ଖବର ସଂକ୍ଷେପ ରେ ……..ତାରିଖ ୧୫-୧୨-୨୦ ମଙ୍ଗଳବାର(NEWS IN BULLETS)

୧-ସୋମବାର ସନ୍ଧ୍ୟା​‌ରେ ଅଚାନକ ୪୫ ମିନିଟ ଧରି ଠପ୍ ହୋଇଗଲା Youtube ଏବଂ G-mail ସମେତ ଗୁଗୁଲର ଅନେକ ଆପ୍ ।

୨-ଟିକାକରଣ ପାଇଁ କେନ୍ଦ୍ର ସରକାରଙ୍କ ଗାଇଡଲାଇନ: ପୂର୍ବରୁ ପଞ୍ଜିକରଣ କରିଥିବା ଲୋକଙ୍କୁ ହିଁ ମିଳିବ କରୋନା ଟିକା ।

୩-ତୁଟିଲା ଆଶା। ନୂଆଦିଲ୍ଲୀରେ ଏଥର ଗଡ଼ିବନି ଓଡ଼ିଶାର ପ୍ରଜ୍ଞାପନ ମେଢ଼। ୨୦୨୧ ସାଧାରଣତନ୍ତ୍ର ଦିବସ କାର୍ଯ୍ୟକ୍ରମରୁ ବାଦ୍‌ ପଡ଼ିଛି ଓଡ଼ିଶା।

୪-୧୮ରୁ ପୁଣି ଶୀତ ବଢ଼ିବ

୫-ବାଲିଆପାଳ/କାଳିପଦା: ଦିଅର-ଭାଉଜ ମଧ୍ୟରେ ପାପ ସମ୍ପର୍କ ଦେଖିବା କାଳ ହେଲା। ଆଉ କଥା ପ୍ରଘଟ ହେବା ଭୟରେ ୭ ବର୍ଷୀୟା ଭାଣିଜୀକୁ ଗଳାକାଟି ନୃଶଂସ ଭାବେ ହତ୍ୟା କଲା ସଂପର୍କୀୟ ମାମୁ। 

୬-ଉପବାସ ରହି କୃଷି ଆଇନର ପ୍ରତିବାଦ କଲେ ଚାଷୀ । ଦିଲ୍ଲୀରେ ଧାରଣା ଦେଲେ ଦେଶର ହଜାର ହଜାର କୃଷକ, ଚାଷୀଙ୍କୁ ସମର୍ଥନ ଜଣାଇ କେଜ୍ରିୱାଲ ରଖିଲେ ଉପବାସ ।

୭-ପ୍ରାୟ ୭୦ ବର୍ଷ ପରେ ବଦଳିଲା ଲିଙ୍ଗରାଜ ମନ୍ଦିରର ପରିଚାଳନା । ଶ୍ରୀମନ୍ଦିର ଢାଞ୍ଚାରେ ହେବ ଲିଙ୍ଗରାଜ ମନ୍ଦିର ପରିଚାଳନା । ଗଠନ ହେବ କମିଟି ।

୮-ଦେଶର ପ୍ରମୁଖ ପର୍ଯ୍ୟଟନସ୍ଥଳି ଏବଂ ତୀର୍ଥସ୍ଥାନରେ ଅତ୍ୟାଧୁନିକ ଶୌଚାଳୟ ନିର୍ମାଣ କରିବାକୁ ପରାମର୍ଶ ଦେଲେ ଧର୍ମେନ୍ଦ୍ର ପ୍ରଧାନ ।

୯-ଆଜି ମୋଦୀଙ୍କ ଗୁଜରାଟ ଗସ୍ତ : ଉଦଘାଟନ କରିବେ ଲବଣ ଜଳରୁ ମଧୁର ଜଳ ରୂପାନ୍ତରଣ ପ୍ରକଳ୍ପ ।

୧୦-ସୋମବାର ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ଅନୁଗୋଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମାହୁତି ଦେବାକୁ ଉଦ୍ୟମ କରୁଥିବା ଜଣେ ବାପା ଏବଂ ତାଙ୍କ ପୁଅକୁ ପୁଲିସ କାବୁ କରିଛି।

୧୧-ନକ୍ସଲ ଏନକାଉଣ୍ଟର ପରେ ଡିଜିପିଙ୍କ ମାଲକାନଗିରି ଗସ୍ତ, ଗ୍ରାଉଣ୍ଡ ଜିରୋରେ ବସି ପ୍ରସ୍ତୁତ କଲେ ନୂତନ ରଣନୀତି, ସ୍ଵାଭିମାନ ଅଞ୍ଚଳ ହେବ ମାଓମୁକ୍ତ ।

୧୨-ଫାଇଜର୍‌ ପରେ ନୂଆ ଆଶା ସ୍ପୁଟନିକ-ଭି, ରୁଷିଆ ନିର୍ମିତ ଏହି କରୋନା ଟିକା ୯୧.୪ ପ୍ରତିଶତ ଫଳପ୍ରଦ ସାବ୍ୟସ୍ତ ।

୧୩-ନିଜର କ୍ଷୋଭ ପ୍ରକାଶ କଲେ ଅନୁଭବ, କହିଲେ- ମୁଁ ଆଜି ପର୍ଯ୍ୟନ୍ତ ଚୁପ ରହିଥିଲି, କିନ୍ତୁ ଆଉ ଚୁପ ରହିବି ନାହିଁ ।

ଶୁଭ ସକାଳ,ସୁପ୍ରଭାତ

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here