ଆସନ୍ତା ୯ ତାରିଖରେ ରାଜଗାଙ୍ଗପୁର ଟ୍ରକ ମାଲିକ ସଙ୍ଘ ନିର୍ବାଚନ :

ରାଜଗାଙ୍ଗପୁର: ରାଜଗାଙ୍ଗପୁର ସହର ଟ୍ରକ ମାଲିକ ସଙ୍ଘ ନିର୍ବାଚନ ଆସନ୍ତା ୯ ତାରିଖ ରେ!ଏହି ନିର୍ବାଚନରେ ସଭାପତି ପଦ ପାଇଁ ୬ ଜଣ ପ୍ରତିଦ୍ୱନ୍ଦିତା କରୁଥିବା ବେଳେ ମୋଟ ୮ ଟି ପଦ ପାଇଁ ୨୯ ଜଣ ମଇଦାନରେ ରହିଛନ୍ତି ବୋଲି ଜଣାପଡିଛି!ସଭାପତି ପଦ ପାଇଁ ୬ ଜଣଙ୍କ ମଧ୍ୟ ରେ ବୀରେନ୍ଦ୍ର ନାଥ ରଥ, ରାଜେଶ କୁମାର ଶର୍ମା, ଦିଲୀପ କୁମାର ସାହୁ, କାଳି ଚରଣ ସା, ମନୋଜ କୁମାର ବାଙ୍କା, ମହମ୍ମଦ ଇଶ୍ରାଏଲ ପ୍ରତିଦ୍ୱନ୍ଦୀତା କରୁଥିବାବେଳେ, କାର୍ଯ୍ୟ କାରି ସଭାପତି ପାଇଁ ୨ ଜଣ ପ୍ରାଥୀ, ମହମ୍ମଦ ଆଵିଦ, ରାମ କୃଷ୍ଣ ଜୟସ୍ବାଲ,ସାଧାରଣ ସମ୍ପାଦକ ପାଇଁ ରାକେଶ ନନ୍ଦା, ରାମଜୀ ପ୍ରସାଦ, ସେହିପରି ଉପ ସଭାପତି (ଏ )ପାଇଁ ୪ ଜଣ ଓ(ବି) ପାଇଁ ୩ ଜଣ, ଯୁଗ୍ମ ସମ୍ପାଦକ (ଏ) ପାଇଁ ୩ ଜଣ ଏବଂ (ବି) ପାଇଁ ୩ ଜଣ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବେଳେ କୋଷା ଧ୍ୟକ୍ଷ ପାଇଁ ଅଜୟ କୁମାର ସିଂ, ଅନିଲ କୁମାର ଅଗ୍ରୱାଲ, ଦଲବିନ୍ଦର ସିଂ, ଏମଡି ମୁଦାସର ନାଜର ଏବଂ ରାମ ଅବତାର ଅଗ୍ରୱାଲ ପ୍ରତିଦ୍ଵନ୍ଦ୍ଵିତା କରୁଛନ୍ତି ହେଲେ ନୂତନ କରି ମୈଦାନକୁ ଓହ୍ଲାଇ ଥିବା ସଭାପତି ପ୍ରତିଦ୍ବନ୍ଦୀ ବୀରେନ୍ଦ୍ର ନାଥ ରଥ ଉପରେ ସମସ୍ତିଙ୍କର ନଜର । କାହିଁକିନା ଏପର୍ଯ୍ୟନ୍ତ ସେହୀ ପ୍ରାର୍ଥୀ ମଧ୍ୟ୍ୟରେ ଓଲଟ ପାଲଟ ଚାଲିଥିଲା । ବର୍ତମାନ ନୂତନ ପ୍ରାର୍ଥୀ ଆସିବାରୁ ଟ୍ରକ ମାଲିକ ସଂଘର ସଦସ୍ୟ ମାନଙ୍କୁ ଏକ ନୂତନ ଅସାର କିରଣ ଦିଶୁଛି । ହୁଏତ କିଛି ରହସ୍ୟର ଗୁମର ଖୋଲିବ? !ଆସନ୍ତା ୯ ତାରିଖ ସକାଳ ୮ ଟାରୁ ୪ଟା ପ୍ରଯ୍ୟନ୍ତ ନିର୍ବାଚନ ହେବାପରେ ୧୦ ତାରିଖ ଦିନ ଫଳାଫଳ ଘୋଷଣା କରାଯିବ ବୋଲି ନିର୍ବାଚନ ଅଧିକାରୀ ପ୍ରକାଶ କରିଛନ୍ତି!

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here