‘କଲ୍ଲୋଳ ୨୦୨୦’- ଶିଶୁ ସୃଜନଶୀଳତାର ଏକ ଉତ୍ସବ ବିଷୟବସ୍ତୁ: ଶିଶୁ ଏବଂ କୋଭିଡ୍‌- ୧୯

ଭୁବନେଶ୍ୱର: ୨୧/୧୧: ସ୍ୱେଚ୍ଛାସେବୀ ସଙ୍ଗଠନ ଆଇନା ପକ୍ଷରୁ ୟୁନିସେଫ୍ ଓଡିଶା ସହଭାଗୀତାରେ, ଶିଶୁ ଏବଂ କୋଭିଡ୍‌-୧୯ ବିଷୟବସ୍ତୁ ସମ୍ବନ୍ଧୀୟ ‘କଲ୍ଲୋଳ ୨୦୨୦’ର ଷଷ୍ଠ ସଂସ୍କରଣର ଉଦ୍ଘାଟନୀ ଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି । ଓଡିଶା ସରକାରଙ୍କ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଏବଂ ମୋ ସ୍କୁଲ୍ ଅଭିଯାନ ପରିଚାଳନା ସଂଗଠନ, ମିଡିଆ ପାର୍ଟନର୍ ଇଷ୍ଟର୍ଣ୍ଣ ମିଡିଆ ଗ୍ରୁପ୍‌ର ମିଳିତ ସହଯୋଗରେ ଏହି ବର୍ଷର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।
କଲ୍ଲୋଳ ୨୦୨୦ ଶିଶୁ ସୃଜନଶୀଳତା ଉପରେ ଗୁରୁତ୍ୱ ଦେଇ ଏକ ପ୍ରର୍ଯ୍ୟାୟ କ୍ରମରେ ପିଲାମାନଙ୍କ ପାଇଁ ସ୍କ୍ରିପ୍ଟ ଲିଖନ କାର୍ଯ୍ୟଶାଳାର ଆୟୋଜନ ହୋଇଥିଲା । ପରବର୍ତ୍ତୀ ସମୟରେ ଅନେକ ସ୍କ୍ରିପ୍ଟକୁ ଚଳଚ୍ଚିତ୍ରରେ ରୂପାନ୍ତରିତ କରି ‘ଶିଶୁ ଏବଂ କୋଭିଡ୍‌୧୯’ ବିଷୟବସ୍ତୁକୁ ଆଧାର କରି ୩୦, ୬୦ ଏବଂ ୯୦ ସେକେଣ୍ଡ ଅବଧି ବିଶିଷ୍ଟ କ୍ଷୁଦ୍ର ଚଳଚ୍ଚିତ୍ର, ରେଡିଓ ବିଜ୍ଞାପନ/ ଝଙ୍କାର ସ୍କ୍ରିପ୍ଟ ପାଇଁ ବିଭିନ୍ନ ସ୍ତରରେ ପିଲାମାନଙ୍କୁ ଉତ୍ସାହିତ କରାଯାଇଥିଲା ।

କାର୍ଯ୍ୟଶାଳା ଶେଷରେ ପିଲାମାନଙ୍କ ଦ୍ୱାରା ୭୨ଟି କ୍ଷୁଦ୍ର ଚଳଚ୍ଚିତ୍ର ଓ ୬୦ଟି ରେଡିଓ ବିଜ୍ଞାପନ/ ଝଙ୍କାର ପାଇଁ ସ୍କ୍ରିପ୍ଟ ଦାଖଲ ହୋଇଥିଲା । ସେଥି ମଧ୍ୟରୁ ବିଶେଷଜ୍ଞଙ୍କ ଦ୍ୱାରା ଚୟନ କରାଯାଇଥିବା ସ୍କ୍ରିପ୍ଟ୍ ଉପରେ କ୍ଷୁଦ୍ର ଚଳଚ୍ଚିତ୍ର ଓ ରେଡିଓ ବିଜ୍ଞାପନ/ ଝଙ୍କାର, ରେଡିଓ ଜିଙ୍ଗଲ୍ ପ୍ରସ୍ତୁତ କରାଯାଇ କାର୍ଯ୍ୟକ୍ରମରେ ଉନ୍ମୋଚନ କରାଯାଇଥିଲା । ଏହି ବର୍ଷ ବିଭିନ୍ନ ସରକାରୀ, ବେସରକାରୀ, ସରସ୍ୱତି ଶିଶୁ ବିଦ୍ୟାମନ୍ଦିର, ବାଳାଶ୍ରମ ଏବଂ କନ୍ୟାଶ୍ରମରୁ ୫୦୦ରୁ ଅଧିକ ପିଲାମାନେ ଆୟୋଜିତ ସ୍କ୍ରିପ୍ଟ ଲିଖନ କାର୍ଯ୍ୟଶାଳାରେ ଅଂଶଗ୍ରହଣ କରିଥିଲେ ।

ଓଡିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ସଚିବ ଶ୍ରୀମତି ଅନୁ ଗର୍ଗ କାର୍ଯର୍୍ୟକ୍ରମରେ ନିଜର ଖୁସି ବ୍ୟକ୍ତ କରି କହିଥିଲେ ଯେ, “ପିଲାମାନଙ୍କ ଦ୍ୱାରା ପ୍ରସ୍ତୁତ ସିନେମା ଓ ରେଡିଓ ବିଜ୍ଞାପନ ଗୁଡିକ ପ୍ରକୃତରେ ଉଚ୍ଚ କୋଟୀର । ଏହା ସେମାନଙ୍କର ପ୍ରଥମ ଅଭିଜ୍ଞତା ହୋଇଥିଲେ ବି ସେ ପ୍ରଥମ ଚେଷ୍ଟାରେ ଉତ୍ତମ ପ୍ରଦର୍ଶନ କରିଛନ୍ତି । ଏସବୁ ତିଆରି କରିବା ଦ୍ୱାରା ନିଶ୍ଚିତ ଭାବେ ପିଲାମାନେ କିଛି ନୁଆ ଶିକ୍ଷା ଗ୍ରହଣ କରିଥିବେ ଓ ନିଜର ବୁଦ୍ଧି ପ୍ରୟୋଗ କରି କିଛି ନୁଆ କରିବା ପାଇଁ ଅଧିକ ଚିନ୍ତା କରିଥିବେ । ପିଲାମାନଙ୍କ ଦ୍ୱାରା ବନାଯାଇଥିବା ଚଳଚ୍ଚିତ୍ରଗୁଡିକ କେବଳ ମନୋରଞ୍ଜନ ପାଇଁ ନୁହେଁ ବରଂ ସିନେମାରୁ ଅନେକ କିଛି ଶିିକ୍ଷା ଗ୍ରହଣ କରିହେବ ଓ ସମାଜକୁ ନୂତନ ଦିଶା ଦେଖାଇବାରେ ସାହାଯ୍ୟ କରିବା ସହିତ ଅନେକଙ୍କୁ ପ୍ରେରଣା ଯୋଗାଇ ପାରିବ । ମୁଁ ଅତ୍ୟନ୍ତ ଖୁସି ଯେ ଏହି କାର୍ଯ୍ୟକ୍ରମ ଦ୍ୱାରା ପିଲାମାନେ ସେମାନଙ୍କର ମହାମାରୀ ସମୟକୁ ଅଭିନବ ଭାବେ ଉପଯୋଗ କରିପାରିଛନ୍ତି ।”

ସମାରୋହରେ ୟୁନିସେଫ୍ ଓଡିଶାର ମୁଖ୍ୟ ଡକ୍ଟର ମୋନିକା ନିଲସନ୍ କହିଥିଲେ, “ଆଜି ବିଶ୍ୱ ଶିଶୁ ଦିବସ ପାଳନ ଅବସରରେ ଏହି କଲ୍ଲୋଳ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ବାସ୍ତବରେ ଆମେ ଏହି ମହାମ।।ରୀରେ ଶିଶୁମାନଙ୍କ ଜୀବନଶୈଳୀ ଓ ତାଙ୍କର ଭାବନା ଏସବୁ ସେମାନଙ୍କର ଦୈନନ୍ଦିନ ଜୀବନରେ ମଧ୍ୟ ଗୁରୁତ୍ୱ ବହନ କରିଥାଏ । ପିଲାମାନଙ୍କ ଠାରେ ଅପାର ଶକ୍ତି, ପ୍ରତିଭା ଏବଂ ସୃଜନଶୀଳତା ରହିଛି । ତେଣୁ ପିଲାମାନଙ୍କ କଥାକୁ ଶୁଣିବା ପାଇଁ ଆମକୁ ଉପାୟ ଖୋଜିବାକୁ ହେବ । ପିଲାମାନଙ୍କ ପାଇଁ ଆମର ଦାୟିତ୍ୱ ରହିଛି ଓ ଏନେଇ ପରିବାର ସଦସ୍ୟଙ୍କ ସହଯୋଗ ନିତ୍ୟାନ୍ତ ଆବଶ୍ୟକ ରହିଛି ।”

