ସିବିଆଇ ତଦନ୍ତ ପାଇଁ ରାଜ୍ୟ ସରକାରଙ୍କ ଅନୁମତି ବାଧ୍ୟତାମୂଳକ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ସିବିଆଇ ତଦନ୍ତ ପାଇଁ ରାଜ୍ୟ ସରକାରଙ୍କ ଅନୁମତି ବାଧ୍ୟତାମୂଳକ। କୌଣସି ରାଜ୍ୟରେ ରାଜ୍ୟ ସରକାରଙ୍କ ବିନା ଅନୁମତିରେ ସିବିଆଇ ତଦନ୍ତ କରି ପାରିବ ନାହିଁ। ଏପରିକି କେନ୍ଦ୍ର ସରକାର ମଧ୍ୟ ସିବିଆଇକୁ ନିର୍ଦ୍ଦେଶ ଦେଇ ପାରିବ ନାହିଁ। କୌଣସି ରାଜ୍ୟକୁ ସିବିଆଇ ତଦନ୍ତ କରିବାକୁ ଯିବାକୁ ହେଲେ ଉକ୍ତ ରାଜ୍ୟ ସରକାରଙ୍କ ଅନୁମତି ନିହାତି ଜରୁରୀ ବୋଲି ଆଜି ସୁପ୍ରିମକୋର୍ଟ ପକ୍ଷରୁ ଶୁଣାଣି ହୋଇଛି। 

ଖବର ମୁତାବକ, ସିବିଆଇ ଦିଲ୍ଲୀ ସ୍ପେଶାଲ ପୋଲିସ ଏଷ୍ଟାବ୍ଲିଶମେଣ୍ଟ ଆକ୍ଟ ୧୯୪୬ ଅଧିନରେ ପରିଚାଳିତ ହେଉଛି। ଏଥିରେ ଦର୍ଶାଯାଇଛି ଯେ, କୌଣସି ଘଟଣାର ତଦନ୍ତ କରିବା ପୂର୍ବରୁ ଉକ୍ତ ଘଟଣା ଘଟିଥିବା ରାଜ୍ୟର ରାଜ୍ୟ ସରକାରଙ୍କ ଅନୁମତି ନିହାତି ଜରୁରୀ। କିନ୍ତୁ କେନ୍ଦ୍ର ଓ ରାଜ୍ୟ ସରକାର ଉଭୟଙ୍କ କ୍ଷମତା ଥିବାରୁ ପୋଲିସ ରାଜ୍ୟ ସରକାରଙ୍କ ଅଧିନରେ ରହିଛି। ତେଣୁ ରାଜ୍ୟରେ କୌଣସି ମାମଲାର ତଦନ୍ତ ପ୍ରଥମେ ପୋଲିସ ଦ୍ୱାରା କରାଯାଏ। ହେଲେ, ଯେଉଁ ମାମଲାର ତଦନ୍ତ ପୋଲିସ ଦ୍ୱାରା ହୋଇ ପାରେ ନାହିଁ, ବା ମାମଲା ଜଟିଳ ଥାଏ, ତାହାଲେ କେନ୍ଦ୍ର ସରକାର ସିବିଆଇ ତଦନ୍ତର ଅନୁମତି ଦିଅନ୍ତି।

କିଛି ଦିନ ଧରି କେନ୍ଦ୍ର ସରକାରଙ୍କ ସିବିଆଇ ତଦନ୍ତର ଅନୁମତି ଉପରେ ଅନେକ ରାଜ୍ୟ ସରକାର ଅଭିଯୋଗ ଆଣୁଛନ୍ତି ଯେ, କେନ୍ଦ୍ର କେନ୍ଦ୍ର ସରକାର ନିଜର ସ୍ୱାର୍ଥ ହାସଲ ପାଇଁ ସିବିଆଇକୁ ବ୍ୟବହାର କରୁଛନ୍ତି। ସିବିଆଇକୁ ରାଜ୍ୟ ସରକାରଙ୍କ ବିନା ଅନୁମତିରେ ରାଜ୍ୟ ମଧ୍ୟରେ ପ୍ରବେଶ କରିବାକୁ ଦିଆ ଯିବନାହିଁ ବୋଲି କେତେକ ରାଜ୍ୟ ବିଧାନସଭାରେ ଏକ ବିଲ୍ ପାରିତ କରିଛନ୍ତି। ଏବେ କେନ୍ଦ୍ର ସରକାରଙ୍କ ଅନୁମତି ପରେ ରାଜ୍ୟ ସରକାରଙ୍କ ଅନୁମତି ପାଇବା ପରେ ହିଁ ସିବିଆଇ କୌଣସି ମାମଲାର ଯାଞ୍ଚ କରି ପାରିବ ବୋଲି ସୁପ୍ରିମକୋର୍ଟ ଏହା ଉପରେ ଏକ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି।  

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here