ଖବର ସଂକ୍ଷେପ ରେ … ତାରିଖ୧୦ -୧୨-୨୦ ଗୁରୁବାର (NEWS IN BULLETS): MORNING HEADLINES

୧-ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ: ୧୨ଟି ପ୍ରସ୍ତାବ ଉପରେ ବାଜିଲା ମୋହର, ବରଗଡରେ ଜଳ ଯୋଗାଣ ପାଇଁ ଖର୍ଚ୍ଚ ହେବ ୭୨୩ କୋଟି, ପ୍ରତି ବର୍ଷ ହେବନି ଏଏସଓ ପରୀକ୍ଷା।

୨-କେନ୍ଦ୍ର ସରକାରଙ୍କୁ ନବୀନଙ୍କ ଅନୁରୋଧ, ଖଣିଜ ସମ୍ପଦର ରୟାଲଟି ବଢାଅ,OMCକୁ ଖଣି ଦିଅ।

୩-ରାଜଧାନୀରେ ଜମିଲା ବିବାହ ଉତ୍ସବ,୫୦୦ଯୋଡିଙ୍କ ପଡିଲା ହାତଗଣ୍ଠି।

୪-ସହରୀ ଶାସନରେ ଓଡ଼ିଶା ପ୍ରଥମ:ପ୍ରଜା ଫାଉଣ୍ଡେସନ।

୫-ବୈପାରିଗୁଡା ପୋଲିସ ଦ୍ବାରା ୫୦ ଲକ୍ଷ ଟଙ୍କାର ଗଂଜେଇ ଜବତ, ପିକଅପ୍ ଗାଡି ଜବତ।

୬- ଚାରି ଦିନିଆ କନ୍ଧମାଳ ଗସ୍ତରେ ସାଂସଦ ଡ.ଅଚ୍ୟୁତ ସାମନ୍ତ, ବିଭିନ୍ନ କ୍ଲବକୁ କ୍ରୀଡ଼ା ସାମଗ୍ରୀ ବଣ୍ଟନ, SHG ସହ କଲେ ଆଲୋଚନା।

୭-ଦିବଙ୍ଗତ ସାମ୍ବାଦିକ ପ୍ରବୀର ପ୍ରଧାନଙ୍କ ପରିବାରକୁ ୧୫ ଲକ୍ଷ ସହାୟତା । ଅନୁକମ୍ପାମୂଳକ ଆର୍ଥିକ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

୮-ଯାଜପୁର: ୨୦ଟଙ୍କା ବାକି ପାଇଁ ଯୁବକଙ୍କୁ ପେଟ୍ରୋଲ ଢାଳି ନିଆଁ ଲଗାଇ ହତ୍ୟା ଘଟଣା, ମୁଖ୍ୟ ଅଭିଯୁକ୍ତ ସହ ସହଯୋଗୀଙ୍କୁ ଗିରଫ କଲା ବଡ଼ଚଣା ପୋଲିସ।

୯-ଭୁବନେଶ୍ୱର : ସ୍କୁଟି ଚାଳକଙ୍କର କଟିଲା ୨୬ ହଜାର ଟଙ୍କାର ଚାଲାଣ।

୧୦-ରାଜ୍ୟର ବିଭିନ୍ନ ସ୍ଥାନରେ ଶୀତ ସାଙ୍ଗକୁ ଘନ କୁହୁଡ଼ି, ଆଗାମୀ ୫ ଦିନ ଯାଏଁ ପାଣିପାଗରେ ନାହିଁ ବିଶେଷ ପରିବର୍ତ୍ତନ।

୧୧-ମଧ୍ୟପ୍ରଦେଶ ସରକାରଙ୍କୁ ବାଘୁଣୀ ସୁନ୍ଦରୀର ସ୍ୱାସ୍ଥ୍ୟାବସ୍ଥା ଚିନ୍ତା, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲେ ଶିବରାଜ ଚୌହାନ।

୧୨-ନୁଆ ଦିଲ୍ଲୀ:ଆତ୍ମନିର୍ଭର ରୋଜଗାର ଯୋଜନାକୁ ୨୩ହଜାର କୋଟି,ନୂଆ କର୍ମଚାରୀଙ୍କ PF ଭରିବ କେନ୍ଦ୍ର।

୧୩-ଇତିହାସ ରଚିଲା ସେନସେକ୍ସ , ପ୍ରଥମ ଥର ୪୬୦୦୦ ଉପରେ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here