ମୋ ସ୍କୁଲ୍ ଅଭିଯାନର ମୁଖ୍ୟ ପରିଚାଳନା ଅଧିକାରୀ ଶ୍ରୀଯୁକ୍ତ ଅମରଜିତ୍ ଜେନା କହିଛନ୍ତି ଯେ, ପିଲାମାନଙ୍କ ଦ୍ୱାରା ଲେଖାଯାଇଥିବା ସ୍କ୍ରିପ୍ଟ ଗୁଡିକ ଅତ୍ୟନ୍ତ ଉଚ୍ଚ କୋଟିର । ଏହି ବୟସରେ ପିଲାମାନଙ୍କ ପାଠ ପଢା ସହିତ ଏ ପ୍ରକାର ସିନେମା ବନାଇବାର କଳା ସତରେ ପ୍ରଶଂସନୀୟ । ମୋ ସ୍କୁଲ୍ ପରିଚାଳନା ସଂଗଠନ ଯଥା ସମ୍ଭବ ପିଲାମାନଙ୍କର ଏହି ସୃଜନଶୀଳତା କାର୍ଯ୍ୟଗୁଡିକୁ ମୋ ସ୍କୁଲ୍ ଅଭିଯାନର ନେଟ୍‌ୱର୍କରେ ତଥା ସରକାରୀ ସ୍ତରରେ କିପରି ପ୍ରୋତ୍ସାହନ ଯୋଗାଇଦିଆଯାଇପାରିବ ସେନେଇ ଚେଷ୍ଟା କରିବୁ ।” ଏହି କାର୍ଯ୍ୟ ସୃଜନ

କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ନୀଳମାଧବ ପଣ୍ଡା ନିଜର ବକ୍ତବ୍ୟରେ କହିଛନ୍ତି ଯେ, “ଆମର ନିତ୍ୟ ଆବଶ୍ୟକୀୟ ପଦାର୍ଥ ତଥା ଖାଦ୍ୟ, ପୋଷାକ ଭଳି ପିଲାମାନଙ୍କର ଶାରିରୀକ ଓ ମାନସିକ ବୃଦ୍ଧି ପାଇଁ ସୃଜନଶୀଳତାକୁ ଗୁରୁତ୍ୱ ଦେବା ସେତିକି ମହତ୍ୱପୂର୍ଣ୍ଣ ଅଟେ । ଯାହାକି ଭବିଷ୍ୟତ ନାଗରିକ ନିର୍ମାଣରେ ସହାୟକ ହୋଇଥାଏ । ୟୁନିସେଫ୍ ଓଡିଶାକୁ ଧନ୍ୟବାଦ ଦେବି ସେ ପିଲାମାନଙ୍କ ପାଇଁ ଏସବୁ ଦିଗରେ ତତ୍ପରତାର ସହିତ କାର୍ଯ୍ୟ କରିଆସୁଛି ।”

ୟୁନିସେଫ୍ ଓଡିଶାର ଯୋଗାଯୋଗ ଓ ପାର୍ଟନର୍‌ସିପ୍ ବିଶେଷଜ୍ଞ ରାଧିକା ଶ୍ରୀ ବାସ୍ତବ ଆରମ୍ଭରୁ କାର୍ଯ୍ୟକ୍ରମରେ ଯୋଗଦେଇ ଉଦ୍‌ଘାଟନୀ ଉତ୍ସବକୁ ଆନୁଷ୍ଠାନିକ ଭାବେ ଆରମ୍ଭ କରିବା ସହ ପିଲାଙ୍କୁ ଉତ୍ସାହିତ କରିଥିଲେ ।

