ରାଜ୍ୟର ୯ ସହର ତାପମାତ୍ରା ୧୫ ଡିଗ୍ରି ତଳେ, ମେଘୁଆ ପାଗକୁ କାଲୁଆ ପବନ

ଭୁବନେଶ୍ୱର : ରାଜ୍ୟରେ ଏବେ ପ୍ରବଳ ଶୀତ ଅନୁଭୂତ ହେଲାଣି। ଶୀତ ସହ ‘ନିଭାର’ ପ୍ରଭାବରେ ବହୁଥିବା କାଲୁଆ ପବନ ଥଣ୍ଡାକୁ ଆହୁରି ବଢ଼ାଇ ଦେଇଛି। ରାଜ୍ୟର ୯ ସହର ତାପମାତ୍ରା ୧୫ ଡିଗ୍ରି ତଳେ ଥିବା ରେକର୍ଡ ହୋଇଛି। ଦାରିଙ୍ଗବାଡ଼ିର ସର୍ବନିମ୍ନ ରାତ୍ରି ତାପମାତ୍ରା ୧୦ ଡିଗ୍ରିକୁ ଖସିଛି। ଏଥିସହ ସୋନପୁର ୧୨.୬ ଡିଗ୍ରି, ଫୁଲବାଣୀ ଓ ଅନୁଗୁଳ ୧୪.୦ ଡିଗ୍ରି, ବଲାଙ୍ଗୀର ୧୪.୫ଡିଗ୍ରି, ତାଳଚେର ୧୪.୩ ଡିଗ୍ରି, ଝାରସୁଗୁଡ଼ାରେ ୧୪.୪ ଡିଗ୍ରି ଓ ବାରିପଦା ୧୪.୫ ଡିଗ୍ରି ଲେଖାଏଁ ସର୍ବନିମ୍ନ ତାପମାତ୍ରା ରହିଥିବା ଜଣାପଡ଼ିଛି। ଅନ୍ୟପଟେ ବାତ୍ୟା ‘ନିଭାର୍‌’ ଯୋଗୁଁ ରାଜ୍ୟରେ ପାଗ ମେଘୁଆ ରହିଛି। ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ବି ରେକର୍ଡ ହୋଇଛି। ଫଳରେ ରାଜ୍ୟର କିଛି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ସାମାନ୍ୟ ବଢ଼ିଥିବା ଜଣାପଡ଼ିଛି। ଆସନ୍ତାକାଲି ଦକ୍ଷିଣ ଓଡ଼ିଶାର ସୀମାନ୍ତବର୍ତୀ ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଥିବାରୁ ସେଠାରେ କିଛି ସ୍ଥାନରେ ରାତ୍ରି ତାପମାତ୍ର‌ା ୧ରୁ ୨ ଡିଗ୍ରି ଖସିପାରେ। ଏହାପରେ ୨୮ ତାରିଖରୁ ରାଜ୍ୟରେ ପୁଣି ଶୀତ ଆରମ୍ଭ ହୋଇଯିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। କେନ୍ଦ୍ରର ସୂଚନା ଅନୁଯାୟୀ, ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ରହିଥିବା ଭୀଷଣ ବାତ୍ୟା ‘ନିଭାର’ ଗତକାଲି ମଧ୍ୟରାତ୍ରିରେ ପୁଡୁଚେରି ଉପକୂଳ ଦେଇ ଅତିକ୍ରମ କରିଛି। ଏହା ଧୀରେଧୀରେ ଉତ୍ତରପଶ୍ଚିମ ଆଡ଼କୁ ଗତି କରି ଦୁର୍ବଳ ହୋଇଯିବ ଓ ଆସନ୍ତା ୧୨ ଘଣ୍ଟାରେ ଅବପାତରେ ପରିଣତ ହେବ। ପୂର୍ବାନୁମାନ ଅନୁଯାୟୀ ‘ନିଭାର’ର ସିଧା ପ୍ରଭାବ ଓଡ଼ିଶା ଉପରେ ପଡ଼ିନାହିଁ। କିନ୍ତୁ ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ହାଲ୍‌କାରୁ ମଧ୍ୟମ ଧରଣର ବର୍ଷା ହୋଇଥିବା ବେଳେ ସବୁଆଡ଼େ ପାଗ ମେଘୁଆ ରହିଥିଲା। ଆସନ୍ତାକାଲି ମଧ୍ୟ ଦକ୍ଷିଣ ଓଡ଼ିଶାର ଉପାନ୍ତ ଜିଲ୍ଲାଗୁଡ଼ିକର କିଛି ସ୍ଥାନରେ ହାଲ୍‌କାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ରାଜ୍ୟରେ ‌ପାଗ ମେଘୁଆ ରହିବ। ଫଳରେ ରାତ୍ରି ତାପମାତ୍ରା ଆସନ୍ତା ୨୪ ଘଣ୍ଟାରେ ୧ରୁ ୨ ଡିଗ୍ରି ପର୍ଯ୍ୟନ୍ତ ବଢ଼ିବାର ସମ୍ଭାବନା ରହିଛି ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here