ଏମ୍‌ଡିଏଚ୍‌ ମସଲାର ପ୍ରତିଷ୍ଠାତା ଧରମପାଲ ଗୁଲାଟିଙ୍କ ପରଲୋକ

ଆଉ ନାହାନ୍ତି ଏମଡିଏଚ ମସଲା ମାଲିକ ମହାଶୟ ଧର୍ମପାଲ ଗୁଲାଟୀ । ଆଖିବୁଜିଲେ ପ୍ରସିଦ୍ଧ ମସଲା କମ୍ପାନୀ ମାଲିକ ମହାଶୟ । ୯୮ ବର୍ଷ ବୟସରେ ମହାଶୟଙ୍କ ଦେହାନ୍ତ । ଦିଲ୍ଲୀ ଚନନ ଦେବୀ ହସ୍ପିଚାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଧର୍ମପାଲ । ଅନେକ ଦିନ ଧରି ଅସୁସ୍ଥତା କାରଣରୁ ହସ୍ପିଚାଲରେ ଚିକିତ୍ସାଧୀନ ଥିଲେ । ଆଉ ଆଜି ତାଙ୍କର ପରଲୋକ ହୋଇଛି । ଧର୍ମପାଲଙ୍କ ବିୟୋଗରେ ସାରା ବାଣିଜ୍ୟ ବଜାରରେ ଶୋକର ଛାୟା ଖେଳିଯାଇଥିବା ବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶୋକ ପ୍ରକାଶ କରିଛନ୍ତି । ଧର୍ମପାଲ ହେଉଛନ୍ତି ଭାରତର ଜଣେ ନାମକରା ବ୍ୟବସାୟୀ । ଯିଏ କି ମାତ୍ର ପଞ୍ଚମ ପାଠ ପଢି ନିଜ କମ୍ପାନୀକୁ ଏକ ସ୍ତରକୁ ନେଇ ପାରିଥିଲେ । ୨୭ ମାର୍ଚ୍ଚ ୧୯୨୩ରେ ସିଆଲକୋଟ ଏବେର ପାକିସ୍ତାନରେ ଅଛି ସେଇଠି ଜନ୍ମହୋଇଥିଲେ ଧର୍ମପାଲ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here