ଏହି ଅବସରରେ ଶ୍ରୀମତୀ ସ୍ନେହା ମିଶ୍ର କଲ୍ଲୋଳ-୨୦୨୦ର ରୂପରେଖ ପ୍ରକାଶ କରି କହିଥିଲେ ଯେ, “ଛୋଟ ଛୋଟ ପିଲାମାନଙ୍କୁ ନେଇ କାର୍ଯ୍ୟକରିବା ମଜାଦାର୍ ଅଟେ । ଏହି ବର୍ଷ ମଧ୍ୟ ଆମେ ଚିନ୍ତା କରିଥିଲୁ କିପରି କୋଭିଡ୍ କଟକଣା ସହିତ ପିଲାମାନଙ୍କୁ ଅନ୍‌ଲାଇନ୍‌ରେ ଯୋଗାଯୋଗ କରିହେବ । ଚିନ୍ତାରେ ଥିଲୁ ପିଲାଙ୍କ ବିନା କିପରି ଏ ବର୍ଷ କାର୍ଯ୍ୟକ୍ରମ ସଫଳ ହୋଇପାରିବ କିନ୍ତୁ ଶେଷରେ ଆମେ ବିଭିନ୍ନ ସ୍ଥାନରୁ ପାଖାପାଖି ୫୦୦ ପିଲାମାନଙ୍କ ପାଖରେ ପହଞ୍ଚି ପାରିଥିଲୁ । ଯେଉଁମାନେ ନିଜ ନିଜର ସ୍କ୍ରିପ୍ଟ୍ ଲେଖି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଏଥର ମୋ ସ୍କୁଲ୍ ଅଭିଯାନ, ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଏବଂ ରାଜ୍ୟ ଶିଶୁ କଲ୍ୟାଣ ସମାଜର ସହଯୋଗ ବିନା ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ସହଜ ହୋଇପାରିଛି । ଅନେକ ସମୟରେ ଆମେ ପିଲାମାନଙ୍କ କଥାକୁ ଅଣଦେଖା କରିଥାଉ କିନ୍ତୁ ପିଲାମାନେ ତାଙ୍କର କୋଭିଡ୍ ସମ୍ବନ୍ଧୀୟ ଭାବନାକୁ ଯେପରି ସ୍କ୍ରିପ୍ଟ ମାଧ୍ୟମରେ ପ୍ରକାଶ କରିଛନ୍ତି ଏହା ସତରେ ଆଶ୍ଚର୍ଯ୍ୟଜନକ ଥିଲା । ଉଡୁଥିବା ହାତୀର କାହାଣୀ ହେଉ ଅବା ଅନଲାଇନ୍ ଶ୍ରେଣୀର କାହାଣୀ କିମ୍ବା ସେମାନଙ୍କର ପ୍ରିୟଜନଙ୍କ ପାଖେରେ ନରହିବାର ଯନ୍ତ୍ରଣାର ଭାବନା । ଆମେ ହୁଏତ ସବୁ ପିଲାଙ୍କୁ ଶୁଣିପାରିନାହିୁଁ । ସେମାନଙ୍କ ମଧ୍ୟରୁ କିଛି ସ୍କ୍ରିପ୍ଟ୍‌କୁ ଚୟନ କରାଯାଇ ଚଳଚ୍ଚିତ୍ର ଓ ରେଡିଓ ବିଜ୍ଞାପନ ନିର୍ମାଣ କରାଯାଇଛି । ମୁଁ ଆଶାବାଦୀ କି ଯେଉଁମାନେ ଏଠାରେ ପ୍ରଦର୍ଶିତ କରାଯାଇଥିବା ଚଳଚ୍ଚିତ୍ର ଗୁଡିକୁ ଦେଖିବେ, ଅନ୍ତତଃ ସେମାନେ ବୁଝିପାରିବେ କି ପିଲାମାନେ ପ୍ରକାଶ କରୁଥିବା ଭାବନାକୁ ଆମେ ଶୁଣିବା କେତେ ଗୁରୁତ୍ୱ ବହନ କରେ ।”

