ପୌରପାଳିକା ଦ୍ଵାରା ସଚେତନତା କାର୍ଯ୍ୟକ୍ରମ

ରାଜଗାଙ୍ଗପୁର ସୁସ୍ଥ ଓଡିଶା ଗଠନ ପାଇଁ ନିଜ ଅଞ୍ଚଳ,ନିଜ ସହରକୁ ସ୍ୱଚ୍ଛ ରଖିବା ପ୍ରତ୍ୟେକ ନାଗରିକଙ୍କର ମୌଳିକ କର୍ତ୍ତବ୍ୟ ହେବା ଦରକାର ଏହି ପରିପେକ୍ଷିରେ ରାଜଗାଙ୍ଗପୁର ପୌରପାଳିକା ପରିମଳ ବିଭାଗର କର୍ମଚାରୀ ଓ ସ୍ୱଚ୍ଛ ସାଥି ଙ୍କ ଦ୍ଵାରା ଦ୍ୱିତୀୟ ପର୍ଯ୍ୟାୟ ତାଲିମ କାର୍ଯ୍ୟକ୍ରମ ହୋଇଯାଇଛି।କଠିନ ବର୍ଜ୍ୟବସ୍ତୁ କୁ ପୁନଃଚକ୍ରଣ କ୍ଷମ କରିବା ପାଇଁ ସ୍ୱଚ୍ଛ ସର୍ବେକ୍ଷଣ ୨୦୨୧ ସଚେତନତା ବାର୍ତ୍ତା ଦିଆଯାଇଛି।ସହରକୁ ସ୍ୱଚ୍ଛ ଓ ସୁସ୍ଥ ରଖିବା ପାଇଁ ପୌରପାଳିକା ଦ୍ଵାରା ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ କରୀବା ସହ ଜନସାଧାରଣ ମାନଙ୍କୁ ସଚେତନତା କରାଯାଉଛି।
ଏହି କାର୍ଯ୍ୟକ୍ରମ ରେ କାର୍ଯ୍ୟନିର୍ବାହୀ ଅଧିକାରୀ ପୀୟୂଷ ଲୋହାର ଙ୍କ ଦ୍ଵାରା ପ୍ରମାଣ ପତ୍ର ପ୍ରଦାନ କରାଯାଇଛି ଓ ଆଜି ୱାର୍ଡ ନମ୍ବର ୧୩ ରେ ପୌରପାଳିକା ଦ୍ଵାରା ସଂଗୃହିତ କରାଯାଉଥିବା ଆବର୍ଜନା କୁ ବର୍ଗୀ କରଣ ତଥା ଓଦା ଓ ଶୁଖିଲା କରି ଦେବା ପାଇଁ ଏକ ସଚେତନତା ସଭା କରାଯାଇଥିଲା।ଏବଂ ରାସ୍ତା କଡରେ ବଶୁ ଥିବା ପନିପରିବା ଉଠାଦୋକାନୀ ମାନଙ୍କୁ ସଚେତନ କରିବା ସହ ଅନୁରୋଧ କାରରଯାଇଛି ଟ୍ରାଫିକ ସମସ୍ୟା ହେବା ସହ ଦୁର୍ଘଟଣା ହେବାର ସମ୍ଭାବନା ରହିଥିବାରୁ,ସହରରେ ଥିବା ସପ୍ତାହିକ ହାଟ ଟିକୁ ପ୍ରତେକ ଦିନିଆ ହାତରେ ପରିଣତ କରାଯାଇଛି ଏଣୁ ହାଟରେ ବସିବା ପାଇଁ ଅନୁରୋଧ କରାଯାଇଛି
ଏଥିରେ ସ୍ୱଚ୍ଛ ସାଥୀ ମାନଙ୍କୁ ନେଇ ସେନିଟାରୀ ଇନିସପେକଟର ଓ ସେନିଟାରୀ ଏକ୍ସପର୍ଟ ଙ୍କ ଏକ ଟିମ ଗଠନ କରାଯାଇଛି ଏଥିରେ କାର୍ଯ୍ୟନିର୍ବାହୀ ଅଧିକାରୀ ପିୟୁଷ ଲୁହା.ସାନିଟାରୀ ଏକ୍ସପର୍ଟ ନାରାୟଣ ରେଡି.ଭବାନୀ ପଟେଲ.ଶେନିଟାରୀ ଇନଚାର୍ଜ କାର୍ତ୍ତିକ ମହାରଣା ଙ୍କ ମୁଖ୍ୟ ସହଯୋଗରହିଥିବାର ଜଣାପଡୁଛି ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here