ମୟୁରଭଞ୍ଜ ରେ ଧାନ କିଣାରେ କେଳେଙ୍କାରୀ।

ମୟୁରଭଞ୍ଜ : ରାଜ୍ୟରେ ଧାନ କିଣାକୁ ନେଇ ବିବାଦ ଓ ଅଭିଯୋଗ ଲାଗି ରହିଛି। ଏବେ ମୟୁରଭଞ୍ଜ ଜିଲ୍ଲାରେ ଧାନ କିଣିଲା ବେଳେ ରିମୋଟ କଣ୍ଟ୍ରୋଲ କରୁଛି କଣ୍ଟା। ଏ ନେଇ ସାରସକଣା ପଞ୍ଚାୟତର ଯୋକା ଦାନାଦର ଗ୍ରାମରେ ଏଭଳି କେଳେଙ୍କାରୀ ଅଭିଯୋଗ ହୋଇଛି। ଚନ୍ଦ୍ର ପ୍ରସାଦ ବେହେରାଙ୍କ ଘରୁ ବେପାରୀ ଧାନ ନେବା ପାଇଁ ପହଞ୍ଚି ଥିଲା। ତେବେ ଉକ୍ତ ବେପାରୀ ଜଣଙ୍କ ଗୋଟିଏ ଅଖା ୭୩ କିଲୋ ହେଲା ପରେ ଅନ୍ୟଟି ହଠାତ ୬୩, ୫୩ କିଲୋ ହେବାରୁ ଚାଷୀଙ୍କ ସନ୍ଦେହ ବଢିଲା। ଓଜନରେ ହେରଫେର ହୋଇଥିବା ଉପରେ ଯୋକା ଉପର ବେଡାର ରାଜୀବଲୋଚନ ମହାନ୍ତ, ଖେରଣାର ଚନ୍ଦନ ସାହୁଙ୍କୁ ସ୍ଥାନୀୟ ଲୋକ ମାରପିଟ କରିଥିଲେ। ଏ ନେଇ ଝାରପୋଖରୀଆ ଥାନାରେ କୌଣସି ମାମଲା ରୁଜୁ ହୋଇ ନଥିବା ସୂଚନା ରହିଛି। ତେବେ ଗ୍ରାମବାସୀ ଓ ଚାଷୀଙ୍କୁ କ୍ଷତି ପୂରଣ ଦେବାରୁ ଗାଁ ଲୋକେ ସେମାନଙ୍କୁ ଛାଡି ଦେଇଥିଲେ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here