ଟିମ ଇଣ୍ଡିଆର ନୂଆ ଜର୍ସି , ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ…

ମୁମ୍ବାଇ : ଅଷ୍ଟ୍ରେଲିଆ ସିରିଜ ସମୟରେ ଭାରତୀୟ ଦଳ ନ୍ୟୁ ଜର୍ସିରେ ଦେଖିବାକୁ ମିଳିବ।  ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚର ତିନି ଦିନ ପୂର୍ବରୁ ମଙ୍ଗଳବାର ଦିନ ଶିଖର ଧାୱନ ସୋସିଆଲ ମିଡିଆରେ ନିଜର ଏକ ଚିତ୍ର ପୋଷ୍ଟ କରିଛନ୍ତି, ଯେଉଁଥିରେ ତାଙ୍କୁ ଟିମ୍ ଇଣ୍ଡିଆର ନୂଆ ଜର୍ସିରେ ଦେଖିବାକୁ ମିଳିଛି।

ଟିମ୍ ଇଣ୍ଡିଆ ଏବେ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍ ପାଇଁ ପ୍ରସ୍ତୁତ ହେଉଛି। ଆଉ ମାତ୍ର ଦୁଇ ଦିନ ପରେ ଏହି ସିରିଜ୍ ଆରମ୍ଭ ହେବ। ଏହାପୂର୍ବରୁ ଶିଖର ନୂଆ ଜର୍ସି ନେଇ ଏକ ଫଟୋ ସେଆର୍ କରିଛନ୍ତି।

ନିକଟରେ ବିସିସିଆଇ ଇ-ଗେମିଙ୍ଗ୍ କମ୍ପାନି ଏମପିଏଲକୁ ନିଜର ନୂଆ କିଟ୍ ପ୍ରାୟୋଜକ ଭାବେ ଘୋଷଣା କରିଛି। ତେଣୁ ନୂଆ କମ୍ପାନି ସହ ଟିମ୍ ଇଣ୍ଡିଆ ଏହି ନୂଆ ଜର୍ସିରେ ନଜର ଆସିବ।

ଏହି ଷ୍ଟାଇଲର ଜର୍ସି ଟିମ୍ ଇଣ୍ଡିଆ ୧୯୯୨ ବିଶ୍ୱକପ୍ ସମୟରେ ମଧ୍ୟ ପିନ୍ଧୁଥିଲା। ତେଣୁ ଏହି ପୁରୁଣା ଷ୍ଟାଇଲ୍ ଏବଂ ନୂଆ ଜର୍ସି ଟିମ୍ ଇଣ୍ଡିଆର ଖେଳାଳିମାନଙ୍କୁ ବେଶ ନିଆରା କରିବ ବୋଲି କୁହାଯାଉଛି।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here