ଆମେରିକା ଏକ ମଲ୍‌ରେ ଗୁଳିକାଣ୍ଡ : ୮ ଗୁରୁତର

ଆମେରିକା : ଯୁକ୍ତରାଷ୍ଟ୍ର ଆମେରିକାର ମିଲ୍‌ଓ୍ଵାକି ଉପନଗରରେ ଥିବା ଏକ ମଲ୍‌ରେ ଗୁଳିକାଣ୍ଡ ଯୋଗୁଁ ଆଠଜଣ ବ୍ୟକ୍ତି ଆହତ ହୋଇଛନ୍ତି ଏବଂ ସନ୍ଦିଗ୍ଧ ବନ୍ଧୁକଧାରୀ ଫେରାର ହୋଇଯାଇଥିବା କଥା ଓ୍ଵିସ୍‌କନ୍‌ସନ୍‌ ପୁଲିସ କହିଛି।   ଆକ୍ରମଣକାରୀ କିଏ ଏବଂ ସେ କାହିଁପାଇଁ ଏଭଳି କାଣ୍ଡ କରିଛି ପୋଲିସ ଏପର୍ଯ୍ୟନ୍ତ ତଥ୍ୟ ହାସଲ କରିବାରେ ସଫଳ ହୋଇପାରି ନାହିଁ।

ସ୍ଥାନୀୟ ମେୟର ଡେନିସ ମ୍ୟାକବ୍ରାଇଡ ଅନୁସାରେ ୱିସ୍କନସିନର ମିଲୱାକିର ମେଫିଲ୍ଡ ଶପିଂ ମଲରେ ଅତର୍କିତ ଭାବେ ଦୁର୍ବୃତ୍ତମାନେ ଗୁଳିମାଡ଼ କରିଥିଲେ । ଏହି ଘଟଣାରେ ଏପର୍ଯ୍ୟନ୍ତ ୮ ଜଣ ଗୁରୁତର ହୋଇଛନ୍ତି । ମାତ୍ର ଗୁଳିମାଡ଼ରେ କାହାରି ମୃତ୍ୟୁ ହୋଇନାହିଁ । 


ଗୁଳିମାଡ଼ ସଂପର୍କିତ ସୂଚନା ମିଳିବା ପରେ ପୋଲିସ ସଂପୃକ୍ତ ଅଂଚଳରକୁ ଘେରାବନ୍ଦୀ କରିଛି । ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିବା ଏକ ଭିଡିଓରେ ଦେଖାଯାଉଛି ଯେ, ଗୁଳିମାଡ଼ରେ ଆହତ ଲୋକଙ୍କୁ ଷ୍ଟ୍ରେଚରରେ ମଲରୁ ବାହାର କରାଯାଉଛି । 

ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ବହୁ ସଂଖ୍ୟାରେ ପୋଲିସ ମୁତୟନ ହୋଇଛନ୍ତି । ପ୍ରତକ୍ଷ୍ୟଦର୍ଶୀଙ୍କ କହିବା ଅନୁସାରେ ଗୁଳିମାଡ଼ ଶବ୍ଦ ଶୁଣି ଲୋକେ ବାହାରକୁ ଆସିଥିଲେ । ଦୋକାନୀମାନେ ମଧ୍ୟ ନିଜର ଦୋକାନଗୁଡ଼ିକୁ ବନ୍ଦ କରିଦେଇଥିଲେ । କିନ୍ତୁ ସମସ୍ତେ ସୁରକ୍ଷିତ । ପ୍ରାୟ ୧୫ ରାଉଣ୍ଡ ଗୁଳି ଫୁଟିଥିବା ଜଣେ ବ୍ୟକ୍ତି ଗଣମାଧ୍ୟମକୁ କହିଛନ୍ତି । ପୋଲିସ ସିସିଟିଭି ଫୁଟେଜ ଆଧାରରେ ଘଟଣାର ଛାନଭିନ କରୁଛି । 

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here