କୋଭିଡ ଆକ୍ରାନ୍ତ ରୋଗୀଙ୍କ ଘର ଆଗରେ ଲାଗିବନି ପୋଷ୍ଟର : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : କରୋନା ଆକ୍ରାନ୍ତ ରୋଗୀଙ୍କ ଘର ସାମନାରେ ଆଉ ଲଗାଯିବ ନାହିଁ ପୋଷ୍ଟର। ଏ ନେଇ ସୁପ୍ରିମକୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ସର୍ବୋଚ୍ଚ ନ୍ୟାୟାଳୟ ସ୍ପଷ୍ଟ କରିଛନ୍ତି ଯେ, ବିପର୍ଯ୍ୟୟ ପରିଚାଳନା ଅଧିନିୟମ ଅନୁଯାୟୀ ଦକ୍ଷ ଅଧିକାରୀମାନେ ଯଦି ସ୍ୱତନ୍ତ୍ର ନିର୍ଦ୍ଦେଶାନାମା ଜାରି କରନ୍ତି, ତାହାଲେ ଏହି ପୋଷ୍ଟର ଗୁଡିକ କେବଳ ସ୍ୱତନ୍ତ୍ର ମାମଲାରେ ଲଗାଯାଇ ପାରିବ। ସୂଚନାଯୋଗ୍ୟ ଯେ, କୌଣସି ବ୍ୟକ୍ତି କରୋନାରେ ଆକ୍ରାନ୍ତ ହେଲେ ତାଙ୍କ ଘର ସାମନାରେ ପ୍ରଶାସନ ପକ୍ଷରୁ ଚେତାବନୀ ସମ୍ପର୍କିତ ପୋଷ୍ଟର ବା ସାଇନେଜ ଲଗାଯାଉଛି। ପୂର୍ବରୁ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ କହିଥିଲେ ଯେ, କରୋନା ଆକ୍ରାନ୍ତ ରୋଗୀଙ୍କ ଘର ଆଗରେ ପୋଷ୍ଟର ଲଗାଇବା ନିର୍ଦ୍ଦେଶାନାମାରେ ନାହିଁ ଏବଂ ପୋଷ୍ଟର ଲଗାଇବାର ଉଦ୍ଦେଶ୍ୟ କାହାକୁ କଳଙ୍କିତ କରିବାର ଷଡଯନ୍ତ୍ର ନୁହେଁ। ଏହି ପୋଷ୍ଟର ନ ଲଗାଇବା ପାଇଁ ନିର୍ଦ୍ଦେଶ ଦେବା ପାଇଁ ଅନୁରୋଧ କରି ଦାଖଲ ହୋଇଥିବା ପିଟିସନରେ ଜଷ୍ଟିସ ଅଶୋକ ଭୂଷଣଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠରେ ଜଷ୍ଟିସ ଆର.ଏସ ରେଡ୍ଡୀ ଓ ଜଷ୍ଟିସ ଏମ.ଆର ଶାହ ସାମିଲ ହୋଇ ଏହାର ଶୁଣାଣି କରିଛନ୍ତି।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here