ଡିସେମ୍ବର ୪ ଯାଏଁ ନ୍ୟାୟିକ ହେପାଜତରେ ରହିବେ ଭାରତୀ-ହର୍ଷ

ମୁମ୍ବାଇ : ଗତ କାଲି ନିଷିଦ୍ଧ ଗଞ୍ଜେଇ ଘରେ ରଖିବା ସହ ସେବନ କରୁଥିବା ଘଟଣା ସାମନାକୁ ଆସିବା ପରେ ବଲିଉଡର କମେଡି କୁଇନ ଭାରତୀ ସିଂହଙ୍କୁ ଗିରଫ କରିଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ। ଏହା ପରେ ଦୀର୍ଘ ଏନସିବିର ୧୫ ଘଣ୍ଟାର ଜେରା ପରେ ଭାରତୀଙ୍କ ସ୍ୱାମୀ ହର୍ଷ ଲିମ୍ବାଚିୟା ଗଞ୍ଜେଇ ସେବନ କରୁଥିବା କଥା ସ୍ୱୀକାର କରିବାରୁ ହର୍ଷଙ୍କୁ ଗିରଫ କରିଛି ଏନସିବି। ହର୍ଷ ଓ ଭାରତୀ ଦୁହେଁ ଗିରଫ ହେବା ପରେ ମୁମ୍ବାଇର କ୍ୱିଲା କୋର୍ଟରେ ହାଜର ହୋଇଥିବା ବେଳେ ଡିସେମ୍ବର ୪ ପର୍ଯ୍ୟନ୍ତ ଅଦାଲତ ଉଭୟଙ୍କୁ ନ୍ୟାୟିକ ହେପାଜତକୁ ପଠାଇଛନ୍ତି। 

ସୂଚନାନୁଯାୟୀ, ଗତ କାଲି ଭାରତୀ ଓ ଆଜି ହର୍ଷ ଗିରଫ ହେବା ପରେ ଏନସିବି ଉଭୟଙ୍କୁ ହାଜତକୁ ନେଇଥିଲା। ଗିରଫ ପରେ ଦୁହିଁଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ ନିଆଯାଇ ପରେ କୋର୍ଟରେ ହାଜର କରା ଯାଇଥିଲା। ଏ ସଂକ୍ରାନ୍ତରେ ଭାରତୀଙ୍କ ଓକିଲ ଜାମିନ ପାଇଁ ଆବେଦନ କରିଥିଲେ ମଧ୍ୟ ଆଜି ରବିବାର ଛୁଟି ଥିବାରୁ ସୋମବାର ଜାମିନ ଆବେଦନର ଶୁଣାଣି ହେବ।  

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here