ପୋଖରୀ ରେ ବୁଡି ଯୁବକ ମୃତ

ଡାବୁଗାଁ,୨୩/୧୧ ନବରଙ୍ଗପୁର ଜିଲା ଡାବୁଗାଁ ସଦର ମହକୁମା ସ୍ଥିତ ଠାକୁରାଣୀ ମନ୍ଦିର ନିକଟ ପୋଖରୀ ରେ ବୁଡି ଜଣେ ବ୍ୟକ୍ତି ମୃତ୍ୟୁ ବରଣ କରିଥିବା ସୋମବାର ସକାଳୁ ଦେଖିବାକୁ ମିଳିଛି । ସୂଚନା ଯୋଗ୍ୟ:- ଉମରକୋଟ ଥାନା ଅଧୀନ ସାନ ଭୀମଗୁଡା ଗ୍ରାମର ଗଣପତି ଭତ୍ରା ଙ୍କ ପୁଅ ସମାରୁ ଭତ୍ରା (୩୫) କିଛି ଦିନ ତଳେ ରାୟଗଡା ଜିଲା କୁ କୁଲି କାମ କରିବାକୁ ଯାଇଥିଲା | ଆଜି ସେଠାରୁ ନିଜ ଘରକୁ ଫେରୁଥିବା ବେଳେ ଧୋଡ୍ରାରେ ଓହ୍ଲାଇବା ବଦଳରେ ଡାବୁଗାଁରେ ଓହ୍ଲାଇ ଠାକୁରାଣୀ ମନ୍ଦିର ପାଖ ପୋଖରୀ କୁ ଶୌଚ ପାଇଁ ଯାଇଥିଲା | ସେଠାରେ ତାର ଗୋଡ ଖସି ଯାଇ ପାଣିରେ ବୁଡି ଯାଇଥିବା ବେଳେ ମାଁ ଠାକୁରାଣୀ ମନ୍ଦିରକୁ ଯାଇଥିବା ଭକ୍ତ ମାନେ ଦେଖି ଗ୍ରାମରେ ଖବର ଦେଇଥିଲେ | ଗ୍ରାମର ଲୋକେ ଉକ୍ତ ସ୍ଥାନରେ ପହଞ୍ଚି ଡାବୁଗାଁ ଅଗ୍ନିସମ କେନ୍ଦ୍ରକୁ ଖବର ଦେଇଥିଲେ | ଖବର ପାଇ ଦମକଳ ବାହିନୀ ପହଞ୍ଚି ପୋଖରୀ ରୁ ସମାରୁ ଭତ୍ରାର ମୃତ ଶରୀରକୁ ପୋଖରୀରୁ ବାହାର କରିଥିଲେ | ପରେ ଡାବୁଗାଁ ଥାନା ସବଇନିସ୍ପେକ୍ଟର ମଦନାବତୀ ବିହାର ଓ ଏଏସଆଇ ଜଗଦୀଶ ଚନ୍ଦ୍ର ପାଣିଗ୍ରାହୀ ପ୍ରମୁଖ ପହଞ୍ଚି ପୋଖରୀ ହୁଡାରେ ଥିବା ତାର ବ୍ୟାଗ ଯାଞ୍ଚ କରି ମୃତକର ପରିବାର ଲୋକଙ୍କୁ ଖବର ଦେଇଥିଲେ | ଖବର ପାଇ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ | ଏନେଇ ମୃତକର ଦାଦା ପୁଅ ଭାଇ ମାଧବ ଭତ୍ରା ଥାନାରେ ଏତଲା ଦେଇଥିଲେ | ଉକ୍ତ ଏତଲା କୁ ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇ ଥିଲେ | ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗ ଙ୍କୁ ହସ୍ତାନ୍ତର କରାଯାଇଛି | ଏନେଇ ଥାନା କେସ ନଂ ୨୯/୨୦ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି |

ନବରଙ୍ଗପୁର ଜିଲା ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡା, Odisha1.TV

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here