ସ୍ୱାମୀର ଟାଙ୍ଗିଆ ଚୋଟରେ ଚାଲିଗଲା ସ୍ତ୍ରୀଙ୍କ ଜୀବନ : ସୁନ୍ଦରଗଡ଼

ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଥାନା ଅନ୍ତର୍ଗତ ପୋଡ଼ାଡ଼ିହି ବସ୍ତିରେ ଘଟିଯାଇଛି ଏକ ଅଭାବନୀୟ ଘଟଣା l ସ୍ୱାମୀ ଏବଂ ସ୍ତ୍ରୀ ର ଘରୋଇ କଳିରୁ ଘଟିଛି ନୃଶଂସନୀୟ  ହତ୍ୟା କାଣ୍ଡ । ପୋଡଡିହ ବସ୍ତିର ବୁଧୁ ମୁଣ୍ଡାଙ୍କ ପରିବାରରେ ବାସ କରନ୍ତି ଜଣେ ବୁଢ଼ୀ ମା ସାଙ୍ଗକୁ ସ୍ତ୍ରୀ ସମ୍ବାରି ମୁଣ୍ଡା ଏବଂ ତିନି ଜଣ ଛୋଟ ଛୋଟ ସନ୍ତାନ l

ସ୍ୱାମୀ  ବୁଧୁ ମୁଣ୍ଡା ଓ ସ୍ତ୍ରୀ ସମ୍ବାରୀଙ୍କ ମଧ୍ୟରେ ସାମାନ୍ୟ ବଚସା ହୋଇଥିଲା।  ପରେ ଏହି ବଚସା ଏମିତି ଉଗ୍ର ରୂପ ନେଲା ଯେ  ଉତ୍ତ୍ୟକ୍ତ ହୋଇ ଘରେ ଥିବା ଏକ ଟାଙ୍ଗିଆରେ ସ୍ୱାମୀ  ବୁଧୁ ନିଜ  ସ୍ତ୍ରୀ ସମ୍ବାରୀଙ୍କୁ ହାଣି ଦେଇଥିଲା , ଫଳରେ ଘଟଣାସ୍ଥଳରେ ହିଁ ସମ୍ବାରୀଙ୍କ ମୃତ୍ୟୁ ହୋଇଯାଇଥିଲା।

ଆଜି ସକାଳେ ଘଟଣାସ୍ଥଳରେ କୋଇଡ଼ା ପୋଲିଶ ପହଞ୍ଚି ଏହି ହତ୍ୟାକାଣ୍ଡରେ ବ୍ୟବହୃତ ଟାଙ୍ଗିଆକୁ ଜବତ କରିଛି । ଅଭିଯୁକ୍ତ ବୁଧୁ ମୁଣ୍ଡା କୁ ଗିରଫ କରି କେଶ ନମ୍ବର ୧୪୧/୨୦୨୦ ରେ ତଦନ୍ତ କରୁଥିବା ନେଇ କୋଇଡା ଥାନା ଅଧିକାରୀ ରାମ ଚନ୍ଦ୍ର ବିଶ୍ୱାଳ ପ୍ରକାଶ କରିଛନ୍ତି l

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here