କେନ୍ଦ୍ରାପଡା: ଆଗକୁ ଆସୁଛି ମହାଶିବରାତ୍ରି ବା ବଡଓଶା । ଏହି ବଡ ଓଶାରେ ପ୍ରଭୁ ଶିବଙ୍କୁ ପୂଜା ଅର୍ଚ୍ଚନା କରାଯାଇଥାଏ । ନଭେମ୍ବର ମାସ ୨୮ ତାରିଖ ଶନିବାର ଦିନ ବଡଓଶା ପଡୁଥିବା ବେଳେ ୩୦ ତାରିଖରେ ପଡୁଛି ପୂର୍ଣ୍ଣିମୀ ୩୦ତାରିଖ ଦିନ ବଢି ଭୋରୁ ଭୋରୁ ଆ-କା-ମା-ବୋଇ ପାନ-ଗୁଆ-ଥୋଇ ମାସକ ଧରମ ତୋର, ଦିନକ ଧରମ ମୋର ଏବଂ ଶିବଙ୍କ ଆଶିଶ ସବୁମୋର ବି କେହି କେହି କହି ଶଂଖ, ହୁଳହୁଳି ଆତସବାଜୀ ଶଦ୍ଧରେ ନଦୀ, ନାଳ ଗାଡିଆ, ପୋଖରୀରେ ସୁନ୍ଦର ସୁନ୍ଦର ରଂଗ ବେରଂଗର ଡଂଗୀ ଭଷାଇବା ସହିତ ବୁଡ ପକାଇଥାନ୍ତି । ସେହି ସଂସ୍କୃତି ଓ ପରମ୍ପରାକୁ ମନେ ରଖିବା ପାଇଁ ଏହି ବଡ ଓଶା ବା ଡଂଗି ଭାଷା କାର୍ଯ୍ୟ ପାଳନ କରାଯାଇଥାଏ । ଆଗପଡେ ବଡଓଶା ଏବଂ ପରେ ପଡେ କାର୍ତ୍ତିକ ପୂର୍ଣ୍ଣିମୀ ତାପରେ ସେହିଦିନ ଡଂଗିଭଷା କାର୍ଯ୍ୟ ସମ୍ପାଦନ ହୋଇଥାଏ । ଏହି କାର୍ତ୍ତିକ ମାସରେ ଗାଁ ଗଣ୍ଡା ପୁର ପଲ୍ଲୀଠାରୁ ଆରମ୍ଭ କରି ସହର, ବଜାର ସବୁଠୀ ସବୁଠି ଏବଂ ସବୁ ଶୈବପୀଠ ବା ଶିବ ମନ୍ଦିର ମାନଙ୍କରେ ତିନିଲୋକର ପତି ପ୍ରଭୁ ତ୍ରୌଲୋକ୍ୟ ପତି ଶିବଙ୍କୁ ବହୁ ଜାକଜମକ ବା ଧୂମ୍ ଧାମରେ ପୂଜା ଅର୍ଚ୍ଚନା କରାଯାଇଥାଏ । କାର୍ତ୍ତିକ ମାସ ଆରମ୍ଭରୁ ଶୋଲ ନିର୍ମିତ ଡଂଗି ବିକାଳୀ କାରୀଗର ମାନେ ଏବେଠାରୁ କଞ୍ଚା ଶୋଲ ସଂଗ୍ରହ କରି, ସେ ସବୁକୁ ଶୁଖାଇ ତାର ଚୋପା ଛେଲି ବିଭିନ୍ନ ରଂଗ ବେରଂଗର ଛୋଟବଡ ଡଙ୍ଗା ସାଂଗକୁ ସାଧବ ପୁଅଙ୍କ ମେଲାଣୀ ବୋଇତ ସଦୃଶ୍ୟ ଶୋଲ, ଖରିକା ଓ ବାଉଁଶ କାଠୀରେ ବିଭିନ୍ନ ପ୍ରକାର ରଂଗଦେଇ ତିଆରି କରିବାରେ ଲାଗି ପଡିଛନ୍ତି ଅନେକ ଛୋଟବଡ କରିଗର ମାନେ । ସେହିଭଳି କିଛି ସଂମ୍ପ୍ରଦାୟର କାରୀଗର ଲୋକମାନଙ୍କୁ ଆମେ ଭେଟିଥିଲୁ ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ବ୍ଲକ୍ ଅନ୍ତର୍ଗତ ଭୂତୁ ମୁଣ୍ଡାଇ ଗ୍ରାମର ଧୀରେନ୍ଦ୍ର ମଲ୍ଲିକ୍ ଏବଂ ତାଙ୍କ ପତ୍ନୀ ବିଦୁଲତା ମଲ୍ଲିକ ଏବଂ ତାଙ୍କ ଦୁଇ ଝିଅ ସୁପ୍ରଭା ମଲ୍ଲିକ,ଦୌପତି ମଲ୍ଲିକ ଏବଂ ତାଙ୍କ ପୁଅ ରତ୍ନାକର ମଲ୍ଲିକଙ୍କୁ । ଆମ ରଜ୍ୟ ଓଡିଶାର କଳା ସଂସ୍କୃତିକୁ ଉଜିବିତ୍ ଏବଂ ବଞ୍ଚାଇ ରଖିଥିବା ଏହି ଛୋଟ ବଡ କରୀଗର ବା ସ ପରିବାରଙ୍କର ଜୀବନ୍ତ, ମନମୁଗ୍ଧ, ଯାଦୁକାରୀ ହାତର ସ୍ପର୍ଶରେ କଳା ଚାତୁରୀ ସତେ ଯେମିତି ଲୋକମାନଙ୍କ ମନକୁ କିଣି ନେଉଥାଏ ବା ମନ ଭିତରେ ଶ୍ରୀହରଣ ଖେଳାଇ ଦେବା ଭଳି କଳାକାର ବା ଶିଳ୍ପୀର ନିର୍ମାଣ ଶୈଳି ଏବଂ କଳାକୃର୍ତ୍ତୀରେ ସମସ୍ତଙ୍କ ମନକୁ ଜିଣି ପାରିଥିବା ଏବଂ ଓଡିଶା ମାଟିର ସେହି କଳା ସଂସ୍କୃତିକୁ ବଞ୍ଚାଇ ରଖିଥିବା ଲୋକ ମାନଙ୍କୁ ସିଧାସଳଖ ଆମେ ଭେଟିବା ଆଉ ସେମାନଙ୍କୁ ପଚାରୀ ବୁଝିବା କେମିତି ସେମାନେ ତିଆରୀ କରୁଛନ୍ତି ଏତେ ସୁନ୍ଦର ସୁନ୍ଦର ରଂଗ ବେରଂଗର ଡଙ୍ଗା । ଆଉ କୋଉଠୁ ଆଣୁଛନ୍ତି ସେହି କଞ୍ଚା ମାଲ୍ ସବୁ । ତେବେ ଚାଲନ୍ତୁ ନା ଦେଖିବା ଏବଂ ଶୁଣିବା କଣ ପ୍ରତିକ୍ରିୟା ସେମାନେ ରଖୁଛନ୍ତି ଗଣମାଧ୍ୟମ ଆଗରେ ।
କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ଓଡିଶା 1ଟିଭି ।