ବଲିଉଡ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକୋର ଶିବସେନା ରେ ହେଲେ ସାମିଲ।

ମହାରାଷ୍ଟ୍ର : କଂଗ୍ରେସ ଦଳ ରୁ ଇସ୍ତଫା ଦେବା ପରେ ବଲିଉଡ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକୋର ସୋମବାର ଦିନ ଶିବସେନା ରେ ଯୋଗ ଦେବେ ବୋଲି ଜଣା ପଡିଛି। ମୁମ୍ବାଇ କଂଗ୍ରେସ ରେ ଚାଲିଥିବା ଦଳ ଅନ୍ତକନ୍ଦଳ କୁ ବିରୋଧ କରି ସେ ଇସ୍ତଫା ଦେଇଥିବା କଥା କହିଥିଲେ। ସେ ନିଜ ଇସ୍ତଫା ପତ୍ରକୁ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କ ନିକଟକୁ  ପଠେଇ ଦେଇଥିଲେ। ଗତ କିଛିଦିନ ଧରି ମୁମ୍ବାଇ କଂଗ୍ରେସ ଅଧ୍ୟକ୍ଷ ସଂଜୟ ନିରୁପମଙ୍କ ସହ ତାଙ୍କର ମତଭେଦ ଚାଲିଥିଲା। ସଂଜୟଙ୍କ କିଛି ସମର୍ଥକଙ୍କ ବିରୋଧରେ ସେ ମଧ୍ୟ ଦଳ ହାଇକମାଣ୍ଡଙ୍କ ନିକଟରେ ଅଭିଯୋଗ କରିଥିଲେ। ଏପରିକି ତାଙ୍କ ଗୋପନ ପତ୍ରକୁ ଗଣମାଧ୍ୟମ ଆଗରେ ଲିକ କରାଯିବ ନେଇ ମଧ୍ୟ ସେ ଅସନ୍ତୁଷ୍ଟ ଥିଲେ। ୨୦୧୯ ଲୋକସଭା ନିର୍ବାଚନ ରେ କଂଗ୍ରେସ ଟିକେଟ ରେ ପ୍ରତିଦ୍ୱନ୍ଦୀତା କରି ନିରାଶ ହୋଇଥିଲେ ଉର୍ମିଳା ମାତୋଣ୍ଡକୋର। ଫଳାଫଳ ଆସିବାର ୫ ମାସ ପରେ ସେ କଂଗ୍ରେସରୁ ଇସ୍ତଫା ଦେଇଥିଲେ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here