ଝାରସୁଗୁଡ଼ା ରେ ଛଟ୍ ପୂଜା ସମୟରେ ୧୪୪ ଧାରା ଉଲଂଘନ କରିବାରୁ ୪୬ ଜଣ ହୋଇଛନ୍ତି ଗିରଫ।

ଝାରସୁଗୁଡ଼ା :  ବିହାର ସମ୍ପ୍ରଦାୟର ପର୍ବ ଛଟ୍ ପୂଜା ଆରମ୍ଭ ହୋଇ ଯାଇଛି। ପୂର୍ବରୁ କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ କଟକଣା ଲଗାଇଥିଲେ। ଝାରସୁଗୁଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ଛଟ୍ ପୂଜା ବହୁଳ ଭାବରେ ପାଳନ କରାଯାଉଥିବାରୁ ଓ ନଦୀ ଓ ପୋଖରୀରେ ହଜାର ହଜାର ଲୋକ ଏକତ୍ରିତ ହେଉଥିବାରୁ ଜିଲ୍ଲା ପ୍ରଶାସନ ଆଗୁଆ ପଦକ୍ଷେପ ନେଇଥିଲେ। ସମସ୍ତ ପୋଖରୀ, ନାଳ ଓ ନଦୀ ଅଞ୍ଚଳରେ ୧୪୪ ଧାରା ଲାଗୁ କରିଥିଲେ। ତେବେ ପ୍ରଶାସନର ଏତେ କଡା କଟକଣା ସତ୍ତ୍ୱେ କିଛି ସ୍ଥାନରେ ଲୋକ ଏକତ୍ରିତ ହୋଇଥିଲେ। ତେବେ ଆଇନ ଭାଙ୍ଗି ଥିବା ଅଭିଯୋଗ ରେ ପୋଲିସ ୪୬ ଜଣଙ୍କ ଗିରଫ କରିଥିବା ସୂଚନା ମିଳିଛି। ପ୍ରଥମେ ୫ ଜଣ ଲେଖାଏଁ ଯିବାକୁ ଅନୁମତି ଦିଆଯାଇଥିବା ବେଳେ ପରେ ଘାଟ ଗୁଡିକରେ ସମ୍ପୂର୍ଣ୍ଣ କଟକଣା କରାଯାଇ ସେହି ଅଞ୍ଚଳରେ ଯାତୟତ ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ମାତ୍ର ଚୌକିପଡା ପୋଖରୀରେ ପ୍ରବଳ ଜନଗହଳି ହୋଇ ଥିବା ବେଳେ ବହୁ ସଂଖ୍ୟାରେ ଲୋକ ସମାଗମ ହୋଇଥିଲା।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here