ଜମ୍ମୁକାଶ୍ମୀର ରେ ସୁରକ୍ଷାବହିନୀ ପକ୍ଷରୁ ଏନକୋଉଣ୍ଟର ଜାରି

ଶ୍ରୀନଗର: ଜମ୍ମୁ କଶ୍ମୀରରେ ସୁରକ୍ଷାବାହିନୀର ଯବାନମାନେ ଆଜି ସକାଳୁ ଏନକାଉଣ୍ଟର କରିଛନ୍ତି । ଏହି ଏନକାଉଣ୍ଟର ଆତଙ୍କବାଦୀଙ୍କ ବିରୋଧରେ ହୋଇଥିବା ଗଣମାଧ୍ୟମର ରିପୋର୍ଟରୁ ଜଣାଯାଇଛି । ଜମ୍ମୁର ବାନ ଟୋଲ ପ୍ଲାଜା ନିକଟରେ ଏହି ଏନକାଉଣ୍ଟର ହୋଇଛି ।  ମିଳିଥିବା ସୂଚନା ଅନୁସାରେ, ବାନ ଟୋଲ ପ୍ଲାଜା ନିକଟରେ ଆତଙ୍କବାଦୀମାନେ ଲୁଚି ରହିଥିବା ନେଇ ସୁରକ୍ଷାକର୍ମୀଙ୍କୁ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା । ଏହା ପରେ ଭାରତୀୟ ସନାର ଯବାନମାନେ ଜମ୍ମୁ କଶ୍ମୀର ପୋଲିସ ସହଯୋଗରେ ଅତର୍କିତ ଭାବେ ଘଟଣାସ୍ଥଳକୁ ପହଂଚି ଏନକାଉଣ୍ଟର କରିଛନ୍ତି । ରିପୋର୍ଟ ଲେଖାଯିବା ବେଳକୁ ସର୍ଚ୍ଚ ଅପରେଶନ ଜାରି ରହିଛି । ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥକୁ ସାମୟିକ ସମୟ ପାଇଁ ବନ୍ଦ ରଖାଯାଇଛି ।  

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here