ମୁଖ୍ୟ ଅତିଥି ଭାବରେ ଓଡିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗର ମୁଖ୍ୟ ସଚିବ ଶ୍ରୀମତି ଅନୁ ଗର୍ଗ ଓ ଚଳଚ୍ଚିତ୍ର ନିର୍ଦ୍ଦେଶକ ଓ ପ୍ରଯୋଜକ ପଦ୍ମଶ୍ରୀ ନୀଳ ମାଧବ ପଣ୍ଡା, ୟୁନିସେଫ୍ ଓଡିଶାର ମୁଖ୍ୟ ଡକ୍ଟର ମୋନିକା ଓ. ନିଲସନ୍‌, ୟୁନିସେଫ୍ ଓଡିଶାର ଯୋଗାଯୋଗ ଓ ପାର୍ଟନର୍‌ସିପ୍ ବିଶେଷଜ୍ଞ ରାଧିକା ଶ୍ରୀ ବାସ୍ତବ, ଆଇନାର ସମ୍ପାଦିକା ଶ୍ରୀମତୀ ସ୍ନେହା ମିଶ୍ର, ମୋ ସ୍କୁଲ୍ ଅଭିଯାନର ମୁଖ୍ୟ ପରିଚାଳନା ଅଧିକାରୀ ଶ୍ରୀଯୁକ୍ତ ଅମରଜିତ୍ ଜେନା ପ୍ରମୁଖ ଏହି ଉଦ୍‌ଘାଟନୀ ଉତ୍ସବରେ ଉପସ୍ଥିତ ଥିଲେ ।

ଏହି ଅବସରରେ ମୁଖ୍ୟ ଅତିଥିଙ୍କ ସମେତ ପୁର୍ବରୁ ଆଇନା ଦ୍ୱାରା ଆୟାଜିତ ଏକ କାର୍ଯ୍ୟଶାଳାରେ ଭାଗ ନେଇଥିବା ଶିଶୁ ପ୍ରତିଭା ଶୁଭମ୍ ସାହୁ ଓ ଚୁମ୍‌କି ଉପସ୍ଥିତ ରହି ନିଜର ଅନୁଭୂତି ପ୍ରକାଶ କରିଥିଲେ । ସେମାନଙ୍କ ମଧ୍ୟରୁ କାର୍ଯ୍ୟଶାଳାରେ କୋରାପୁଟର ଭାଗ ନେଇଥିବା ଛାତ୍ରୀ ପିଙ୍କି ନାୟକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

