ଜଗତସିଂହପୁର ଜ଼ିଲ୍ଲାପାଳ ଙ୍କ ସଦଭାବନ ସଭାଗୃହ ରେ ଅନୁଷ୍ଠିତ ହୋଇଯାଇଛି

ଜଗତସିଂହପୁର ଜିଲ୍ଲାପାଳ ସଦଦ୍ଭାବନା ସଭାଗୃହ ରେ ଆଜି ପାରାଦ୍ୱୀପ-ହାଇଦ୍ରାବାଦ ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ ପାଇଁ ପାଇପ ଲାଇନ କତ୍ତୃପକ୍ଷ ଓ ଢ଼ିଙ୍କିଆ ଗ୍ରାମବାସୀ ଙ୍କ ମଧ୍ୟରେ ଆଲୋଚନା ହୋଇଛି। ଏହି ବୈଠକରେ ଜିଲ୍ଲାପାଳ ସରୋଜ କୁମାର ମିଶ୍ର ପାରାଦ୍ୱୀପ-ହାଇଦ୍ରାବାଦ ପାଇପ ଲାଇନ ପ୍ରକଳ୍ପ କାର୍ଯ୍ୟ ଢ଼ିଙ୍କିଆ ଗ୍ରାମବାସୀ ଙ୍କୁ ନିବେଦନ କରିଥିଲେ।ବୈଠକର ନିଷ୍ପତ୍ତି ଅନୁସାରେ 200 ମିଟର ଲମ୍ବ ଓ 18 ମିଟର ଓସାର ର ବିଶିଷ୍ଟ ଗୋଚର ଜମି କୁ ଛାଡି ପାଇପ ଲାଇନ ବିଛାଇବା କାମ ଆଗେଇ ନେବାକୁ ସମ୍ମତି ପ୍ରକାଶ ପାଇଥିଲା।ଜମିର 6 ଫୁଟ ତଳେ ପାଇପ ଲାଇନ ନେବା ସମୟରେ ଚାଷକାମ ବ୍ୟାହତ ପାଇଁ କ୍ଷତି ପୁରଣ ଦେବାପାଇଁ ନିଷ୍ପତ୍ତି ହୋଇଛି। ଢ଼ିଙ୍କିଆ, ଗୋବିନ୍ଦପୁର, ଓ ତ୍ରିଲୋଚନପୁର ରେ ଗୋଷ୍ଟିଗତ ଉର୍ଣ୍ଣତି ପାଇଁ ବ୍ୟାପକ ବେବସ୍ତା ପାଇଁ ମଧ୍ୟ ପ୍ରତିଶ୍ରୁତି ଦିଆଯାଇଛି। ସୂଚନାଯୋଗ୍ୟ ଯେ ପାରାଦ୍ୱୀପ ତୈଳ ବିଶୋଧନାଗାର ପକ୍ଷରୁ ପାରାଦ୍ୱୀପ ରୁ ହାଇଦ୍ରାବାଦ 1212 କିଲୋମିଟର ପ୍ରଯନ୍ତ ପାଇପ ଲାଇନ ବିଛା ଯାଉଛି।ସେଥି ମଧ୍ୟରୁ ଓଡ଼ିଶାରେ 330 କିଲୋମିଟର ରହିଛି।ସେଥି ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ 320 କିଲୋମିଟର ପାଇପ ଲାଇନ ବିଛା ସାରିଥିବା ବେଳେ ଅବଶିଷ୍ଟ 20 କିଲୋମିଟର ପାଇଁ ବିବାଦ ଦେଖା ଦେଇଥିଲା। ଏହାକୁ ଢ଼ିଙ୍କିଆ ଗ୍ରାମବାସୀ ବିରୋଧ କରୁଥିଲେ। ଏହାକୁ ନେଇ ଆଜି ଆଲୋଚନା ସଫଳ ହୋଇଥିବା ଜଣାପଡିଛି ।


ଜଗତସିଂହପୁର ରୁ ପ୍ରଫୁଲ୍ଲ କୁମାର ସାହୁ ଙ୍କ ରିପୋର୍ଟ

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here