ମମତା ଦିବସ ସମୀକ୍ଷା ବୈଠକ ଅନୁଷ୍ଠିତ : ପୁରୀ

ପୁରୀ : ଜିଲ୍ଲାରେ ଗର୍ଭବତୀ, ପ୍ରସୂତି ମା ଏବଂ ଶିଶୁ ମାନଙ୍କର ସ୍ବାସ୍ଥ୍ୟ ଯତ୍ନ ଉପରେ ଗୁରୁତ୍ବଦେବା ସଂକ୍ରାନ୍ତୀୟ ମମତା ଦିବସ ସମୀକ୍ଷା ବୈଠକ ଜଗନ୍ନାଥ ବଲ୍ଲଭ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଛି । ଜିଲ୍ଲା ସ୍ବାସ୍ଥ୍ୟ ସମିତି ଦ୍ବାରା ଆୟୋଜିତ ଉକ୍ତ ବୈଠକରେ ଜିଲ୍ଲାପାଳ ଶ୍ରୀ ବଲୱନ୍ତ ସିଂ ଅଧ୍ୟକ୍ଷତା କରିଥିଲେ । ପ୍ରତି ମଙ୍ଗଳବାର ଓ ଶୁକ୍ରବାର ଦିନ ଅଙ୍ଗନୱାଡି କେନ୍ଦ୍ରରେ ଏହି ମମତା ଦିବସ ପାଳିତ ହେଉଛି । ଏଠାରେ ଗର୍ଭବତୀ ଓ ପ୍ରସୂତି ମା ମାନଙ୍କର ହେମଗ୍ଲୋବିନ, ଡାଏବେଟିସ, ରକ୍ତଚାପ, ଓଜନ ଓ ପରିସ୍ରା ପରୀକ୍ଷା ସହ ଶିଶୁ ମାନଙ୍କ ଟୀକାକରଣ ସହ ସ୍ବାସ୍ଥ୍ୟ ପରୀକ୍ଷା ଏଏନ୍ଏମ୍ ମାନଙ୍କ ଦ୍ବାରା କରାଯାଉଛି । ଆବଶ୍ୟକୀୟ ଉପକରଣ ଓ ଆନୁଷଙ୍ଗିକ ବ୍ୟବସ୍ଥାକୁ ଆହୁରି ଦୃଢ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ପ୍ରତ୍ୟେକ ମମତା ଦିବସକୁ ବ୍ଲକ ସ୍ତରରୁ ନିୟମିତ ଭାବେ ତଦାରଖ କରିବା ପାଇଁ ସଂପୃକ୍ତ ସ୍ବାସ୍ଥ୍ୟ ଅଧିକାରୀ ଏବଂ ସିଡିପିଓ ମାନେ ନଜର ରଖିବାକୁ ଜିଲ୍ଲାପାଳ କହିଛନ୍ତି । ସମସ୍ତ ମମତା କେନ୍ଦ୍ରକୁ ଆବଶ୍ୟକୀୟ ଉପକରଣ ପ୍ରେରଣ ବ୍ୟବସ୍ଥା ଆସନ୍ତା ସପ୍ତାହକ ମଧ୍ୟରେ ତ୍ବରାନ୍ବିତ କରିବାକୁ ପରାମର୍ଶ ଦିଆଯାଇଛି । ଅଧିକ ଚିକିତ୍ସା ଆବଶ୍ୟକତା କରୁଥିବା ମହିଳା ମାନଙ୍କୁ ପ୍ରତ୍ୟେକ ମାସ ୯ ତାରିଖରେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଆୟୋଜିତ ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ବ ଅଭିଯାନରେ ସାମିଲ କରିବାକୁ ଜିଲ୍ଲାପାଳ କହିଛନ୍ତି । ଏଥିନିମନ୍ତେ ଆଶା, ଅଙ୍ଗନୱାଡି କର୍ମୀ ସହଯୋଗ କରିବେ । ଆବଶ୍ୟକୀୟ ଆଇରନ ଓ କ୍ୟାଲସିୟମ ବଟିକା ବଣ୍ଟନ କରିବା ଉପରେ ବୈଠକରେ ଗୁରୁତ୍ବାରୋପ କରାଯାଇଛି । ପ୍ରତ୍ୟେକ ବ୍ଲକରେ ବିଭାଗୀୟ କର୍ମଚାରୀ ମାନଙ୍କୁ ତାଲିମ ପ୍ରଦାନ କରାଯିବ । କର୍ତ୍ତବ୍ୟରେ ଅବହେଳା କରୁଥିବା କର୍ମଚାରୀଙ୍କ ବିରୁଦ୍ଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ସୁଜାତା ମିଶ୍ର, ଏଡିଏମ୍ଓ ଡଃ ଦେବୀ ପ୍ରସାଦ ମହାପାତ୍ର, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ପୁଷ୍ପାଞ୍ଜଳି ମହାପାତ୍ର, ଡିପିଏମ୍ ଟି. ନାରାୟଣ ରାଓ, ମେଡିକାଲ ଅଧିକାରୀ,ସିଡିପିଓ, ଅଙ୍ଗନୱାଡି ଓ ସ୍ବାସ୍ଥ୍ୟ ସୁପରଭାଇଜର୍ ପ୍ରମୁଖ ଉପସ୍ଥିତ ଥିଲେ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here