ପୃଷ୍ଠଭୂମି: ପିଲାମାନଙ୍କ ଅଧିକାର ସମ୍ବନ୍ଧିତ ବିଷୟକୁ ଚଳଚ୍ଚିତ୍ର ମାଧ୍ୟମରେ ପିଲାମାନଙ୍କ ଚିନ୍ତନ ଶକ୍ତି ର ବୃଦ୍ଧି ପାଇଁ କଲ୍ଳୋଳ ଏକ ପ୍ଲାଟ୍‌ଫର୍ମ । ଯାହାକି ବିଗତ ୬ ବର୍ଷ ଧରି ଏହି ପ୍ରୟାସ ଜାରି ରଖିଛି । ୟୁନିସେଫ୍ ଓଡିଶା ପକ୍ଷରୁ ରାଜ୍ୟରେ ଥିବା ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆଇନାର ସହଭାଗୀତାେରେ ୨୦୧୫ ମସିହାରେ ଶିଶୁ ଅଧିକାର ସମ୍ପର୍କିତ ଏକ ବାର୍ଷିକ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରତିଯୋଗିତା କଲ୍ଲୋଳର ଶୁଭାରମ୍ଭ କରାଯାଇଥିଲା । ବିଗତ ପାଞ୍ଚଟି ସଂସ୍କରଣରେ ଥିବା ବିଷୟବସ୍ତୁଗୁଡିକ ହେଲା- ଶିଶୁମାନଙ୍କ ଉପରେ ହେଉଥିବା ହିଂସା ପରିସମାପ୍ତି, ଝିଅମାନଙ୍କ କ୍ଷେତ୍ରରେ ଲିଙ୍ଗଗତ ଭେଦଭାବର ପରିସମାପ୍ତି, ଶିଶୁମାନଙ୍କ ଉପରେ ହେଉଥିବା ହିଂସା ପରିସମାପ୍ତି, ବିଚାରଧାରାରେ ପରିବର୍ତନ, ଜଳ ଏବଂ ଶିଶୁ । ପ୍ରତିଯୋଗିତାରେ ଭାଗ ନେବାକୁ ଥିବା ସମସ୍ତ ଚଳଚ୍ଚିତ୍ର ୩୦, ୬୦ ଏବଂ ୯୦ ସେକେଣ୍ଡର ଅବଧି ବିଶିଷ୍ଟ ଲୋକ ସେବା ବିଜ୍ଞାପନ ଶ୍ରେଣୀର ଅଟେ ଏବଂ ଚଳଚ୍ଚିତ୍ର ନିର୍ମାତାଙ୍କ ଦ୍ୱାରା ନିଶୁଳ୍କ ଭାବରେ ନିର୍ମାଣ କରାଯାଇଥାଏ । ବାର୍ଷିକ ୫ଟି ଶ୍ରେଷ୍ଠ ଚଳଚ୍ଚିତ୍ରକୁ ପୁରସ୍କୃତ କରାଯାଇଥାଏ । ପୁର୍ବରୁ ଅଂଶଗ୍ରହଣ କରିଥିବା ସନେମାଗୁଡିକୁ ବର୍ତମାନ ପର୍ଯ୍ୟନ୍ତ ୩ ଲକ୍ଷରୁ ଅଧିକ ଦର୍ଶକ ଦେଖି ସାରିଛନ୍ତି । ରାଜ୍ୟର ୧୫ ଟି ଜିଲ୍ଲାରୁ ପିଲାମାନଙ୍କୁ ନେଇ ବିଭିନ୍ନ ବିଷୟରେ ୨୦୦ ଜଣ ଚଳଚ୍ଚିତ୍ର ନିର୍ମାତା ସେମାନଙ୍କର ୨୪୦ ଚଳଚ୍ଚିତ୍ର ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିସାରିଛନ୍ତି । କୋଭିଡ୍‌୧୯ କୁ ଆଖି ଆଗରେ ରଖି ପିଲାମାନଙ୍କୁ ନେଇ ସ୍କ୍ରିପ୍ଟ ଲେଖିବାର କୈାଶଳ ବିଷୟରେ କାର୍ଯ୍ୟଶାଳା ଆୟୋଜନ କରିବ । ଏହି ବର୍ଷ ଅଂଶଗ୍ରହଣ କରିଥିବା ଚଳଚ୍ଚିତ୍ରର ବିଷୟବସ୍ତୁ ଗୁଡିକୁ ନଭେମ୍ବର ୨୦ ତାରିଖରେ ବିଶ୍ୱ ଶିଶୁ ଦିବସ ଅବସରରେ ପ୍ରଦର୍ଶନ କରାଯିବ ।

ଅଧିକ ସୂଚନା ପାଇଁ ଯୋଗାଯୋଗ କରନ୍ତୁ-
ରାଧିକା ଶ୍ରୀ ବାସ୍ତବ- ବିକାଶ ନିମନ୍ତେ ଯୋଗାଯୋଗ ବିଶେଷଜ୍ଞ, ୟୁନିସେଫ୍ ଓଡିଶା

ଦୂରଭାଷ:୯୮୭୧୭୧୦୬୪୬ ଇମେଲ୍‌:କ୍ସବଗ୍ଦକ୍ସସଙ୍ଖବଗ୍ଦଗ୍ଧବଙ୍ଖବଅଙ୍କଦ୍ଭସମରଲ.କ୍ଟକ୍ସଶ
ଶ୍ରୀମତୀ ସ୍ମ୍ରିତି ମହାନ୍ତି, କାର୍ଯ୍ୟକ୍ରମ ପ୍ରବନ୍ଧକ, ଆଇନା
ଦୂରଭାଷ:୮୮୯୫୨୧୪୨୮୬
ଇମେଲ୍‌:କବକ୍ଷକ୍ଷକ୍ଟକ୍ଷବଅବବସଦ୍ଭବ.କ୍ଟକ୍ସଶ.ସଦ୍ଭ

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here