗାର।

୧୨-ଓ୍ୱାଶିଂଟନ: ଆମେରିକା ଇଲେକ୍ଟ୍ରୋରାଲ କଲେଜର ଘୋଷଣା:୩୦୬ ଭୋଟରେ ବାଇଡେନ୍ ବିଜୟୀ, ଟ୍ରମ୍ପ୍ ଙ୍କୁ ମିଳିଛି ୨୩୨ ଭୋଟ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here