ବନ୍ଦ ହେବ ଗଞ୍ଜାମର କୋଭିଡ୍ ହସ୍ପିଟାଲ :

ଗଂଜାମ ଜିଲ୍ଲା ଶୀତଳାପଲ୍ଲୀରେ ହୋଇଥିବା ଟାଟା କୋଭିଡ୍ ହସ୍ପିଟାଲକୁ ବନ୍ଦ ରଖାଯାଇଛି । ଗଂଜାମ ଜିଲ୍ଲାରେ କ୍ରମାଗତ ଭାବରେ ରୋଗୀଙ୍କ ସଂଖ୍ୟା କମୁଥିବାରୁ ଏଭଳି ନିଷ୍ପତି ନିଆଯାଇଛି । କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା କମିବାରୁ ଶୀତଳାପଲ୍ଲୀ କୋଭିଡ୍ ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା ଅତି କମ ରହିଛି । ଏଭଳି ସ୍ଥିତିରେ ସେବାକୁ ବନ୍ଦ ରଖିବାକୁ ନିଷ୍ପତି ନେଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଜିଲ୍ଳାସ୍ତରୀୟ ଏକ ବୈଠକରେ ଶୀତଳାପଲ୍ଲୀ ଟାଟା କୋଭିଡ୍ ହସ୍ପିଟାଲରେ ସେବା ବନ୍ଦ ରଖିବାକୁ ନିଷ୍ପତି କରାଯାଇଛି ।

ତେବେ ଦିଲ୍ଲୀରେ କୋଭିଡ୍ ସଂକ୍ରମଣ ପୁଣି ଥରେ ସାଂଘାତିକ ରୂପ ନେଉଥିବା ବେଳେ ପ୍ରଶାସନର ଏଭଳି ନିଷ୍ପତିକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅନ୍ୟପଟେ ଆସନ୍ତା ଡିସେମ୍ବରରେ ରାଜ୍ୟରେ ଦ୍ୱିତୀୟ ସଂକ୍ରମଣର ଭୟ ରହିଛି ବୋଲି ରାଜ୍ୟ ସରକାର ସତର୍କ କରାଉଥିବା ବେଳେ ଜିଲ୍ଲା ପ୍ରଶାସନର ଏହି ନିଷ୍ପତିକୁ କେହି ସହଜରେ ଗ୍ରହଣ କରିପାରୁ ନାହାନ୍ତି । ତେଣୁ ପ୍ରଶ୍ନ ଉଠୁଛି, ଆଗକୁ ସଂକ୍ରମଣ ହେବ ନାହିଁ ବୋଲି ଧରି ନେଇଛି କି ପ୍ରଶାସନ ?

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here