ଅଜଣା ଗାଡି ଧକ୍କାରେ ସାଇକେଲ ଚାଳକ ଗୁରୁତର : ରାଜଗାଙ୍ଗପୁର

ସୁନ୍ଦରଗଡ଼: ଗରୀବର ଦୁଃଖ ଡାକି ହାକି ଆସେ । ଘରୁ କୌଣସି କାମରେ ବାହାରକୁ ଯିବା ସମୟରେ ଅଜଣା ଗାଡି ଧକ୍କାରେ ସାଇକେଲ ଚାଳକ ଗୁରୁତର ହୋଇଛନ୍ତି । ରାଜଗାଙ୍ଗପୁର ବ୍ଲକ ଅନ୍ତର୍ଗତ ପଦା ଜାମପାଲିର ବାସୀନ୍ଦା ନିଜ ଘରୁ ବାହାରି ସାଇକେଲ ଯୋଗେ କୌଣସି କାମରେ ରାଜଗାଙ୍ଗପୁରକୁ ଆସୁଥିବା ବେଳେ ବାଇପାସ ରାସ୍ତାରେ ଥିବା ଜଲାନ କନଷ୍ଟ୍ରକ୍ସନ ସମ୍ମୁଖରେ ତାଙ୍କୁ ଏକ ଅଜଣା ଗାଡି ଧକ୍କା ଦେବାରୁ ସେ ତଳେ ପଡିଯାଇଥିଲେ । ତାଙ୍କ ମୁଣ୍ଡରେ ପ୍ରବଳ ଆଘାତ ଲାଗିଥିଲା । ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ରାଜଗାଙ୍ଗପୁର ସ୍ଥିତ ସରକାରୀ ଚିକିତ୍ସାଳୟକୁ ନିଆ ଯାଇଥିଲା । ସେଠାରେ ତାଙ୍କର ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ସହ ସି ଟି ସ୍କେନ ସକେସେ ସୁନ୍ଦରଗଡ ସ୍ଥିତ ମୁଖ୍ୟ ଡାକ୍ତରଖାନାକୁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ସ୍ଥାନାନ୍ତରିତ କରାଯାଇଥିଲା । ରାସ୍ତା ଦୁର୍ଘଟଣାରେ ଗୁରୁତର ହୋଇଥିବା ବ୍ୟକ୍ତି ପଦା ଯାମପାଲିର ବାସୀନ୍ଦା ଜୟକୃଷ୍ଣ ନାଏକ (୩୨) ବୋଲି ଜଣାପଡିଛି । ଏ ନେଇ ଥାନାରେ ଏକ ମାମଲା ରୁଜୁ ହେବା ସହ ପୋଲିଶ ଅଜଣା ଗାଡିକୁ ଧରିବାକୁ ତଦନ୍ତ ଜାରିରଖିଛି ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here