୨୦୨୨ ମସିହାରେ ପରଦାକୁ ଆସିବ ଫିଲ୍ମ ‘ଆଦିପୁରୁଷ’

ବାହୁବଳୀ ଷ୍ଟାର୍ ପ୍ରଭାସଙ୍କ ଆଗାମୀ ଫିଲ୍ମ ‘ଆଦିପୁରୁଷ’କୁ ନେଇ ଚର୍ଚ୍ଚା ଲାଗିରହିଛି। ତେବେ ଏହାରି ଭିତରେ ଫିଲ୍ମର ରିଲିଜ୍ ତାରିଖ ଘୋଷଣା ହୋଇଛି। ୨୦୨୨ ମସିହାରେ ଫିଲ୍ମ ‘ଆଦିପୁରୁଷ’ ପରଦା ଉପରକୁ ଆସିବ। ଏନେଇ ପ୍ରଭାସ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ସୂଚନା ଦେଇଛନ୍ତି।

ଫିଲ୍ମଟି ୨୦୨୨ ମସିହା ଅଗଷ୍ଟ ୧୧ ତାରିଖରେ ରିଲିଜ୍ ହେବ ବୋଲି ପ୍ରଭାସ ଲେଖିଛନ୍ତି। ଏହି ଫିଲ୍ମ ପୌରାଣିକ ଗ୍ରନ୍ଥ ରାମାୟଣର କଥାବସ୍ତୁକୁ ନେଇ ତିଆରି ହୋଇଛି। 

ଏହି ଫିଲ୍ମରେ ପ୍ରଭାସ ରାମଙ୍କ ଭୂମିକାରେ ଅଭିନୟ କରୁଥିବା ବେଳେ ସୈଫ୍ ଅଲ୍ଲୀ ଖାନ୍ ରାବଣ ଭୂମିକାରେ ନଜର ଆସିବେ। କିନ୍ତୁ ଫିଲ୍ମର ନାୟିକା କିଏ ହେବେ ସେନେଇ କୌଣସି ସୂଚନା ମିଳିନାହିଁ। ତେବେ କୀର୍ତ୍ତି ସୁରେଶ ଏଥିରେ ସୀତା ଭୂମିକାରେ ଅଭିନୟ କରୁଥିବା ଶୁଣିବାକୁ ମିଳୁଛି।

ଆଦିପୁରୁଷ ଫିଲ୍ମକୁ ମେଗା ବଜେଟ୍ ଫିଲ୍ମ ବୋଲି କୁହାଯାଉଛି। ଓମ୍ ରାଉତ ଫିଲ୍ମର  ନିର୍ଦ୍ଦେଶନା ଭାର ସମ୍ଭାଳୁଥିବା ବେଳେ ଟି-ସିରିଜ୍‌ର ଭୂଷଣ କୁମାର ପ୍ରଯୋଜନା ଦାୟିତ୍ଵରେ ଅଛନ୍ତି। ଏହି ଫିଲ୍ମ ପାଇଁ ୩୫୦ରୁ ୪୦୦ କୋଟି ଟଙ୍କା ଖର୍ଚ୍ଚ ହେଉଥିବା ଶୁଣିବାକୁ ମିଳୁଛି। ଫିଲ୍ମଟି ହିନ୍ଦୀ ସମେତ ତାମିଲ, ତେଲୁଗୁ, କନ୍ନଡ଼ ଓ ମାଲୟାଲମ ଭାଷାରେ ରିଲିଜ୍ ହେବ ବୋଲି ଜଣାପଡ଼ିଛି।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here