ମହାପ୍ରଭୁଙ୍କ ନାଗାର୍ଜୁନ ବେଶ।

ପୁରୀ : ଚଳିତବର୍ଷ କରୋନା ମହାମାରୀ ଯୋଗୁଁ ଶ୍ରଦ୍ଧାଳୁ ମାନେ ଦେଖି ପାରିବେ ନାହିଁ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ। ଆସନ୍ତା ଆସନ୍ତା ୨୭ ତାରିଖରେ ପତିତପାବନଙ୍କ ନାଗାର୍ଜୁନ ବେଶ ଅନୁଷ୍ଠିତ ହେବ। ୧୯୯୪ ମସିହାରେ ଏହି ବେଶ ଅନୁଷ୍ଠିତ ହୋଇଥିଲା। ଦୀର୍ଘ ୨୫ ବର୍ଷର ଅପେକ୍ଷା ପରେ ଏଥର ନାଗାର୍ଜୁନ ବେଶରେ ଦେଖା ଦେବେ ପତିତପାବନ। ଏ ବର୍ଷ ଯାଡା ଆଶ୍ୱିନ ପଡିଥିବାରୁ ଶ୍ରୀମନ୍ଦିରରେ ପଞ୍ଚୁକର ଷଷ୍ଠ ଦିନ ନାଗାର୍ଜୁନ ବେଶ ଅନୁଷ୍ଠିତ ହେବ। ଏହି ଅବସରରେ ଶ୍ରୀଜୀଉ ମାନଙ୍କୁ ନାଗା ଯୋଦ୍ଧାଙ୍କ ରୂପେ ସଜାଇ ଦିଆଯାଏ। ହାତରେ ସୁବର୍ଣ୍ଣ ଅସ୍ତ୍ର ଓ ବିଭିନ୍ନ ଉପକରଣ ମାନ ଖନ୍ଜେଇ ସଜାଇ ଦିଆଯାଏ। ପରମ୍ପରା ଅନୁଯାୟୀ ପର୍ଶୁରାମଙ୍କ ଦ୍ୱାରା ସହସ୍ରାର୍ଜୁନ ବଧକୁ ସ୍ମରଣ କରିବା ପାଇଁ ଶ୍ରୀ ଜଗନ୍ନାଥଙ୍କ ନାଗାର୍ଜୁନ ବେଶ ହୋଇଥାଏ। ଦୀର୍ଘ ୨୫ ବର୍ଷ ପରେ ହେବାକୁ ଥିବା ପତିତପାବନଙ୍କ ନାଗାର୍ଜୁନ ବେଶ ଦେଖି ପାରିବେ ନାହିଁ ଭକ୍ତ। 

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here