ମହାଲକ୍ଷ୍ମୀ ପୂଜା ସକାଶେ ଆଜ୍ଞାମାଳ ଓ ଶଭଖୁଣ୍ଟି ସ୍ଥାପନ : ଗଞ୍ଜାମ

ବୁଗୁଡା/୧୦/୧୨ (ଡ଼ଃ. କୁମୁଦ ଚନ୍ଦ୍ର ବେହେରା ) ବୁଗୁଡା ବ୍ଲକ ଅନ୍ତର୍ଗତ ବାଲିପଦର ଗ୍ରାମର ବଜାର ଛକ ପାର୍ଶ୍ୱରେ ପ୍ରତିବର୍ଶ ପରି ଚଳିତ ବର୍ଷ ୧୫ତମ ମହାଲକ୍ଷ୍ମୀ ପୂଜା ସକାଶେ ଆଜି ସ୍ଥାନୀୟ ଜଗନ୍ନାଥ ମନ୍ଦିର ଓ ରଘୁନାଥ ମନ୍ଦିରରୁ କାର୍ଯ୍ୟକ୍ରମର କର୍ତ୍ତା କେ.କୃଷ୍ଣମୂର୍ତ୍ତି ଆଚାରୀ ଅଜ୍ଞାମାଳ ଆଣିଥିଲେ । ବଣିକ ସଙ୍ଘର ସଦସ୍ୟ ଉମା ଶଙ୍କର ନାୟକ, କେ.ସିମାଞ୍ଚଳ ପାତ୍ର, କେ.ଅଚ୍ୟୁତ ପାତ୍ର, ଅଜିତ ବଡୁ, କେ.ରାଘବ ପାତ୍ର, ଇ.ବାଳକୃଷ୍ଣ ଦୋରା, ଏ.ସୁଧାକର ପାତ୍ର, ଜି.ରଞ୍ଜିତ ପାତ୍ର ପ୍ରମୁଖ ଆଜ୍ଞାମାଳ ପଦଯାତ୍ରାରେ ଅଂଶଗ୍ରହଣ କରିଥିଲେ । ପୂଜକ ପ୍ରଦ୍ୟୁମ୍ନ ଖାଡଙ୍ଗା, ମୁରଲୀ ଗୋସେଇଁ ଓ ଉତ୍କଳ ମହାରଣା ପୂଜାପାଠ ସହ ଅସ୍ଥାୟୀ ପୂଜା ମଣ୍ଡପ ଠାରେ ଶୁଭଖୁଣ୍ଟି ସ୍ଥାପନ କରିଥିଲେ । ଏଇ ମାସ ୧୬ ତାରିଖ ରୁ ଏକ ସପ୍ତାହ ବ୍ୟାପି ପୂଜା ଉତ୍ସବ ଅନୁଷ୍ଠିତ ହେବା ନେଇ ପୂଜା କମିଟି ପକ୍ଷରୁ ସ୍ଥିର କରା ଯାଇଅଛି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here