ପରି ହତ୍ୟା ର ନ୍ୟାୟ ପାଇଁ ବିକ୍ଷୋଭ ପ୍ରଦର୍ଶନ : ଜଗତସିଂହପୁର

 ଜଗତସିଂହପୁର : ସାରା ରାଜ୍ୟ ନୟାଗଡ଼ ଜ଼ିଲ୍ଲା ର ପାଞ୍ଚ ବର୍ଷ ର କୁନି ଝିଅ ପରି କୁ ହତ୍ୟା କରିଥିବା ଘଟଣା କୁ ନେଇ ଵିଧାନ ସଭା ରେ ତୃମୂଳ କାଣ୍ତ ର ଝଡ ସୃଷ୍ଟି ହୋଇଥିଲା ହତ୍ୟା ପରେ ପୋଲିସ ତଦନ୍ତ ଶୀତଳତା ଦେଖା ଦେବା ସହ ପରିକୁ ନ୍ୟାୟ ପ୍ରଦାନ ଦାବୀ ରେ  ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଅନ୍ତର୍ଗତ ନାଉଗାଁ ବଜ଼ାର ନିକଟରେ  ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ମନ୍ତ୍ରୀ ଅରୁଣ ସାହୁ ଙ୍କ କୁଶପୁତ୍ତଳିକା ଦାହ କରାଯାଇଛି. ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ର ଜିଲ୍ଲା ସଂଯୋଜକ ବିଶ୍ୱଜିତ୍ ମହାପାତ୍ର  ଓ ଜିଲ୍ଲା ସହ ସଂଯୋଜକ ଅବିନାଶ ବିଶ୍ଵାଳ ଙ୍କ ନେତୃତ୍ଵରେ ଆଜି ଏହି କୁଶପୁତ୍ତଳିକା ଦାହ କରାଯାଇଥିଲା । ନୟାଗଡ଼ ର ନାବାଳିକା ଶିଶୁ ପରି ର ମୃତ୍ୟୁ କୁ ନେଇ ମନ୍ତ୍ରୀ ଅରୁଣ ସାହୁ ଙ୍କ ହାତ ଅଛି ବୋଲି ବିଶ୍ୱଜିତ୍ ମହାପାତ୍ର କହିଥିଲେ । ପୀଡିତା ର ମୃତ୍ୟୁ କୁ ଆଜି କୁ ବହୁ ଦିନ ବିତି ଯାଇଥିଲେ ମଧ୍ୟ ଦୋଷୀ କୁ ମନ୍ତ୍ରୀ ଅରୁଣ ସାହୁ ଘଣ୍ଟ ଘୋଡାଉଛନ୍ତି ବୋଲି ଶ୍ରୀଯୁକ୍ତ ପାତ୍ର କହିଥିଲେ ।  ଅରୁଣ ସାହୁ ଙ୍କ ଫୋଟ ଚିତ୍ର ରେ ନିଆଁ  ଲଗାଇ କୁଶପୁତ୍ତଳିକା ଦାହ କରିଥିଲେ । ଏହି ଆନ୍ଦୋଳନ ରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ଚିଣ୍ଟୁ ସ୍ଵାଇଁ, ସିଦ୍ଧାର୍ଥ ସ୍ଵାଇଁ,  ଆଦି ସାମିଲ ଥିଲେ ।

ଜଗତସିଂହପୁର ଜ଼ିଲ୍ଲା ରୁ  ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ସାହୁ ଙ୍କ ରିପୋର୍ଟ

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here