ଫାସ ବସାଉଥିବା ବେଳେ ୨ ଶିକାରୀଙ୍କୁ ମାଡ଼ି ବସିଲା ବନ ବିଭାଗ :ଅନୁଗୁଳ

ଅନୁଗୁଳ: ବନ ବିଭାଗ ହାତରେ ଦୁଇ ଶିକାରୀ । ଅଭୟାରଣ୍ୟ ମଧ୍ୟରେ ଶିକାର ପାଇଁ ତାର ବିଛାଇ ଥିବାବେଳେ ବନ ବିଭାଗ ହାତରେ ଧରା ପଡ଼ିଛନ୍ତି ୨ଶିକାରୀ ।
ଅନୁଗୋଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟରେ ବନ୍ୟଜନ୍ତୁ ଶିକାର କରିବା ଉଦ୍ଦେଶ୍ୟରେ ଜିଆଇ ତାରରେ ଫାସ ବସାଉଥିବା ବେଳେ ବନ ବିଭାଗ ସେଠାରେ ଅଚାନକ ଚଢ଼ାଉ କରିଥିଲେ । ଚଢାଉ ବେଳେ ୨ ଜଣ ଶିକାରୀଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି । ଗିରଫ ଦୁଇ ଶିକାରୀ ହେଉଛନ୍ତି ଶମ୍ଭୁନାଥ ବେହେରା ଓ ବିଭୂତି ମୁଖୀ।
ବନ ବିଭାଗ ଦେଇଥିବା ସୁଚନା ଅନୁସାରେ, ସାତକୋଶିଆ ଅଭୟାରଣ୍ୟ ପୁରୁଣାକୋଟ ବନାଞ୍ଚଳ ପୁରୁଣାକୋଟ ସଂରକ୍ଷିତ ଜଙ୍ଗଲର କୋର ଏରିଆ କମ୍ପାର୍ଟମେଣ୍ଟ-୬ ରେ ଶନିବାର ବନ୍ୟଜନ୍ତୁ ଶିକାର କରିବା ପାଇଁ ଜିଆଇ ତାର ବ୍ୟବହାର କରି ଶିକାରୀମାନେ ଫାସ ବସାଉଥିବା ବନ ବିଭାଗ ଜାଣିବାକୁ ପାଇଥିଲା।ପୁରୁଣାକୋଟ-ଏ ବିଟର କର୍ମଚାରୀମାନେ ସେଠାରେ ଅଚାନକ ଚଢ଼ାଉ କରିଥିଲେ । ବନ କର୍ମଚାରୀମାନେ ଦୁଇ ଶିକାରୀଙ୍କୁ କାବୁ କରି ଗିରଫ କରିଥିବା ବେଳେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here