୧୪୪ ଧାରା ଫିକା ପଡିଲା କାର୍ତ୍ତିକ ପୂର୍ଣ୍ଣିମା ସେବାୟତଙ୍କ ସର୍ବନାଶ । ଜଗତସିଂହପୁର

ଜଗତସିଂହପୁର ୩୦/୧୧/୨୦: ବିଶେଷଜ୍ଞଙ୍କ ମତ ଅନୁଯାୟୀ ଚଳିତ ମାସରୁ ଡିସେମ୍ବର ମାସ ଶେଷ ପର୍ଯ୍ୟନ୍ତ କରୋନା କରୋନାର ପ୍ରଭାବ ଅଧିକ ଦେଖାଯିବା ଆଶଙ୍କାରେ କେନ୍ଦ୍ର ଓ ରାଜ୍ୟ ସରକାର ଜନଗହଳି ଉପରେ କଟକଣା କଡାକଡି କରିଦେଇଥିବାରୁ ଏହିପରିପେକ୍ଷିରେ ମନ୍ଦିର ମାନଙ୍କରେ ଜନଗହଳି ନହେବାକୁ କଟକଣା କଡାକଡି କରାଯାଇଛି । ସେହିପରି ରାଜ୍ୟସରକାରଙ୍କ ନିର୍ଦେଶକୁ କାର୍ଯ୍ୟକାରୀ କରି ଜଗତସିଂହପୁର ଜିଲାପାଳ ତଥା ମାଜିଷ୍ଟ୍ରେଟ ସାରୋଜ କୁମାର ମିଶ୍ର ଜିଲ୍ଲାର ପ୍ରମୁଖ ମନ୍ଦିର ଗୁଡିକରେ ୨୮ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ୧୪୪ ଧାରା ଜାରିକରି ସମ୍ପୃକ୍ତ ତହସିଲଦାର ଓ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ନାମ ପଠାଇଦେଇଥିଲେ । ସମ୍ପୃକ୍ତ ଅଧିକାରୀ ନିର୍ଦ୍ଦେଶ ନାମାକୁ କାର୍ଯ୍ୟକରି ପ୍ରମୁଖ ମନ୍ଦିର ମୁକ୍ଷ୍ୟ ପ୍ରବେଶ ପଥ ଗୁଡିକୁ ବନ୍ଦ କରାଇଦେଇଥିଲେ । ଦର୍ଶକ ବନ୍ଧୁ ଆମ୍ଭେ ଦେଖାଉଛୁ ଜିଲ୍ଲା ତଥା ରାଜ୍ୟର ପ୍ରସିଦ୍ଧ ସାରଳା ମନ୍ଦିର ଓ ଗୋରେଖନାଥ ପିଠା ଯେଉଁଠାରେ ଆଜିଭଳି ଦିନରେ ଲକ୍ଷ୍ୟ ଲକ୍ଷ୍ୟ ଭକ୍ତ ଭିଡ ବିଗତ ବର୍ଷରେ ପରିଲକ୍ଷିତ ହେଉଥିଲେ କିନ୍ତୁ କୋଭିଡି ୧୯ କଟକଣା ପାଇ ଖାଁ ଖାଁ ଲାଗୁଛି । ଜଳଖିଆ ଦୋକାନ ଓ ଖେଳନା ଦୋକାନରେ ଲୋକ ନଥିବାରୁ ଚିନ୍ତାରେ ଦୋକାନୀ ମୁଣ୍ଡରେ ହାତଦେଇ ବସିଛନ୍ତି । ସେହିପରି ୮ ମାସ ହେଲା ସେବାୟତଙ୍କ କଥା କହିଲେ ନସରେ । ଗୋରେଖାନାଥ ପୀଠର ସେବାୟତଙ୍କ ସଭାପତି ତଥା ସେବାୟ ଦିଲ୍ଲୀପ କୁମାର ପଣ୍ଡା ଦୁଖରସହ ପ୍ରକାଶ କରି କହିଲେ କୋଭିଡି ୧୯ ସେବାୟତ ପରିବାରର ସର୍ବନାଶ କରିଛି ଏଥିପ୍ରତି ସରକାରଙ୍କ ଦୃଷ୍ଟି ପଡୁନି । ସେବାୟତ ଙ୍କ ପ୍ରତି ସରକାର ଦୃଷ୍ଟି ଦେବାକୁ ନିବେଦନ କରିଛନ୍ତି ।

ଜଗତସିଂହପୁର ଜିଲ୍ଲାରୁ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ସାହୁ ଙ୍କ ରିପୋର୍ଟ

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here