ଡିସେମ୍ବର ୮ ରେ ଭାରତ ବନ୍ଦ ଡାକରା।

ନୂଆଦିଲ୍ଲୀ : ଦିଲ୍ଲୀ ରେ ଜାରି ରହିଥିବା କୃଷକ ଆନ୍ଦୋଳନ ପ୍ରଶମିତ କରିବା ପାଇଁ କେନ୍ଦ୍ର ସରକାର ଅନୁଷ୍ଠିତ ବୈଠକରେ ମଧ୍ୟ ସମାଧାନର କୌଣସି ନିଷ୍କର୍ଷ ବାହାରି ପାରି ନାହିଁ। ତେବେ ଏବେ ମଧ୍ୟ ଚାଷୀ ଆନ୍ଦୋଳନ ଜାରି ରହିଛି। ସେଥିପାଇଁ ଆସନ୍ତା ୮ ତାରିଖ ଦିନ କୃଷକ ନେତା ମାନେ ଭାରତ ବନ୍ଦ ଡାକରା ଦେଇଛନ୍ତି। କେବଳ ରାଜଧାନୀ ଦିଲ୍ଲୀ ନୁହେଁ ସମଗ୍ର ଦେଶର ରାଜପଥ ଗୁଡିକ ବନ୍ଦ କରାଯିବ। ଏହି ଆନ୍ଦୋଳନ ପ୍ରତ୍ୟାହାର ଦାବି କରି ସୁପ୍ରିମକୋର୍ଟରେ ଏକ ମାମଲା ରୁଜୁ ହୋଇଛି। ଏହି ଆନ୍ଦୋଳନ ଯୋଗୁଁ ଦିଲ୍ଲୀକୁ ଜରୁରୀ କାଳୀନ ସାମଗ୍ରୀ ଯୋଗାଣ, ମେଡିକାଲ ସେବା ପ୍ରବାହିତ ହେଉଛି ବୋଲି ଆବେଦନକାରୀ ଦର୍ଶାଇଛନ୍ତି। 

କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର କହିଛନ୍ତି ଯେ ଏମ୍ଏସପି ସମ୍ପର୍କରେ କୃଷକ ମାନଙ୍କ ଦାବି ଉପରେ ବିଚାର କରୁଛନ୍ତି। ଏମ୍ଏସପି ବ୍ୟବସ୍ଥା ରେ କୌଣସି ପରିବର୍ତ୍ତନ ହେବ ନାହିଁ। ଉକ୍ତ ମାମଲାରେ ରାଜନୀତି ନ କରିବାକୁ ସେ ବିରୋଧୀ ଦଳ ନେତାଙ୍କୁ ଅନୁରୋଧ କରିଛନ୍ତି। ସରକାରଙ୍କ ସହିତ ଆଲୋଚନା ବିଫଳ ହେଲେ ରାଜଧାନୀ ଦିଲ୍ଲୀର ପ୍ରବେଶ ପଥ ଗୁଡିକୁ ବନ୍ଦ କରି ଦିଆଯିବ। ଖାଦ୍ୟ ଓ ଜରୁରୀ ସାମଗ୍ରୀର ଯୋଗାଣକୁ ବନ୍ଦ କରି ଦିଆଯିବ ବୋଲି କୃଷକ ନେତା ମାନେ ଧମକ ଦେଇଛନ୍ତି। ସେହିପରି ସମସ୍ତ ଟୋଲ ଗେଟ ଗୁଡିକ ବନ୍ଦ କରାଯିବ ଯେମିତି ସରକାର ଟିକସ ସଂଗ୍ରହ କରି ପାରିବେ ନାହିଁ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here