ସରକାରୀ ଜମିରୁ ମାଟି ଉଠାଇ ଇଟା ତିଆରି କରିବା ଘଟଣା ଗ୍ରାମ ବାସିଙ୍କୁ ଚକିତ କରିଛି, ପ୍ରଶାସନ ନିରବ I ପଟ୍ଟାମୁଣ୍ଡାଇ

ପଟ୍ଟାମୁଣ୍ଡାଇ: ସରକାରୀ ଜମିରୁ ମାଟି ଉଠାଇ ଇଟା ତିଆରି କରିବା ଘଟଣା ଗ୍ରାମ ବାସିଙ୍କୁ ଚକିତ କରିଛି, ପ୍ରଶାସନ ନିରବପଟ୍ଟାମୁଣ୍ଡାଇ ତହସିଲ ଅଞ୍ଚଳରେ ଥିବା ବିଭିନ୍ନ ସରକାରୀ ଜମି ଦଣ୍ଡା ,ଅନାବାଦୀ,ଗୋଚର ଜାଗାରୁ ମାଟି ଖୋଳିନେଇ ଇଟା ନିର୍ମାଣ କରିବା ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି। ବିଶେଷ କରି ପଟ୍ଟାମୁଣ୍ଡାଇ ପୌରାଞ୍ଚଳର ୧୬ ଓ ୧୭ ନମ୍ବର ଓ୍ବାଡ ମାଟିଆ ମୌଜାରେ ଥିବା ମାଟିଆ ପାଳ ୩୨ ଏକର ବିଶିଷ୍ଟ ସରକାରୀ ଜମିରୁ ଇଟା ମାଫିଆ ମାନେ ଅହରହ ମାଟି ଉଠାଇ ଚାଲିଛନ୍ତି।ଅନ୍ୟପକ୍ଷରେ ୨୦୧୩ ମସିହାରେ ପଟ୍ଟାମୁଣ୍ଡାଇ ପୌରପରିଷଦର ମାତ୍ର ୪୦ ଡେସମିଲ ଜାଗାରେ ଡ଼ମ୍ପିଙ୍ଗୟାଡ ନିର୍ମାଣକୁ ଗ୍ରାମ ବାସୀ ବିରୋଧ କରି କରାଇ ଦେଇ ନଥିଲେ। ମାତ୍ର କିଛି ଅସାଧୁ, ମୁନଫାଖୋର ବ୍ୟବସାୟି ଗ୍ରାମବାସୀଙ୍କୁ ହାତକରି ଗୋବରିନଦୀ ପଠା ଓ ସରକାରୀ ଜମି ରୁ ମାଟି ଖୋଳିନେବା ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି। ଏପରି ସ୍ଥଳେ ପଟ୍ଟାମୁଣ୍ଡାଇ ତହସିଲଦାର ଓ ପୌରକର୍ତ୍ତୁପକ୍ଷ ନିରବଦ୍ରଷ୍ଟା ସାଜିଥିବା ଜନସାଧାରଣଙ୍କୁ ବ୍ୟଥିତ କରିଛି। ଇଟା ମାଫଫିଆ ମାନେ ଜେସିବୀରେ ମାଟି ଖଳି ଟ୍ରାକ୍ଟର ରେ ଉଠାଇ ନେଉଛନ୍ତି। ଫଳରେ ୩୨ ଏକର ବିଶିଷ୍ଟ ମାଟିଆପାଳର ସୌନ୍ଦର୍ଯ୍ୟ ପରିବର୍ତ୍ତନ ହେବାରେ ଲାଗିଛି। ମାଟିଆପାଳରେ ଇଟା ପୋଡିବା ଦ୍ବରା ଉକ୍ତଟ ଧୂଆଁରେ ତାତନା,ଅଠରବାଟିଆ,ଆମ୍ବେର,ଖଡିଅଣ୍ଟା, ବକ୍ତାରପୁର, ଛାଉଣୀ, ଅରଡା, ମାଟିଆପାଳ ଓ ଚାହାପଡା ପ୍ରଭୃତି ଅଞ୍ଚଳରେ  ବ୍ୟାପକ ଫସଲ ନଷ୍ଟ ହେଉଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।ସେହିପରି ଖଡିଅଣ୍ଟା ଶାଖା କେନାଲରେ ଜଣେ ଇଟା ବେପାରୀ ମାଟି ଜମା କରିଦେଇଥିବାରୁ ଚାଷ ଜମିକୁ ପାଣି ଯାଇପାରୁ ନଥିବାରୁ ଚାଷୀମାନେ ଅଭିଯୋଗ କରିଛନ୍ତି।ସ୍ଥାନୀୟ ଜଳସମ୍ପଦ ବିଭାଗ କେନାଲ ବନ୍ଦଥିବା ସମ୍ପର୍କରେ ଅବଗତ ଥିଲେ ମଧ୍ୟ କୌଣସି ପଦେକ୍ଷପ ଗ୍ରହଣ କରୁନଥିବାରୁ ଧାନ ଜମିସୁଖୀ ଫାଟି ଗଲାଣି। ଏ ସମ୍ପର୍କରେ ରାଜସ୍ବ ଓ ଜଳସମ୍ପଦ ବିଭାଗ ତୁରନ୍ତ ସଠିକ ପଦେକ୍ଷପ ଗ୍ରହଣ ନକଲେ ସାଧାରଣ ଲୋକ ନାନା ସମସ୍ୟା ଭୋଗ କରିବେ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । ଏ ସମ୍ପର୍କରେ ପଟ୍ଟାମୁଣ୍ଡାଇ ତହସିଲଦାର ସରତ କୁମାର ଗିରିଙ୍କୁ ଯୋଗାଯୋଗ କରିବାରେ ଇଟା ମାଫିଆ ମାନେ ସରକାରୀ ଜାଗା ଜମିରୁ ମାଟି ଉଠାଇ ପାରିବେ ନାହିଁ । ମାଟି ଉଠାଇବା ନେଇ ତଦନ୍ତ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ତହସିଲଦାର ଗିରି କହିଛନ୍ତି।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here